ETV Bharat / state

ବିଷଧର ସାପ କାମୁଡାରେ ଭଦ୍ରକର ଶାଳୀ-ଭିଣୋଇ ମୃତ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଚକପୁର ଗାଁରେ ଶୋଇଥିବା ଅବସ୍ଥାରେ ସାପ କାମୁଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 18, 2020, 7:30 AM IST

ବିଷଧର ସାପ କାମୁଡାରେ ଭଦ୍ରକର ଶାଳୀ-ଭିଣୋଇ ମୃତ
ବିଷଧର ସାପ କାମୁଡାରେ ଭଦ୍ରକର ଶାଳୀ-ଭିଣୋଇ ମୃତ

ଭଦ୍ରକ: ବିଷଧର ସାପ କାମୁଡ଼ାରେ ଦୁଇ ମୃତ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଚକପୁର ଗାଁରେ ଶୋଇଥିବା ଅବସ୍ଥାରେ ସାପ କାମୁଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି ।

ଚକପୁର ଗାଁର 2 ଜଣ ମୃତକ 8 ବର୍ଷୀୟ ସୋନି ନାୟକ ଓ 18 ବର୍ଷୀୟ ତାପସ ବେହେରା ହୋଇଥିବାବେଳେ ଏମାନେ ସମ୍ପର୍କରେ ଶାଳୀ ଓ ଭିଣୋଇ ବୋଲି ଜଣାପଡିଛି । ସୋନି ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଘରେ ପ୍ରାୟ 6 ଜଣ ସାଙ୍ଗ ହୋଇ ଶୋଇଥିଲେ । ହେଲେ ଏହି ଦୁଇ ପିଲାଙ୍କୁ ସାପ କାମୁଡିବା ନେଇ ଜଣାପଡିବା ପରେ ଶୋଇଥିବା ଲୋକେ ଉଠି ଏମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ।

ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତରଖାନା ଯିବା ରାସ୍ତାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.