ETV Bharat / state

ନିର୍ମାଣାଧୀନ ସ୍କୁଲ ଛାତରୁ ଖସିପଡି ମହିଳା ଶ୍ରମିକଙ୍କ ମୃତ୍ୟୁ - ଲଉଡମାଲ୍ ଗ୍ରାମ

ପାଇକମାଳ ଲଉଡମାଲ୍ ଗ୍ରାମର ମହାମାୟା ପବ୍ଲିକ ସ୍କୁଲର ନିର୍ମାଣାଧୀନ ଛାତରୁ ଖସିପଡି ମହିଳା ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ
author img

By

Published : Jan 9, 2020, 7:22 PM IST

ବରଗଡ: ପାଇକମାଳ ସ୍ଥିତ ଲଉଡମାଲ୍ ଗ୍ରାମର ମହାମାୟା ପବ୍ଲିକ ସ୍କୁଲର ନୂତନ କୋଠରୀ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଛାତ ଉପରୁ ଖସିପଡି ଜଣେ ମହିଲାଙ୍କର ମୃତ୍ୟୁ ହୋଇଛି | 61 ବର୍ଷୀୟା ଏହି ମହିଳା ଜଣକ ନିର୍ମାଣଧୀନ ସ୍କୁଲରେ କାମ କରୁଥିବା ବେଳେ ଛାତ ଉପରୁ ତଳକୁ ପାହାଚ ଦେଇ ଆସିବା ସମୟରେ ପାଦ ଖସିଯିବାରୁ ତଳକୁ ପଡିଯାଇଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପାଇକମାଳ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି ।

ନିର୍ମାଣାଧୀନ ସ୍କୁଲ ଛାତରୁ ଖସିପଡି ମହିଳା ଶ୍ରମିକଙ୍କ ମୃତ୍ୟୁ

ବଡଗାଁ ଗ୍ରାମର ୬୧ ବର୍ଷୀୟ ମହିଳା ଜାନକୀ ବିଶ୍ଵାଳ ପ୍ରତ୍ୟେକ ଦିନ ପରି ଗୁରୁବାର ମଧ୍ୟ କୁଲିମଜୁରୀ କାମ କରିବାକୁ ଆସିଥିଲେ । ସକାଳ ପ୍ରାୟ ୧୦ଟା ସମୟରେ କାର୍ଯ୍ୟ କରୁଥିବା ବେଳେ ଛାତ ଉପରେ କୌଣସି କାରଣରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ସଙ୍ଗେ ସଙ୍ଗେ ମହାମାୟା କର୍ତ୍ତୃପକ୍ଷ ମହିଳା ଜଣଙ୍କୁ ପାଇକମାଳ ସରକାରୀ ଡାକ୍ତରଖାନା ନେଇଥିଲେ । ମହାମାୟା ପବ୍ଲିକ ସ୍କୁଲ ପକ୍ଷରୁ ପାଇକମାଳ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ପାଇକମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ମୃତ ମହିଳା ଜଣକ ଅତି ଗରିବ ମଜୁରିଆ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନଙ୍କୁ ଦାବି କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ଲଉଡମାଲ୍ ଗ୍ରାମର ମହାମାୟା ପବ୍ଲିକ ସ୍କୁଲର ନୂତନ କୋଠରୀ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଛାତ ଉପରୁ ଖସିପଡି ଜଣେ ମହିଲାଙ୍କର ମୃତ୍ୟୁ ହୋଇଛି | 61 ବର୍ଷର ମହିଳା ଜଣକ ନିର୍ମାଣଧୀନ ସ୍କୁଲରେ କାମ କରୁଥିବା ବେଳେ ଛାତ ଉପରୁ ତଳକୁ ପାହାଚ ଦେଇ ଆସିବା ସମୟରେ ପାଦ ଖସିଯିବାରୁ ତଳକୁ ମୁହମାଡି ହୋଇ ପଡିଯାଇଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ| ଏହି ଘଟଣାରେ ପାଇକମାଳ ଥାନାରେ ଏକ ମାମଲା ରୂଜୁ କରାଯାଇଥିବା ବେଳେ ପାଇକମାଳ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରିରଖିଛି |
Body:ବଡଗାଁ ଗ୍ରାମର ୬୧ ବର୍ଷ ବୟସ୍କା ମହିଳା ଜାନକୀ ବିଶ୍ଵାଳ ପ୍ରତ୍ୟେକ ଦିନପରି ଆଜିମଧ୍ୟ କୁଲିମଜୁରୀ କାମକରିବାକୁ ଆସି କାର୍ଯ୍ୟ କରୁଥିଲେ । ଆଜିସକାଳ ପ୍ରାୟ ୧୦ଟା ସମୟରେ କାର୍ଯ୍ୟ କରୁଥିବା ବେଳେ ଛାତ ଉପରେ କାମଚାଲୁଥିଲା. ଓ କୌଣସି କାରଣରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଯାଇଛି ।ସାଙ୍ଗେ ସାଙ୍ଗେ ମହାମାୟା କତୃପକ୍ଷ ତରଫରୁ ପାଇକମାଳ ସରକାରୀ ଡାକ୍ତରଖାନା ନେଇଥିଲେ । ମହାମାୟା ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷ ତରଫରୁ ପାଇକମାଳ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ପାଇକମାଳ ପୋଲିସ୍ ଘଟଣାସ୍ଥଳ ଯାଇ ତଦନ୍ତ ଜାରିରଖିଥିବା ଜଣାଯାଇଛିConclusion:ତେବେ ମୃତ ମହିଳା ଜଣକ ଅତି ଗରିବ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ସେହି ପରିବାରକୁ ଆର୍ଥିକ ସହାୟତା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନଙ୍କୁ ଦାବି କରିଛନ୍ତି |
ବାଇଟ 1- ପ୍ରବୀଣ କୁମ୍ଭାର ( ସ୍ଥାନୀୟ ଲୋକ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.