ETV Bharat / state

ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲିରେ ବନ୍ଦ ହେଲା ରଥଯାତ୍ରା, ଦୁଃଖରେ ଭକ୍ତ - ratha yatra 2020

ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଧାମରେ ବନ୍ଦ ହୋଇଛି ରଥଯାତ୍ରା । ମହାମାରୀ କୋରୋନା କଟକଣା ଯୋଗୁଁ ଭଗବାନଙ୍କ ଦର୍ଶନ ପାଇନାହାଁନ୍ତି ବହୁ ଶ୍ରଦ୍ଧାଳୁ । ଯାହାକୁ ନେଇ ଭକ୍ତ ମାନେ ଦୁଃଖର ସାଗରରେ ଭାସିଯାଇଛନ୍ତି | ଅଧିକ ପଢନ୍ତୁ...

western-odiahs-sri-khetra-bhatli-dham-ratha-yatra-stop
ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲିରେ ବନ୍ଦ ହେଲା ରଥଯାତ୍ରା, ଦୁଃଖରେ ଭକ୍ତ
author img

By

Published : Jun 23, 2020, 10:26 PM IST

ବରଗଡ: ରଥଯାତ୍ରା ହେଲା, ହେଲେ କାନ୍ଦୁଛନ୍ତି ଭକ୍ତ | ଭଗବାନଙ୍କୁ ରଥରେ ଦର୍ଶନ ନପାଇ ଭାଙ୍ଗିପଡିଛନ୍ତି ବହୁ ଶ୍ରଦ୍ଧାଳୁ । କୋହଭରା କଣ୍ଠରେ କାନ୍ଦି କାନ୍ଦି ଭକ୍ତର ଭକ୍ତି ଭାବ ପ୍ରକାଶ କରିଛନ୍ତି | ମହାମାରୀ କରୋନା ଯୋଗୁଁ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର କୁହାଯାଉଥିବା ବରଗଡ ଜିଲ୍ଲା ଭଟଲି ଦଧିବାମନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କର ଚଳିତ ବର୍ଷ ବନ୍ଦ ହୋଇଯାଇଛି ରଥଯାତ୍ରା | ଯାହାକୁ ନେଇ ଭକ୍ତ ମାନେ ଦୁଃଖର ସାଗରରେ ଭାସିଯାଇଛନ୍ତି |

ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲିରେ ବନ୍ଦ ହେଲା ରଥଯାତ୍ରା, ଦୁଃଖରେ ଭକ୍ତ

ଦୀର୍ଘ 300 ରୁ 400 ବର୍ଷ ହେବ ଭଟଲି ଦଧିବାମନ ମନ୍ଦିରରେ କେବେ ମଧ୍ୟ ଏପରି ରଥଯାତ୍ରା ବନ୍ଦ ହେବାର ଇତିହାସ ନାହିଁ ବୋଲି ସ୍ଥାନୀୟ ପୁରୁଖା ଲୋକେ କହିଛନ୍ତି | ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ମାନ୍ୟତା ରହିଥିବା ଭଟଲି ଦଧିବାମନ ମନ୍ଦିରକୁ ସମଗ୍ର ପଶ୍ଚିମ ଓଡିଶା ତଥା ପଡୋଶୀ ଛତିଶଗଡ ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ପ୍ରତିବର୍ଷ ରଥଯାତ୍ରା ସମୟରେ | ପୁରୀ ରଥଯାତ୍ରା ସମୟରେ ଭଗବାନ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଇନପାରିଲେ ଭକ୍ତ ମାନେ ଏଠାରେ ଦର୍ଶନ କରିଥାନ୍ତି | ପ୍ରତ୍ୟକ ବର୍ଷ ଭଟଲି ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ହେଲେ ଚଳିତ ବର୍ଷ ଖାଁ ଖାଁ ଲାଗୁଛି ଭଟଲି ଧାମ | ନା ରାସ୍ତାରେ ଗଡୁଛି ଭଗବାନଙ୍କର ରଥ ନାଁ ରହିଛି ଭକ୍ତଙ୍କ ଭିଡ | ରଥରେ ଭଗବାନଙ୍କୁ ନପାଇ ମୁଣ୍ଡରେ ହାତ ମାରି ଦୁଃଖରେ ବସିଛନ୍ତି ଭକ୍ତଗଣ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.