ETV Bharat / state

ଡରାଉଛନ୍ତି ଅଭିଯୁକ୍ତ, ନ୍ୟାୟ ପାଇଁ ବରଗଡ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର - ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ ଜଣକୁ ବିଷ ପିଆଇ ହତ୍ୟା କରାଯିବା ଘଟଣାରେ ଲିଖିତ ଅଭିଯୋଗର 15ଦିନ ପରେ ବି ପୋଲିସ ହାତ ଖାଲି । ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ । ବରଗଡ ଏସପିଙ୍କ ନିକଟରେ ଫେରାଦ ହେଲେ ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Aug 2, 2019, 10:01 PM IST

ବରଗଡ: ମେଳଛାମୁଣ୍ଡା ଥାନା ଅମ୍ବାମୁଣ୍ଡା ଗାଁରେ ଜଣକୁ ବିଷ ପିଆଇ ହତ୍ୟା କରାଯିବା ଘଟଣାରେ ଲିଖିତ ଅଭିଯୋଗର 15ଦିନ ପରେ ବି ପୋଲିସ ହାତ ଖାଲି । ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ । ବରଗଡ ଏସପିଙ୍କ ନିକଟରେ ଫେରାଦ ହେଲେ ପରିବାର ଲୋକେ । ଅଭିଯୁକ୍ତଙ୍କୁ ଗରିଫ ନକରିବା ପର୍ଯ୍ୟନ୍ତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଆଗରେ ବସିରହିବାକୁ କଲେ ଜିଦ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅମ୍ବାମୁଣ୍ଡା ଗାଁର ଉଦେ ତାଣ୍ଡିଙ୍କୁ କିଛି ବ୍ୟକ୍ତି ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ । ଉଦେ ତାଣ୍ଡି ଅସୁସ୍ଥ ଅବସ୍ଥାରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଇଳା ତାଣ୍ଡିଙ୍କୁ ସମସ୍ତ କଥା ଜଣାଇଥିଲେ ଓ ସୁରେଶ୍ଵର ଠେଲା ତାଙ୍କୁ ବିଷ ପିଆଇଥିବା କହିଥିଲେ । ପରେ ଉଦେଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀ ଇଳା ଏହି ଘଟଣା ବିଷୟରେ ବାହାରେ ପ୍ରଘଟ କରିବାରୁ ଅଭିଯୁକ୍ତ ଆସି ମୃତ ଉଦେଙ୍କ ପରିବାରକୁ ଧମକ ଚମକ ଦେଇଥିଲେ ।

ଫଳରେ ପରିବାର ଲୋକେ ଡରିଯାଇ ଥାନାରେ କେସ କରିନଥିଲେ | କିନ୍ତୁ ପୁଣି ତିନି ମାସ ପରେ ସାହସ ଜୁଟାଇ ମୃତକ ଉଦେ ତାଣ୍ଡିଙ୍କ ପୁଅ ଜିତ ଅଭିଯୁକ୍ତଙ୍କ ବିରୋଧରେ ମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତି କରି ପୋତା ଯାଇଥିବା ସ୍ଥାନକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଖୋଳି ଉଦେ ତାଣ୍ଡିଙ୍କ କଙ୍କାଳ ବାହାର କରାଯାଇଥିଲା । କଙ୍କାଳର ସାମ୍ପଲକୁ ଡିଏନଏ ଟେଷ୍ଟ ପାଇଁ ପଠାଇ ପୋଲିସ ଚୁପ ବସିଥିବା ବେଳେ ଅଭିଯୁକ୍ତ ମାନେ ମୃତକଙ୍କ ପରିବାର ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ ହୋଇଛି | ଉଦେ ତାଣ୍ଡିକୁ ଯେପରି ହତ୍ୟା କରାଯାଇଥିଲା ସେପରି ତାଙ୍କ ପରିବାରର ସମସ୍ତଙ୍କୁ ହତ୍ୟା କରିଦିଆଯିବ ବୋଲି ଅଭିଯୁକ୍ତ ମାନେ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଏନେଇ ପ୍ରଥମେ ପରିବାର ଲୋକେ ମେଳଛାମୁଣ୍ଡା ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପରିବାର ଲୋକେ ଭୟଭୀତ ହୋଇ ଆଜି ବରଗଡ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏହା ସହ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି |

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:ପୂର୍ବସୂତ୍ରତା କୁ ନେଇ ଛଳନାରେ ବିଶ ପିଆଇ ହତ୍ୟା କରାଯାଇଥିବା ଘଟଣାରେ ବରଗଡ ଜିଲ୍ଲା ମେଳଛାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହେବାର 15 ଦିନ ବିତିଯାଇଥିଲେ ସୁଦ୍ଧା ମେଳଛାମୁଣ୍ଡା ପୋଲିସ ଆସାମୀ ମାନଙ୍କୁ ଗିରଫ ନକରିବାରୁ ଅଭିଯୁକ୍ତ ମାନେ ଅଭିଯୋଗକାରୀଙ୍କ ପରିବାରଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ ନେଇ ବରଗଡ ଏସ ପି ମୁକେଶ କୁମାର ଭାମୋ ଙ୍କଠାରେ ଫେରାଦ ହୋଇଛନ୍ତି | ଯେପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ ନକରିଛି ସେ ପର୍ଯ୍ୟନ୍ତ ପରିବାର ଲୋକେ ଜିଲ୍ଲା ପୋଲିସ ଅଫିସ ଆଗରେ ବସିରହିବେ ବୋଲି ଜିଦରେ ଅଡିବସିଛନ୍ତି |Body:
ଗତ ଦୁଇବର୍ଷ ତଳେ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ଅମ୍ବାମୁଣ୍ଡା ଗାଁର ଉଦେ ତାଣ୍ଡି ନିଜ ଜମିରେ କୋବି ଚାଷ କରିଥିଲେ। କେତେ ଜଣ ବ୍ୟକ୍ତି ଇର୍ଷାନିତ୍ୱ ହୋଇ ରାତିରେ ଉଦେ ତାଣ୍ଡିଙ୍କର କୋବି ଚାଷକୁ ସମ୍ପୂର୍ଣ ଭାବେ ଓପାଡି ନଷ୍ଟ କରିଦେଇଥିଲେ | ଏହି ଘଟଣାକୁ ନେଇ ଗାଁରେ ଏକ ବୈଠକ ବସିଥିଲା ଏବଂ ୮ ଜଣ ଦୋଷୀଙ୍କୁ ଚିହ୍ନଟ କରାଯାଇ ମେଳଛାମୁଣ୍ଡା ଥାନାରେ କେସ ରୁଜୁ କରାଯାଇଥିଲା | ପୋଲିସ ସମସ୍ତ ଦୋଷୀଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିଲା | ତେବେ କିଛି ଦିନ ପରେ ଅଭିଯୁକ୍ତ ମାନେ ଜେଲରୁ ମୁକୁଳି ପ୍ରତିଶୋଧ ପରାୟଣ ହୋଇ ଉଦେ ତାଣ୍ଡିଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ | ଉଦେ ତାଣ୍ଡି ଅସୁସ୍ଥ ଅବସ୍ଥାରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଇଳା ତାଣ୍ଡିଙ୍କୁ ସମସ୍ତ କଥା ଜଣାଇଥିଲେ ଓ ସୁରେଶ୍ଵର ଠେଲା ତାଙ୍କୁ ବିଷ ପିଆଇଦେଇଥିବା କହିଥିଲେ | ଉଦେଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ସ୍ତ୍ରୀ ଇଳା ଏହି ଘଟଣା ବିଷୟରେ ବାହାରେ ପ୍ରଘଟ କରିବାରୁ ଅଭିଯୁକ୍ତ ଆସି ମୃତ ଉଦେଙ୍କ ପରିବାରକୁ ଧମକ ଚମକ ଦେଇଥିଲେ । ଫଳରେ ପରିବାର ଲୋକେ ଡରିଯାଇ ଥାନାରେ କେସ କରିନଥିଲେ | କିନ୍ତୁ ପୁଣି ତିନି ମାସ ପରେ ସାହସ ଜୁଟାଇ ମୃତକ ଉଦେ ତାଣ୍ଡିଙ୍କ ପୁଅ ଜିତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତି କରି ପୋତା ଯାଇଥିବା ସ୍ଥାନକୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଖୋଳି ଉଦେ ତାଣ୍ଡିଙ୍କ କଙ୍କାଳ ବାହାର କରାଯାଇଥିଲା । କଙ୍କାଳର ସେମ୍ପଲ କୁ ଡିଏନଏ ଟେଷ୍ଟ ପାଇଁ ପଠାଇ ପୋଲିସ ଚୁପ ବସିଥିବା ବେଳେ ଅଭିଯୁକ୍ତ ମାନେ ମୃତକଙ୍କ ପରିବାର ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହୋଇଛି | ଉଦେ ତାଣ୍ଡିକୁ ଯେପରି ହତ୍ୟା କରାଯାଇଥିଲା ସେପରି ତାଙ୍କ ପରିବାରର ସମସ୍ତଙ୍କୁ ହତ୍ୟା କରିଦିଆଯିବ ବୋଲି ଅଭିଯୁକ୍ତ ମାନେ ଧମକ ଦେଉଥିବା ବେଳେ ଏନେଇ ମେଳଛାମୁଣ୍ଡା ପୋଲିସକୁ ପରିବାର ଲୋକେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପରିବାର ଲୋକେ ଭୟଭୀତ ହୋଇ ଆଜି ବରଗଡ ଏସପି ଓ ଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହୋଇ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି |Conclusion:ତେବେ ଯଦି ଅଭିଯୁକ୍ତ ମାନଙ୍କୁ ଶୀଘ୍ର ପୋଲିସ ଗିରଫ ନକରୁଛି ତାହାହେଲେ ଦଳିତ ସମାଜ ପକ୍ଷରୁ ମେଳଛାମୁଣ୍ଡା ଥାନା ଘେରାଉ କରିବା ସହିତ ସାରା ଜିଲ୍ଲାରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଦଳିତ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି |

ବାଇଟ 1- ଇଳା ତାଣ୍ଡି ( ମୃତକ ଙ୍କ ସ୍ତ୍ରୀ )
ବାଇଟ 2- ଜିତ ତାଣ୍ଡି ( ମୃତକଙ୍କ ବଡପୁଅ )
ବାଇଟ 3- ଟଙ୍କଧର ପଣ୍ଡା ( ଓକିଲ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.