ETV Bharat / state

Padmapur By Poll: ଧର୍ମେନ୍ଦ୍ର ପ୍ରଧାନଙ୍କ ଧୂଆଁଧାର ପ୍ରଚାର, ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା - ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଗତକାଲି ଠାରୁ ପ୍ରଚାର ମୈଦାନରେ ଥିବା ଧର୍ମେନ୍ଦ୍ର ଆଜି ଦ୍ବିତୀୟ ଦିନରେ ମଧ୍ଯ ପ୍ରଚାର ଜୋରଦାର କରିଛନ୍ତି । ଅଧିକ ପଢନ୍ତୁ

Padmapur By Poll: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

author img

By

Published : Nov 30, 2022, 10:31 PM IST

ବରଗଡ: ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଗତକାଲି ଠାରୁ ପ୍ରଚାର ମୈଦାନରେ ଥିବା ଧର୍ମେନ୍ଦ୍ର ଆଜି ଦ୍ବିତୀୟ ଦିନରେ ମଧ୍ଯ ପ୍ରଚାର ଜୋରଦାର କରିଛନ୍ତି ।

Padmapur By Poll: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ପ୍ରଧାନ ଆଜି ପଦ୍ମପୁର ଉପନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦିକଟା, ଖଇରମାଳ ଗ୍ରାମରେ ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ପରେ ଦହିତା ଗ୍ରାମର ଧାନ ମଣ୍ଡିକୁ ଯାଇ ତଦାରଖ କରିଥିଲେ । ଆୟୋଜିତ ସଭାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର । ଆଜି ପୁଣି ଥରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପଦ୍ମପୁର ଅଞ୍ଚଳରେ ବିଜେଡି ସରକାର ଆଦୌ ବିକାଶ କରିନଥିବା ନେଇ ବର୍ଷିଥିଲେ ।

ଏହାବି ପଢନ୍ତୁ- ନିର୍ବାଚନୀ ରଣନୀତି ନୁହେଁ ତ, ବ୍ୟବସାୟୀଙ୍କ ଘରେ ଆଇଟି ରେଡ କାହିଁକି ?

ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ ଏହି ଅଞ୍ଚଳରେ ଦାଦନ ସମସ୍ୟା ଥିବା ବେଳେ ରାଜ୍ୟ ସରକାରଙ୍କ ନେତା ମାନେ ଏହାକୁ ଅସ୍ଵୀକାର କରୁଛନ୍ତି । ପଦ୍ମପୁର ଅଞ୍ଚଳରେ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ 22 ବର୍ଷ ହେଲା ଶାସନରେ ଥାଇ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନାହିଁ । ଚାଷୀଙ୍କ ସମସ୍ୟା କଥା କହିଲେ ନସରେ 2015 ରୁ ବୋନସ ଘୋଷଣା ପରେ ମଧ୍ୟ ଆଜି ଯାଏଁ ଚାଷୀଙ୍କ ଖାତାକୁ 100 ଟଙ୍କା ଦେଖା ନାହିଁ । ଆଉ ଏବେ ଇନପୁଟ ସବସିଡିର ଘୋଷଣା ହୋଇଛି ହେଲେ କଣ କାହା ଖାତାକୁ ପଇସା ଆସିଛି କି ବୋଲି ପଚାରିଥିଲେ ଧର୍ମେନ୍ଦ୍ର ।

ଏହାବି ପଢନ୍ତୁ- Make In Odisha Conclave Inauguration: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବାର ସାହସ କରିବେ କି ? ପଦ୍ମପୁରକୁ ନିର୍ବାଚନ ପ୍ରଚାର ଗସ୍ତରେ ଆସିଲେ । ବିଜେପୁର ଉପନିର୍ବାଚନ ସମୟରେ ବିଜେଡି ଘୋଷଣା କରିଥିବା ଯୋଜନା ଗୁଡିକ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇନଥିବା ବେଳେ ଏବେ ପଦ୍ମପୁର ବାସୀଙ୍କୁ ବୋକା ବନାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ସରକାର। ସାଧାରଣସଭାରେ ରାଜ୍ୟ ସରକାରଙ୍କ କେଳେଙ୍କାରି ଓ ଦୁର୍ନୀତି ଉଠାଇ ଏଥର ପରିବର୍ତ୍ତନ ନିଶ୍ଚୟ ହେବ ବୋଲି କହିଥିଲେ । ପଦ୍ମପୁରବାସୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଆସନ୍ତା 5 ତାରିଖରେ ଭୋଟ ଦେବାକୁ ଅପିଲ କରିଥିଲେ ଧର୍ମେନ୍ଦ୍ର ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.