ETV Bharat / state

କାଳ ସାଜିଲା ଝରଣାର ମଜା, ଭଉଣୀ ଆଖି ଆଗରେ ଚାଲିଗଲା ଭାଇର ଜୀବନ - କାଳ ସାଜିଲା ବର୍ଷା ଦିନରେ ଝରଣାର ମଜା

ବର୍ଷା ଦିନରେ ଝରଣା ମଜା ନେବାକୁ ଯାଇ ଭାଇ-ଭଉଣୀଙ୍କ ସହ ଅଘଟଣ । ଝରଣାରୁ ଖସି ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଭଉଣୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ଭଉଣୀ ଆଖି ଆଗରେ ଚାଲିଗଲା ଭାଇର ଜୀବନ
ଭଉଣୀ ଆଖି ଆଗରେ ଚାଲିଗଲା ଭାଇର ଜୀବନ
author img

By

Published : Aug 26, 2020, 7:24 AM IST

ବରଗଡ: କାଳ ସାଜିଲା ବର୍ଷା ଦିନରେ ଝରଣା ମଜା । ଭଉଣୀ ସାମ୍ନାରେ ଚାଲିଗଲା ଭାଇର ଜୀବନ । ଝରଣାରୁ ଖସି ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଦୁଃଖଦ ଘଟଣା ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କର୍ଲା ପଞ୍ଚାୟତ ନିକଟରେ ଘଟିଛି ।

କର୍ଲା ପଞ୍ଚାୟତ ନିକଟରେ ରହିଥିବା ବାରପାହାଡ ଜଙ୍ଗଳ ମଧ୍ୟସ୍ଥରେ ଏକ ଐତିହାସିକ ବାରବଖରା ଗୁମ୍ପାର ଝରଣା ରହିଛି । ବର୍ଷା ଦିନେ ଏହି ଝରଣାରେ ବହୁତ ପାଣି ଝରିଥାଏ । ତେଣୁ ଏହି ସମୟରେ ବହୁ ପର୍ଯ୍ୟଟକ ଗାଧୋଇବାର ମଜା ନେବାକୁ ଆସିଥାନ୍ତି । ଯାହାକୁ ଦେଖିବାକୁ ଟିଟୁ ଟପ୍ନୋ ଓ ଭଉଣୀ ବିଲାସିନୀ ମଧ୍ୟ ଯାଇଥିଲେ । ହେଲେ ହଠାତ କୌଣସି କାରଣରୁ ଟିଟୁ ଖସି ପଡିବା ପରେ ଭଉଣୀ ବିଲାସିନୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଭୟ ଝରଣାରେ ଖସି ପଡିଥିଲେ ।

ଉପରୁ ଖସି ପଡି ଟିଟୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଉଦ୍ଧାର କରିବାକୁ ଭଉଣୀ ଗୁରୁତର ହେବା ସହ ଏଥିରେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଜଣକ ଖେଦାପାଲି ଗାଁର ବୋଲି ଜଣାପଡିଛି । ବିଲାସିନୀଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକ ପିଙ୍କେଶ ପଧାନଙ୍କୁ ମଧ୍ୟ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ସେପଟେ, ଘଟଣାରେ ଅମ୍ବାଭୋନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପଠାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.