ETV Bharat / state

ତୈଳ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି

ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ପ୍ରତିବାଦ କରି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇକେଲ ଶୋଭାଯାତ୍ରା । ଅଧିକ ପଢନ୍ତୁ...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ପ୍ରତିବାଦ
ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ପ୍ରତିବାଦ
author img

By

Published : Feb 14, 2021, 12:07 PM IST

ବରଗଡ: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଫଳରେ ସାଧାରଣ ଲୋକଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ପେଟ୍ରୋଲ ଓ ଡିଜେଲର ଏପରି ଦର ବୃଦ୍ଧିକୁ ବିରୋଧ କରି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇକେଲ ରାଲି କରାଯାଇଛି ।

ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି,ନାରୀ ନିର୍ଯ୍ୟାତନା ଓ ଚାଷୀ ଆତ୍ମହତ୍ୟାକୁ ଘୋର ନିନ୍ଦା କରିଛି ବରଗଡ ଜିଲ୍ଲା କଂଗ୍ରେସ । ଏହାର ଘୋର ପ୍ରତିବାଦ କରି ଏକ ସାଇକେଲ ରାଲିରେ ବାହାରିଛି ଜିଲ୍ଲା କଂଗ୍ରେସ ।

ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ପ୍ରତିବାଦ

ବରଗଡ କଂଗ୍ରେସ କାର୍ଯ୍ୟଳୟ ଠାରୁ ବାହାରି ନଗର ପରିକ୍ରମା କରିବା ସହିତ ଆସନ୍ତା ୧୫ ତାରିଖ ବନ୍ଦ ଡାକରକୁ ସମର୍ଥନ କରିବା ସହ ପେଟ୍ରୋଲ ,ଡିଜେଲ ଦରବୃଦ୍ଧି ବନ୍ଦ କରିବା ପାଇଁ ଦାବି ହୋଇଛି । ସାଇକେଲ ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ନାରାବାଜି ଦେଉଥିବାର ଦେଖିବାକୁ ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.