ETV Bharat / state

ପାଇକମାଳରେ ପ୍ରାକ ନିର୍ବାଚନୀ ହିଂସା, ବ୍ରହ୍ମପୁର ବିଧାୟକଙ୍କ ନାମରେ ଏତଲା - ପଦ୍ମପୁରରେ ପ୍ରାକ ନିର୍ବାଚନୀ ହିଂସା

ପାଇକମାଳ ଥାନାରେ ବ୍ରହ୍ମପୁର ବିଧାୟକ ଓ ବିଜେଡି କର୍ମୀଙ୍କ ନାମରେ ଏତଲା । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦେଶ ଅନୁସାରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ପାଇକମାଳରେ ପ୍ରାକ ନିର୍ବାଚନୀ ହିଂସା
ପାଇକମାଳରେ ପ୍ରାକ ନିର୍ବାଚନୀ ହିଂସା
author img

By

Published : Dec 1, 2022, 1:46 PM IST

ବରଗଡ: ପଦ୍ମପୁରରେ ପ୍ରାକ ନିର୍ବାଚନୀ ହିଂସା । ଭୋଟ ନପଡିବା ପୂର୍ବରୁ ଦେଖାଦେଇଛି ରାଜନୈତିକ ହିଂସାକାଣ୍ଡ । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଜଣେ ବିଜେପି ମହିଳା କର୍ମୀଙ୍କୁ ଗୁରୁତର ଆକ୍ରମଣ ଅଭିଯୋଗ ହୋଇଛି । ଏନେଇ ପାଇକମାଳ ଥାନାରେ ବ୍ରହ୍ମପୁର ବିଧାୟକ ଓ ବିଜେଡି କର୍ମୀଙ୍କ ନାମରେ ଏତଲା ଦିଆଯାଇଛି ।

ପାଇକମାଳରେ ପ୍ରାକ ନିର୍ବାଚନୀ ହିଂସା

ସୂଚନାଅନୁସାରେ ଆସନ୍ତା 3 ତାରିଖରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜନୈତକ ଦଳ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଏହାରି ଭିତରେ ପ୍ରଥମ ଥର ପାଇଁ ଦୁଇ ଦଳର ମହିଳା କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ମହାକାଶରୁ ଫଟୋ ପଠାଇଲା EOS-06 ସାଟେଲାଇଟ୍

ପାଇକମାଳ ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗତକାଲି(ବୁଧବାର) ସନ୍ଧ୍ୟାରେ ପାଇକମାଳ ଠାରେ ଥିବା ବଢେଇ ପଡାକୁ ବିଜେପିର ନେତ୍ରୀମାନେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ତେବେ ପ୍ରଚାର ଚାଲିଥିବା ବେଳେ ବିଜେପି ନେତ୍ରୀ ନିରୁପମା ଦାସଙ୍କୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଇଙ୍ଗିତରେ ବିଜେଡି ନେତ୍ରୀମାନେ ଆକ୍ରମଣ କରିବା ସହିତ ତାଙ୍କ ସୁନା ଚେନ ଲୁଟ କରିଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ପାଇକମାଳ ଥାନାରେ ଏନେଇ ବିଜେପି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା ନିରୁପମା ଦାସଙ୍କୁ ପାଇକମାଳ ହସ୍ପିଟାଲକୁ ଚିକିତ୍ସା ପାଇଁ ନେବା ପରେ ସେଠାରୁ ପଦ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପଦ୍ମପୁର ଅଞ୍ଚଳବାସୀ ପୂର୍ବରୁ କେବେ ଉପନିର୍ବାଚନ ଦେଖିନଥିବା ବେଳେ ନିର୍ବାଚନ ସମୟରେ ମହିଳା ନେତ୍ରୀମାନଙ୍କ ମଧ୍ୟରେ ମଧ୍ୟରେ ହିଂସା ଦେଖିନଥିଲେ । ମତଦାନ ପାଇଁ ଆଉ 3 ଦିନ ବାକି ଥିବା ବେଳେ ନିର୍ବାଚନୀ ହିଂସାକୁ ନେଇ ଚିନ୍ତାରେ ପଦ୍ମପୁରବାସୀ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.