ETV Bharat / state

ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ, ଅତିରିକ୍ତ ଜିଲ୍ଲାପାଳଙ୍କ ଦାବିପତ୍ର ପ୍ରଦାନ - ବରଗଡରେ ଟ୍ରାଫିକ ସମସ୍ୟା

ବରଗଡ ସହରର ଲେଙ୍ଗୁ ମିଶ୍ର ଛକରୁ ନୂଆଁ ଜିରାବ୍ରିଜ ଦେଇ ଅମ୍ବାପାଲି ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ । ଅଧିକ ପଢନ୍ତୁ

people protest
people protest
author img

By

Published : Jun 22, 2023, 2:17 PM IST

people protest

ବରଗଡ: ଜବରଦଖଲ ଉଚ୍ଛେଦ ଦାବି ନେଇ ତେଜିଲା ଆନ୍ଦୋଳନ । ସହରର ଲେଙ୍ଗୁ ମିଶ୍ର ଛକରୁ ନୂଆଁ ଜିରାବ୍ରିଜ ଦେଇ ଅମ୍ବାପାଲି ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ତେଜି ଉଠିଛି। ଏନେଇ ଗତକାଲି(ବୁଧବାର) ବରଗଡ଼ ସମଲେଶ୍ବରୀ ସଂଘ ନେତୃତ୍ୱରେ ଶତାଧିକ ମହିଳା, ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସରେ ଆସି ପହଞ୍ଚିଥିଲେ । ଜବରଦଖଲ ଉଚ୍ଛେଦ ଦାବିରେ ନାରାବାଜି କରିବା ସହିତ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ପରେ ସେଠାରେ ଅତିରିକ୍ତ ଜିଲ୍ଲାପାଳ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର ଜବରଦଖଲକାରୀଙ୍କୁ ଉଚ୍ଛେଦ କରା ନ ଗଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

ସୂଚନା ଅନୁଯାୟୀ, ପୂର୍ବରୁ ବରଗଡ଼ ସହର ମଧ୍ୟ ଦେଇ ଯାଇଥିଲା 6 ନମ୍ବର ଜାତୀୟ ରାଜପଥ । ଯାହାକି ଟାଉନ ଭିତରେ 60ରୁ 70 ଫୁଟ ପର୍ଯ୍ୟନ୍ତ ଚଉଡ଼ା ରାସ୍ତା ରହିଥିଲା । ହେଲେ ସମୟ କ୍ରମେ ଏକ ବାଇପାସ ରୋଡ ସହିତ ନୂତନ ଜିରାବ୍ରିଜ ନିର୍ମାଣ ହେବା ପରେ ପୁରୁଣା ଜାତୀୟ ରାଜପଥରେ ଭାରି ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ତେବେ ଧୀରେଧୀରେ 70 ଫୁଟ ଚଉଡା ବିଶିଷ୍ଟ ସେହି ପୁରୁଣା ଜାତୀୟ ରାଜପଥର ଉଭୟ କଡ଼ରେ ଜବରଦଖଲକାରୀମାନେ ପକ୍କା ଘର ତିଆରି କରି ରାସ୍ତାଟିକୁ କବ୍‌ଜା କରିଥିଲେ । ଯାହାକି ବର୍ତ୍ତମାନ ସେହି ରାସ୍ତା ମାତ୍ର 22ରୁ 25 ଫୁଟ ଚଉଡା ରହିଛି ।

ତେବେ ଦିନକୁ ଦିନ ବରଗଡ ସହରରେ ଜନସଂଖ୍ୟା ବଢିବା ସହିତ ବ୍ୟାପକ ଟ୍ରାଫିକ ସମସ୍ୟା ଦେଖାଦେବାରୁ ଏବେ ସେହି ରାସ୍ତାରେ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇପଡିଛି । ସକାଳ 7ଟାରୁ ଦିନ ତମାମ ଏହି ରାସ୍ତାରେ ଟ୍ରାଫିକ ରହୁଥିବା ବେଳେ ବରଗଡ଼ବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ସ୍କୁଲ ପିଲାଙ୍କ ଯିବା ଆସିବା ଅସୁବିଧା ହେଉଥିବା ବେଳେ ନିକଟରେ 500 ମିଟର ଭିତରେ ଚିକିତ୍ସାଳୟ ଥାଇ ମଧ୍ୟ ଗୁରୁତର ରୋଗୀକୁ ମାତ୍ର 500 ମିଟର ନେବାକୁ ଅଧ ଘଣ୍ଟା ସମୟ ଲାଗିଥାଏ । ଅନେକ ସମୟରେ ଦୁର୍ଘଟଣାମାନ ମଧ୍ୟ ଘଟୁଛି ଯାହାକୁ ନେଇ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଦୀର୍ଘ ବର୍ଷ ଧରି ଏହି ସମସ୍ୟାର କୌଣସି ସମାଧାନ ହୋଇପାରିଲା ନାହିଁ ।

ତେଣୁ ଏହି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉ ବୋଲି ଆଜି ବରଗଡବାସୀ ଏକତ୍ରିତ ହୋଇଛନ୍ତି । ପୁରୁଣା ଜିରାବ୍ରିଜକୁ ଭଙ୍ଗାଯାଇ ନୂତନ ବ୍ରିଜ ନିର୍ମିତ ହୋଇସାରିଛି ତଥାପି ମଧ୍ୟ ଜିଲ୍ଲା ପ୍ରଶାସନ କାହିଁକି ଏହି ରାସ୍ତାରେ ହୋଇଥିବା ଜବର ଦଖଲକୁ ଅଣଦେଖା କରୁଛି ଏବଂ ଅନ୍ୟ ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ ନାମରେ ଲୋକଙ୍କ ଘର ଭଙ୍ଗା ଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ,ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.