ETV Bharat / state

ଅସମ୍ଭବକୁ ସମ୍ଭବ କଲେ ଓଡିଆ ପୁଅ, ଭାରତ ସରକାର ଦେବେ ଅର୍ଜୁନ ପୁରସ୍କାର

author img

By

Published : Aug 23, 2019, 7:09 PM IST

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିବ ସମ୍ମାନଜନକ ଅର୍ଜୁନ ପୁରସ୍କାର । ଆସନ୍ତା ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ରାଷ୍ଟ୍ରପତି ଭବନରେ ମହାମହୀମ ରାଷ୍ଟ୍ରପତି ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ

ବରଗଡ: ଆମ ଦେଶରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡାବିତଙ୍କୁ ମିଳେ ସମ୍ମାନଜନକ ଅର୍ଜୁନ ପୁରସ୍କାର । ଚଳିତ ବର୍ଷ ମଧ୍ୟ କ୍ରୀଡାରେ ଦେଶ ପାଇଁ ଗୌରବ ଆଣିଥିବା ଅନେକ ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ତେବେ ଆସନ୍ତା ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସରେ ରାଷ୍ଟ୍ରପତି ଭବନରେ ଅନ୍ୟ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ତାଲିକାରେ ଅଛନ୍ତି ଓଡିଶାର ବରଗଡ ଜିଲ୍ଲା ଅତାବିରାର ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡିଶା ପୁଅକୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ନେଇ ଘୋଷଣା ପରେ ସମଗ୍ର ଓଡିଶା ତଥା ଅତାବିରା ଅଞ୍ଚଳରେ ଖୁସିର ଲହରୀ । ପ୍ରମୋଦଙ୍କ ଅଭାବି ପରିବାରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଅତାବିରାରେ ରହୁଥିବା ପ୍ରମୋଦଙ୍କ ଭାଇ ଓ ବିହାରରେ ରହୁଥିବା ପ୍ରମୋଦଙ୍କ ମାଁ ବେସ ଖୁଶି ଓ ଗର୍ବିତ ବୋଲି କହିଛନ୍ତି ।

ଭିନ୍ନକ୍ଷମ ହୋଇ ମଧ୍ୟ ପ୍ରମୋଦ ନିଜ ଗୋଡରେ ନିଜେ ଛିଡା ହୋଇପାରିଛନ୍ତି । ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି | ସେ ବହୁ ସ୍ଵାଭାବିକ ଦକ୍ଷ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରେ ପରାସ୍ତ କରିଛନ୍ତି । ପିଲା ଦିନରୁ କଠିନ ପରିଶ୍ରମ କାରଣରୁ ପ୍ରମୋଦ ଅସମ୍ଭବକୁ ସମ୍ଭବ କରିଛନ୍ତି | ସମୟ ଥିଲା ଗୋଟେ ବଖରାର ଭଡା ଘରେ ମା, ବାପା, ଭାଇ ଓ ପ୍ରମୋଦ ଏକାସାଙ୍ଗେ ରହୁଥିଲେ । ବହୁ କଷ୍ଟରେ ଦୁଇ ପଇସା ରୋଜଗାର କରି ପରିବାର ଚଳୁଥିଲା | ମାତ୍ର ପ୍ରମୋଦଙ୍କ ବାପା ଦୁନିଆରେ ନାହାନ୍ତି । ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ବିହାରସ୍ଥିତ ତାଙ୍କ ଘରେ ରହୁଛନ୍ତି । ସାନ ଭାଇ ଅତାବିରାରେ ଏକ ଛୋଟ ମୋବାଇଲ ଦୋକାନରେ କାମ କରନ୍ତି ।

ପ୍ରମୋଦ କେବଳ ଅତାବିରା ବା ବରଗଡ ପାଇଁ ନୁହେଁ ବରଂ ସେ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ପ୍ରମୋଦ ଗରିବ ପରିବାରର ହୋଇଥିଲେ ମଧ୍ୟ ଖର୍ଚ୍ଚ ବହୁଳ ଖେଳ ରେ ନିଜକୁ ପାରଙ୍ଗମ କରି, ଆଜି ଅର୍ଜୁନ ପୁରସ୍କାର କୁ ହାତେଇବାରେ ସଫଳ ହୋଇପାରିଛନ୍ତି | ପ୍ରମୋଦ ଏବେ ଅନ୍ତର୍ରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ସୁଇଜରଲାଣ୍ଡରେ ଅଛନ୍ତି । ପ୍ରବଳ ଇଛାଶକ୍ତି, କଠିନ ପରିଶ୍ରମ ଓ ଦୃଢ ମନୋବଳ ହିଁ ସବୁ ପ୍ରତିବନ୍ଧକଙ୍କୁ ପାର କରି ସଫଳତାର ଶୀର୍ଷରେ ପହଞ୍ଚାଏ ବୋଲି, ପ୍ରମୋଦ ପ୍ରମାଣ କରିଛନ୍ତି ।

ବରଗଡରୁ ସମ୍ବାଦଦାତା ରାଜେଶ ସରାପ, ଇଟିଭି ଭାରତ

Intro:ଦେଶର ବହୁ କ୍ରୀଡାବିତ ମାନଙ୍କୁ ମିଳିବ ଅର୍ଜୁନ ପୁରସ୍କାର ସେଥିପାଇଁ କ୍ରୀଡାବିତ ମାନଙ୍କର ନାମ ମନୋନୀତ ହୋଇସାରିଛି | ଆସନ୍ତା ଅଗଷ୍ଟ ୨୯ ତାରିଖରେ ହେବାକୁ ଥିବା ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ କ୍ରୀଡ଼ାବିତମାନଙ୍କୁ ଅର୍ଜୁନ ପୁରସ୍କାରରେ ପୁରସ୍କୃତ କରାଯିବ । ତେବେ ଏହି ପୁରସ୍କାରରେ ମନୋନୀତ ହୋଇଥିବା କ୍ରୀଡାବିତ ମାନଙ୍କ ମଧ୍ୟରୁ ଓଡିଶାର ବରଗଡ ଜିଲ୍ଲା ଅତାବିରାର ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ମଧ୍ୟ ରହିଛନ୍ତି ଯାହାକୁ ନେଇ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖେଳିଯାଇଛି ଖୁଶିର ଲହର | ଏପରିକି ଅତାବିରା ଅଞ୍ଚଳବାସୀ ମଧ୍ୟ ନିଜକୁ ଗର୍ବ ଅନୁଭବ କରୁଛନ୍ତି ପ୍ରମୋଦ ଭଗତ ପାଇଁ | ତେବେ ପ୍ରମୋଦ କେବଳ ଅତାବିରା ବା ବରଗଡ ପାଇଁ ନୁହେଁ ବରଂ ସେ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅର୍ଜୁନ ପୁରସ୍କାର ରେ ମନୋନୀତ ହୋଇ | ଅନ୍ତର୍ରାଷ୍ଟ୍ରୀୟ ବେଡମିନଟନ ଟୁର୍ନାମେଣ୍ଟରେ ଭାଗ ନେବାପାଇଁ ପ୍ରମୋଦ ଏବେ ସୁଇଜରଲେଣ୍ଡରେ ଥିବାବେଳେ ତାଙ୍କୁ ଅର୍ଜୁନ ପୁରସ୍କାର ରେ ମନୋନୀତ କରାଯାଇଥିବା ଖବର ପାଇ ସେ ମଧ୍ୟ ଖୁଶିଥିବା କହିଛନ୍ତି ପରିବାର ଲୋକେ |
Body:ପ୍ରମୋଦ ଭଗତ ଗରିବ ପରିବାର ର ହୋଇଥିଲେ ମଧ୍ୟ ଖର୍ଚ୍ଚ ବହୁଳ ଖେଳ ରେ ନିଜକୁ ପାରଙ୍ଗମ କରି ଆଜି ଅର୍ଜୁନ ପୁରସ୍କାର କୁ ହାତେଇବାରେ ସଫଳ ହୋଇପାରିଛନ୍ତି | ଯାହାକୁ ନେଇ ଅତାବିରାରେ ରହୁଥିବା ପ୍ରମୋଦଙ୍କ ଭାଇ ଓ ବିହାରରେ ରହୁଥିବା ପ୍ରମୋଦଙ୍କ ମାଁ ବେସ ଖୁଶି ଓ ଗର୍ବିତ | ସେ ଭିନ୍ନକ୍ଷମ ହୋଇ ମଧ୍ୟ ନିଜ ଗୋଡରେ ନିଜେ ଛିଡା ହୋଇପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି | ସମୟ ଥିଲା ଗୋଟେ ବଖରାର ଭଡା ଘରେ ମାଁ , ବାପା , ଭାଇ ଓ ପ୍ରମୋଦ ଏକାସାଙ୍ଗେ ରହୁଥିଲେ ଏବଂ ବହୁ କଷ୍ଟରେ ଦୁଇ ପଇସା ରୋଜଗାର କରି ପରିବାର ଗୁଜୁରାନ କରୁଥିଲା | ଆଜି ପ୍ରମୋଦଙ୍କ ବାପା ଦୁନିଆରେ ନାହାନ୍ତି ମାଁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ବିହାରସ୍ଥିତ ତାଙ୍କ ଘରେ ରହିଛନ୍ତି ସାନ ଭାଇ ଅତାବିରାରେ ଏକ ଛୋଟ ମୋବାଇଲ ଦୋକାନ ଦେଇ ରୋଜଗାର କରୁଛନ୍ତି ଏବଂ ପ୍ରମୋଦ ଭଗତ ଭୁବନେଶ୍ବର ରେ କେନ୍ଦ୍ର ସରକାରଙ୍କ ESIC ବିଭାଗରେ 2015 ମସିହାରୁ ଚାକିରି କରୁଛନ୍ତି | ଏବେ ତାଙ୍କ ପରିବାରରେ ଆର୍ଥିକ ବୋଝ ନଥିଲେ ମଧ୍ୟ ସମଗ୍ର ପରିବାର ଅଲଗା ଅଲଗା ହୋଇ ରହିଛନ୍ତି |
ରାଜ୍ୟର ଜଣାଶୁଣା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି | ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବା ବରଗଡ ଜିଲ୍ଲାର ପ୍ରମୋଦ ଭଗତ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ପାଇବେ ଅର୍ଜୁନ ପରୁସ୍କାର | ପ୍ରମୋଦ ଜଣେ ଭିନ୍ନକ୍ଷମ ହେଲେ ମଧ୍ୟ ସ୍ଵାବାଭିକ ଦକ୍ଷ ଖେଳାଳିଙ୍କ ଠାରୁ କମ ନୁହନ୍ତି | ସେ ବହୁ ସ୍ଵାବାଭିକ ଦକ୍ଷ ବ୍ୟାଡ୍‌ମିଣ୍ଟନ ଖେଳାଳି ମାନଙ୍କୁ ଟୁର୍ନାମେଣ୍ଟରେ ପରାସ୍ତ କରିଥିବା ବେଳେ ଆଜି ସେ ଭିନ୍ନକ୍ଷମ ହୋଇ ମଧ୍ୟ ବହୁ ଉଚ୍ଚସ୍ତରକୁ ପହଞ୍ଚି ପାରିଛନ୍ତି ନିଜର ପ୍ରବଳ ଇଛାଶକ୍ତି ବଳରେ |ପିଲା ଦିନରୁ ତାଙ୍କର କଠିନ ପରିଶ୍ରମ କାରଣରୁ ଆଜି ପ୍ରମୋଦ୍ ପହଞ୍ଚିପାରିଛନ୍ତି ତାଙ୍କର ଲକ୍ଷ ସ୍ଥଳକୁ | ପ୍ରମୋଦ ଭିନ୍ନକ୍ଷମ ହୋଇଥିବା ବେଳେ ତାଙ୍କର ପ୍ରତିଭାକୁ କେହି ମଧ୍ୟ ଚିହ୍ନି ପାରିନଥିଲେ ହେଲେ ପ୍ରମୋଦ ନିଜକୁ କେବେ ମଧ୍ୟ ଭିନ୍ନକ୍ଷମ ବୋଲି ଭାବିନଥିଲେ ଏବଂ ଆଗକୁ ବଢିଚାଲିଥିଲେ | ବ୍ୟାଡ୍‌ମିଣ୍ଟନ ଖେଳ ପାଇଁ ପ୍ରମୋଦ ଙ୍କୁ ଅର୍ଥ ବାଧକ ସାଜିଥିଲେ ମଧ୍ୟ ତାଙ୍କର ଦକ୍ଷତା କାରଣରୁ ତାଙ୍କୁ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କୋଚ ର ସୁଯୋଗ ମିଳିପାରିଥିଲା ଏବଂ ସେହି ଦିନଠାରୁ ତାଙ୍କର ସଫଳତାର ରାସ୍ତା ଖୋଲିଯାଇଥିଲା | ଭଲ ଇନଡୋର ଖେଳ ପିଜ ରେ ପ୍ରାକ୍ଟିସ ସୁଯୋଗ ମିଳିପାରିଥିଲା ଏବଂ ସେ କେବେ ବି ପଛକୁ ଦେଖିନଥିଲେ | ଫଳରେ ଆଜି ସେ ଅର୍ଜୁନ ପୁରସ୍କାର ପାଇବାର ଯୋଗ୍ୟତା ହାସଲ କରିପାରିଛନ୍ତି |

ବାଇଟ ୧ - ଶେଖର ଭଗତ ( ପ୍ରମୋଦ ଙ୍କର ସାନ ଭାଇ )
ବାଇଟ ୨- ଚନ୍ଦନ ରୟେ ( ଭାରତୀୟ ଲେଗ କ୍ରିକେଟ ଦଳର ଅଧିନାଯକ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.