ETV Bharat / state

CM Bargarh Visit: ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ଦେଲେ ପ୍ରତିଶୃତି - ବରଗଡରେ ମୁଖ୍ୟମନ୍ତ୍ରୀ

ବରଗଡ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

CM Bargarh Visit
CM Bargarh Visit
author img

By

Published : Feb 19, 2023, 1:15 PM IST

Updated : Feb 19, 2023, 3:45 PM IST

CM Bargarh Visit: ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ଦେଲେ ପ୍ରତିଶୃତି

ବରଗଡ: ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ପଦ୍ମପୁର ଗସ୍ତ । ଝାରବନ୍ଧରେ ଏକ ସଭାକୁ ସମ୍ବୋଧିତ କରି ଆଗାମୀ ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ବର୍ଷ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ହେବା ନେଇ କହିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମରେ ବହୁ ଦଳର ନେତା ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।

ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ୩ଟି ସମାବେଶ ଆୟୋଜିତ ହୋଇଛି । ଝାରବନ୍ଧରେ ସାମବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, " ଆଜି ଝାରବନ୍ଧକୁ ଆସି ମୁଁ ବହୁତ ଖୁସି । ମୁଁ ପଦ୍ମପୁର ପାଇଁ ପୂର୍ବରୁ କିଛି ଘୋଷଣା କରିଥିଲି । ବର୍ଷେ ଭିତରେ ପଦ୍ମପୁର ଜିଲ୍ଲା ହେବ । ମୁଁ କଥା ନୁହେଁ କାମରେ ବିଶ୍ବାସ କରେ ।'' ଏହାପରେ ପାଇକମାଳରେ ଏକ ସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପାଇକମାଳ ପିଏଚସିରୁ ସିଏଚସି ହୋଇଛି । ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇ ସାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ପ୍ରକଳ୍ପ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ବରଗଡ ଅଭିମୁଖେ ବାହାରିଥିଲେ । ପଦ୍ମପୁର ସତୀଭଟ୍ଟା ଏୟାରଷ୍ଟ୍ରିପରେ ଅବତରଣ ପରେ ଝାରବନ୍ଧ ବ୍ଲକ ଗସ୍ତ କରିଥିଲେ ନବୀନ ପଟ୍ଟନାୟକ । ଏହାପରେ ପାଇକମାଳର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅପରାହ୍ନ ୩ଟା ୫୫ରେ ପଦ୍ମପୁରରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ବରଗଡବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ରାଶି ବଣ୍ଟନ କରିଛନ୍ତି । କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ୪.୩୦ ପଦ୍ମପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିବେ ।

ଏହା ବି ପଢନ୍ତୁ- ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକା

ଆଜି ପାଇକମାଳକୁ ମୁଖ୍ୟମନ୍ତ୍ରୀ ଗସ୍ତକରି ପାଇକମାଳ ବ୍ଲକରେ ୨୯ କୋଟି ୩୩ ଲକ୍ଷ ୫୬ ହଜାର ଟଙ୍କାର ନୂତନ ୬୪୮ଗୋଟି ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୭କୋଟି ୯୪ ଲକ୍ଷ ୮୫ ହଜାର ଟଙ୍କା ବିନିମୟରେ ନିର୍ମିତ ୨୦ଗୋଟି ଯୋଜନାଗୁଡିକର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ l ପାଇକମାଳ ବ୍ଲକକୁ ବିକାଶ ଧାରାରେ ପକାଇବାକୁ ସମସ୍ତ ପଞ୍ଚାଯତ ମାନଙ୍କୁ ୧କୋଟି ଟଙ୍କା ଲେଖାଏଁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମିଶନ ଶକ୍ତି ମହିଳାମାନଙ୍କୁ ଚେକ ପ୍ରଦାନ କରିଥିଲେ । ଏବେ ପାଇକମାଳ ହସ୍ପିଟାଲକୁ PHCରୁ CHCକୁ ଘୋଷଣା କରାଯାଇଛି ।

ଏବେ ଏଠାକାର ଜନତାଙ୍କୁ ସ୍ୱାସ୍ଥ୍ୟ ସେବାରେ ଆଉ ଆଗପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଏବଂ ଆଗାମୀ ଦିନମାନଙ୍କରେ ମଧ୍ୟ ପାଇକମାଳକୁ ବ୍ୟାପକ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ଝାରବନ୍ଦରୁ ପାଇକମାଳକୁ ପହଞ୍ଚିଥିଲେ ଏବଂ ତାଙ୍କର ଅଭିଭାଷଣ ପରେ ଅପରାହ୍ନ ୧ଟା ୩୫ମିନିଟରେ ପାଇକମାଳରୁ ପଦ୍ମପୁରକୁ ଗସ୍ତ କରିଛନ୍ତି । ଅପରାହ୍ନ ୩ଟା ୪୫ ମିନିଟରେ ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୬ ଜଣ ଡ଼ିଏସପି, ୫ଜଣ ଅତିରିକ୍ତ ଏସପି, ୩୨ଜଣ ଇନେସ୍ପେକ୍ଟର, ୧୦୦ ଏସଆଇ ଏବଂ ଏଏସଆଇଙ୍କୁ ନିୟୋଜିତ କରାଯାଇଛି । ପାଇକମାଳ ସଭା ସ୍ଥଳରେ ବିଜେଡି ନେତା ପ୍ରତାପ କେଶରୀ ଦେବ, ବର୍ଷା ସିଂ ବରିହା , ରିତା ସାହୁ , ଟୁକୁନି ସାହୁ ଆଦି ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବରଗଡ

Last Updated : Feb 19, 2023, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.