ETV Bharat / state

ରାଜଘାଟ ଠାରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ୍ୟ ସମ୍ପନ୍ନ - last rites of MlA Bijaya Ranjan Singh Bariha

ସ୍ଵର୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଜି ରାଜଘାଟ ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଦ୍ମପୁରରେ ଆଜି ତାଙ୍କର ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ପରେ ରାଜଘାଟକୁ ନିଆଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଅଧିକ ପଢନ୍ତୁ

ରାଜଘାଟ ଠାରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ୍ୟ ସମ୍ପନ୍ନ
ରାଜଘାଟ ଠାରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ୍ୟ ସମ୍ପନ୍ନ
author img

By

Published : Oct 4, 2022, 10:02 PM IST

ବରଗଡ: ସ୍ଵର୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଆଜି ରାଜଘାଟ ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଦ୍ମପୁରରେ ଆଜି ତାଙ୍କର ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ପରେ ରାଜଘାଟକୁ ନିଆଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

ଗତକାଲି ସନ୍ଧ୍ୟାରେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ବର ଠାରୁ ପଦ୍ମପୁରକୁ ଅଣାଯାଇଥିଲା । ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ତାଙ୍କର ମୃତଦେହ ରଖାଯାଇଥିଲା । ସେଠାରେ ଶେଷ ଦର୍ଶନ ପରେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷ ଦର୍ଶନ ପାଇଁ ଆଜି ସମସ୍ତ ଦଳର ନେତା ମାନେ କଲେଜ ରୋଡ ସ୍ଥିତ ତାଙ୍କ ବାସଭବନକୁ ପହଞ୍ଚିଥିଲେ । ଏଥିରେ ଓଡ଼ିଶା ସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ବିଜେପି ବିଧାୟକ ମୁକେଶ ମହାଳିଙ୍ଗ, ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ, ପୂର୍ବତନ ସାଂସଦ ପ୍ରଭାସ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୋକାକୁଳ ପରିବେଶ ଭିତରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନେତା ଓ ଜନତା ।

ରାଜଘାଟ ଠାରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ୍ୟ ସମ୍ପନ୍ନ

ବିଜୟ ରଞ୍ଜନ 64 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ବେଳେ ଶେଷ ସମୟ ପର୍ଯ୍ୟନ୍ତ ସେ ବିଜେଡି ଦଳ ପାଇଁ ରାଜନୀତିରେ ସକ୍ରିୟ ରହିଥିଲେ । ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବରିହା ଛାତ୍ର ଜୀବନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ମହାବିଦ୍ୟାଲୟରେ ପାଠ ପଢୁଥିବା ସମୟରେ ଦୁଇ ଦୁଇ ଥର ଛାତ୍ର ନେତା ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ୧୯୯୦ ମସିହାରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୯୫ ମସିହାରେ ଏବଂ ୨୦୦୦ , ୨୦୦୯ ଏବଂ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଖାଲି ଏତିକି ନୁହେଁ ଓଡିଶା ସରକାରରେ ଆଦୀବାସୀ ଓ ହରିଜନ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.