ETV Bharat / state

କୋଶଳ ରାଜ୍ୟ ଗଠନ ଦାବି, ନଭେମ୍ବର ୧୮ରେ ମହାବନ୍ଦ ଡାକରା

author img

By ETV Bharat Odisha Team

Published : Nov 10, 2023, 9:13 PM IST

ନଭେମ୍ବର ୧୮ରେ ପଶ୍ଚିମ ଓଡିଶାରେ ହେବ କୋଶଲ ମହାବନ୍ଦ । ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲା କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

କୋଶଳ ରାଜ୍ୟ ଗଠନ ଦାବି ,ନଭେମ୍ବର ୧୮ରେ କୋଶଲ ମହାବନ୍ଦ ଡାକରା

ବରଗଡ: ନଭେମ୍ବର ୧୮ରେ ପଶ୍ଚିମ ଓଡିଶାରେ ହେବ କୋଶଲ ମହାବନ୍ଦ । ଆଜି ଏନେଇ ଏକ ସାମ୍ବାଦିକ ସମ୍ବିଳନୀରେ ଜଣାଇଛି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି । ନଭେମ୍ବର 15ରେ ହେବାକୁ ଥିବା କୋଶଳ ମହାବନ୍ଦକୁ ସ୍ଥଗିତ କରାଯାଇ 3 ଦିନ ଆଗକୁ ଘୁଞ୍ଚା ଯାଇଛି । ଦୀର୍ଘ ବର୍ଷରୁ ପଶ୍ଚିମାଞ୍ଚଳକୁ ଏକ ସ୍ଵତନ୍ତ୍ର କୋଶଳ ରାଜ୍ୟ ଘୋଷଣା ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବା କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ପ୍ରତିବର୍ଷ ନଭେମ୍ବର ମାସରେ ମହାବନ୍ଦ ଡାକରା ଦିଆଯାଇଥାଏ । ତେବେ ଚଳିତ ବର୍ଷ ଏହି ମହାବନ୍ଦ ଆସନ୍ତା ନଭେମ୍ବର 18 ତାରିଖରେ କରାଯିବ ବୋଲି ଆଜି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି (ଶୁକ୍ରବାର) ମଧ୍ୟାହ୍ନରେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବରଗଡ଼ର ସ୍ଥାନୀୟ ଆଗ୍ରଗାମୀ ଯୁବକ ସଂଘ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିର୍ସାମୁଣ୍ଡା ଜୟନ୍ତୀ ଓ ଜୁନିୟର ଶିକ୍ଷକ ପରୀକ୍ଷା ପାଇଁ କୋଶଲ୍ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା 15 ତାରିଖରେ ଦିଆଯାଇଥିବା ମହାବନ୍ଦ ଡାକରାକୁ ବାତିଲ କରାଯାଇ ଆସନ୍ତା ନଭେମ୍ବର ୧୮ ଶନିବାର ଦିନ ମହାବନ୍ଦ ଡ଼ାକରା ଦେଇଛି କମିଟି ।

ଏହା ମଧ୍ୟ ପଢନ୍ତୁ .....Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ଆସନ୍ତା 15 ତାରିଖ ଦିନ 12 ଘଣ୍ଟିଆ କୋଶଲ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜରୁରୀ କାଳୀନ ସେବାକୁ ଛାଡି ଅନ୍ୟ ସରକାରୀ ଓ ବେସରକାରି ଅଫିସ, ଜାନବାହାନ, ସ୍କୁଲ କଲେଜ, ଆଦି ବନ୍ଦ ରହିବ ବୋଲି କୋଶଲ୍ ରାଏଜ୍ ମିଳିତ୍ କ୍ରିୟାନୁଷ୍ଠାନ୍ କମିଟି ପକ୍ଷରୁ ସୂଚନା ମିିଳିଛି । ପଶ୍ଚିମାଞ୍ଚଳ ଅଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଓ ଅଣଦେଖା କରାଯାଉଥିବା ନେଇ ଦୀର୍ଘ ବର୍ଷରୁ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଆଦୌ ଗୁରୁତ୍ଵ ଦେଇନଥିବା ଅଭିଯୋଗ କରିଛି କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି । ଯାହାଫଳରେ ପଶ୍ଚିମାଞ୍ଚଳରେ ସ୍ଵତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି ଉଠାଇଥିଲେ ଲୋକେ ।

ତେବେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବି ପାଇଁ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ନାମରେ ଏକ ସଂଗଠନ ଗଢାଯାଇ ଦୀର୍ଘ ବର୍ଷରୁ ଆନ୍ଦୋଳନ ଚଳାଇ ଆସୁଥିବାବେଳେ ପ୍ରତିବର୍ଷ ନଭେମ୍ବର ମାସରେ ମହାବନ୍ଦ ପାଳନ କରୁଛି ସଂଗଠନ ।
ଏହା ମଧ୍ୟ ପଢନ୍ତୁ ...ପଶ୍ଚିମ ଓଡ଼ିଶାକୁ ଅବହେଳା, ଡିସେମ୍ବର 15ରେ ପଶ୍ଚିମ ଓଡ଼ିଶା ବନ୍ଦ

ଇଟିଭି ଭାରତ,ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.