ETV Bharat / state

ଖରିଫ ଧାନ ସଂଗ୍ରହ, ଡିସେମ୍ବର ୧ରୁ ବରଗଡରେ ଆରମ୍ଭ ହେବ ପ୍ରକ୍ରିୟା

author img

By

Published : Oct 23, 2022, 1:38 PM IST

Updated : Oct 23, 2022, 2:07 PM IST

ବରଗଡ଼ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା:ଆସନ୍ତା ଡିସେମ୍ବର ୧ରୁ ଜିଲ୍ଲାରେ ଆରମ୍ଭ ହେବ ପ୍ରକ୍ରିୟା

ବରଗଡ: ଚଳିତ ବର୍ଷ ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ । ଏହି ବୈଠକ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ତେବେ ଆସନ୍ତା ଡିସେମ୍ବର 1 ତାରିଖରୁ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ ହେବ ବୋଲି ଜଣାପଡିଛି । ଚଳିତ ଖରିଫରେ 1,40,629 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି । ତଥା 489 ଚାଷୀଙ୍କ ପଞ୍ଜିକରଣ ବାଦ ଦିଆଯାଇଛି ।

ଖରିଫ ଧାନ ସଂଗ୍ରହ, ଡିସେମ୍ବର ୧ରୁ ବରଗଡରେ ଆରମ୍ଭ ହେବ ପ୍ରକ୍ରିୟା

ସୂଚନା ଅନୁଯାୟୀ, ଚଳିତ ଖରିଫ କ୍ରୟ ସମୟରେ 58 ଟି ପ୍ୟାକ୍ସ,26 ଟି ସ୍ବୟଂ ସହାୟକ ଗୋଷ୍ଠୀ ସହ ନୂତନ ଭାବେ 12 ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଗତ ବର୍ଷରେ ଭାଗ ନେଇଥିବା 112 ମିଲର୍ସ ଭାଗ ନେବାକୁ ସ୍ଥିର ହୋଇଛି । ଏଥିସହ ସର୍ବନିମ୍ନ ସାଧାରଣ ଧାନ କ୍ରୟ ମୂଲ୍ୟ 2040 ଟଙ୍କା ଏବଂ ଗ୍ରେଡ଼ ଏ ପାଇଁ 2060 ଟଙ୍କା କ୍ବିଣ୍ଟାଲ ପ୍ରତି ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ଦାବିକୁ ଭିତ୍ତି କରି ପ୍ରାୟ 205ଟି ଏବଂ 11ଟି ନୂତନ ଧାନ କ୍ରୟ କେନ୍ଦ୍ରର ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଅଟୋମେଟିକ ଭଏସ କଲ ମାଧ୍ୟମରେ ଚାଷୀ ବିଭିନ୍ନ ସୂଚନା ନିଜ ପଞ୍ଜିକୃତ ମୋବାଇଲରୁ ଜାଣିବା ପାଇଁ 35ଟି କଲ ସେଣ୍ଟରର କାର୍ଯ୍ୟ କରିବ ବୋଲି ଜଣା ପଡିଛି । ବୈଠକରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରିତା ସାହୁ, ଜିଲ୍ଲାପାଳ ମନିଷା ବାନାର୍ଜୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦଶରଥୀ ସୋରେନ, ଚାଷୀ ପ୍ରତିନିଧି, ମିଲର୍ସ ପ୍ରତିନଧିଙ୍କ ସମେତ ଜିଲ୍ଲା ସ୍ତରୀୟ କ୍ରୟ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

Last Updated : Oct 23, 2022, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.