ବରଗଡ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ଜୁଆ ଓ ଘୁଡୁଘୁଡୁ ଖେଳ । ଏପରିକି ବିଭିନ୍ନ ଜନ ଗହଳିପୂର୍ଣ୍ଣ ଯାତ୍ରାମାନଙ୍କରେ ଖୁଲମଖୁଲା ଜୁଆ ଖେଳ ଚାଲିଛି । ପୋଲିସ ପାଖରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ସାଧାରଣରେ କୁହାଯାଉଛି ।
ବରପାଲି ବ୍ଲକ ଅନ୍ତର୍ଗତ ବନ୍ଧପାଳି ଗ୍ରାମରେ ବାଲିଯାତ୍ରା ଦେଖିବାକୁ ଆଖପାଖ ଗ୍ରାମମାନଙ୍କରୁ ବହୁ ପରିବାର ଆସିଥାନ୍ତି । ଏଠାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଧ୍ୟ ଲାଗି ରହିଥାଏ ଲୋକଙ୍କ ଭିଡ | ଏଥିରେ ମୀନା ବଜାର ସହିତ ବହୁ ଆକର୍ଷଣୀୟ କାର୍ଯ୍ୟକ୍ରମ ଗୁଡିକ କରାଯାଉଥିବା ବେଳେ ବେଆଇନ ଭାବେ ଜୁଆଖେଳ ସହିତ ଘୁଡୁଘୁଡୁ ପଟିଖେଳ ମଧ୍ୟ ପୋଲିସ ସମ୍ମୁଖରେ ନିରନ୍ତର ଲାଗିରହିଛି | ପୋଲିସ ଏହା ପ୍ରତି ଅଣଦେଖା କରିବା ସହ ଜୁଆଖେଳ ପାଇଁ ସହଯୋଗ କରୁଥିବା ଲୋକ ଅଭିଯୋଗ କରିଛନ୍ତି | ଯାହାକୁ ନେଇ ବୁଦ୍ଧିଜୀବି ମହଲରେ ବିରୋଧ କରାଯାଉଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ