ETV Bharat / state

ଧାନବସ୍ତା ରଖି ଆମରଣ ଅନଶନରେ ବସିଲେ ଚାଷୀ

ଫେଲ ମାରିଲା ବରଗଡ ଉପଜିଲ୍ଲାପାଳ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି । ଗୁରୁବାର ପୁଣି ଅନଶନକୁ ଓହ୍ଲାଇଲେ ହତାଶ ହୋଇପଡିଥିବା ଚାଷୀ । ଅଧିକ ପଢନ୍ତୁ...

ଧାନବସ୍ତା ରଖି ଆମରଣ ଅନଶନରେ ବସିଲେ ଚାଷୀ
ଧାନବସ୍ତା ରଖି ଆମରଣ ଅନଶନରେ ବସିଲେ ଚାଷୀ
author img

By

Published : Jun 24, 2021, 8:22 PM IST

ବରଗଡ: ଫେଲ ମାରିଲା ବରଗଡ ଉପଜିଲ୍ଲାପାଳ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି । ଗୁରୁବାର ପୁଣି ଅନଶନକୁ ଓହ୍ଲାଇଲେ ହତାଶ ହୋଇପଡିଥିବା ଚାଷୀ ।

ଧାନବସ୍ତା ରଖି ଆମରଣ ଅନଶନରେ ବସିଲେ ଚାଷୀ

ବରଗଡ ଜିଲ୍ଲା ବରପାଲି ତହସିଲ ଅଫିସ ସମ୍ମୁଖରେ ଶତାଧିକ ଧାନ ବସ୍ତା ଜମା କରି ବରପାଲି ଅଞ୍ଚଳର ଚାଷୀମାନେ ଆମରଣ ଅନଶନକୁ ଓହ୍ଲାଇଛନ୍ତି । ଯେପର୍ଯ୍ୟନ୍ତ ଧାନ ବିକ୍ରି ନହେଉଛି ସେପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ବରଗଡ ଜିଲ୍ଲାରେ ରବି ଫସଲ ଧାନ ବିକ୍ରି ସମସ୍ୟା ଲାଗି ରହିଥିବାବେଳେ ବହୁ ଚାଷୀଙ୍କ ଅମଳ ଧାନ ମଣ୍ଡିରେ ପଡି ଗଜା ହୋଇଗଲାଣି । ଏହାର ପ୍ରତିବାଦରେ ଗତ 20 ତାରିଖରେ ବରପାଲି ତହସିଲ ଛକ ଠାରେ ଚାଷୀମାନେ ରାସ୍ତାରୋକ ଆନ୍ଦୋଳନ କରି ବରଗଡ ବଲାଙ୍ଗୀର ରାସ୍ତା ଅଚଳ କରିଦେଇଥିଲେ ।

ଉପଜିଲ୍ଲାପାଳ ନିଜେ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଚାଷୀଙ୍କୁ 23 ତାରିଖ ଭିତରେ ଧାନ ବିକ୍ରି ସମସ୍ୟାର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପ୍ରଶାସନର ପ୍ରତିଶ୍ରୁତି ଫେଲ ମାରିବାରୁ ଗୁରୁବାର ପୁଣି ବରପାଲି ତହସିଲ ଅଫିସରେ ଧାନ ବସ୍ତା ପକାଇ ଚାଷୀମାନେ ଆମରଣ ଅନଶନରେ ବସିଛନ୍ତି । ଧାନ ସମ୍ପୂର୍ଣ୍ଣ ବିକ୍ରି ନହେବା ଯାଏଁ ଚାଷୀଙ୍କ ଆମରଣ ଅନଶନ ଜାରି ରହିବ ବୋଲି ଚାଷୀମାନେ ଜିଦରେ ଅଡି ବସିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.