ETV Bharat / state

ବରପାଲିରେ ମଣ୍ଡି ସମସ୍ୟା, ରାସ୍ତା ଅବରୋଧ କଲେ ଚାଷୀ

author img

By

Published : Jun 22, 2021, 9:32 AM IST

ଧାନ ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ । ଫଳରେ ଉତ୍ୟକ୍ତ ଚାଷୀ ବରପାଲି ତହସିଲ ଛକ ଠାରେ ହଜାର ହଜାର ଧାନ ବସ୍ତା ରଖି କଲେ ରାସ୍ତା ଅବରୋଧ । ଅଧିକ ପଢନ୍ତୁ...

farmer strike for not saleing of paddy in barpalli
ବରପାଲିରେ ମଣ୍ଡି ସମସ୍ୟା, ରାସ୍ତା ଅବରୋଧ କଲେ ଚାଷୀ

ବରଗଡ: ରବି ଫସଲରେ ବରଗଡ ଜିଲ୍ଲାର ଚାଷୀଙ୍କ ଧାନ ବିକ୍ରିରେ ଦେଖାଦେଇଛି ଉତ୍କଟ ସମସ୍ୟା | ଧାନ ମଣ୍ଡିରୁ ଉଠୁନି ଚାଷୀଙ୍କ ଧାନ ଫଳରେ ଉତ୍ୟକ୍ତ ଚାଷୀ ଆଜି ବରପାଲି ତହସିଲ ଛକ ଠାରେ ହଜାର ହଜାର ଧାନ ବସ୍ତା ରଖି କଲେ ରାସ୍ତା ଅବରୋଧ | ବରପାଲି ତହସିଲ ଛକ ଠାରେ ତହସିଲ ଅଫିସ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ରଖି ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ ।

ଟୋକନ ଅବଧି ଶେଷ, ଧାନର ଆଦ୍ରତା, ଟାର୍ଗେଟ ଅଭାବ ଆଦି ଆଳରେ ପ୍ରଶାସନ ଧାନ କିଣୁ ନଥିବା ଅଭିଯୋଗ କରି ବରପାଲି ଠାରେ ଆଜି ଚାଷୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଥିଲା । ଦୀର୍ଘ ଘଣ୍ଟା ଧରି ଏହି ରାସ୍ତା ଅବରୋଧ ହୋଇଥିବା ବେଳେ ଘଟଣାସ୍ଥଳକୁ ବରଗଡ ଉପଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଆସନ୍ତା ୨୩ ତାରିଖ ସୁଦ୍ଧା ଚାଷୀଙ୍କ ସମସ୍ତ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାନଗଲେ ଜିଲ୍ଲାପାଳ ଅଫିସ ଏବଂ ଜିଲ୍ଲା ଯୋଗାଣ ଅଫିସରେ ଧାନ ପକାଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଜୟ କିଶାନ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.