ETV Bharat / state

ପୁଣି ବରଗଡ ଚାଷୀଙ୍କୁ ନିରାଶ କଲେ ଜିଲ୍ଲାପାଳ - farmer problem

ଫସଲବୀମା ପାଇଁ ପ୍ରିମିୟମ ପଇଠ କରିଥିଲେ ସୁଦ୍ଧା ଚାଷୀକୁ ମିଳୁନାହିଁ ଫସଲର କ୍ଷତିପୂରଣ । ବାରମ୍ବାର ଜିଲ୍ଲାପାଳଙ୍କ ନିକଟକୁ ଦୌଡ଼ିଲା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Jul 9, 2019, 7:24 PM IST

ବରଗଡ଼: ଚାଷୀ ଦେଶର ମେରୁଦଣ୍ଡ । କିନ୍ତୁ ଦେଶର ମୁଖ୍ୟ ସମସ୍ୟା ହେଉଛି ଚାଷୀ ସମସ୍ୟା । ପ୍ରତ୍ୟେକ ଥର ସରକାରଙ୍କ ନିକଟରୁ ନିରାଶ ହୋଇ ଫେରିବା ଚାଷୀଙ୍କର ଏକ ନିତିଦିନିଆ ଘଟଣା ପାଲଟିଲାଣି । ସାରା ରାଜ୍ୟରେ ଚାଷ ପାଇଁ ସୁନାମ ଅର୍ଜନ କରିଛି ବରଗଡ଼ ଜିଲ୍ଲା । କିନ୍ତୁ ଏଠାରେ ଚାଷୀମାନେ ହିଁ ମୁଖ୍ୟ ସମସ୍ୟାରେ ଫସି ସରକରାଙ୍କ ସହାୟତାକୁ ଚାହିଁ ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଚାଷ ହେଉ ବା ପନିପରିବା ସବୁଥିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ବରଗଡ଼ ଚାଷୀ । କିନ୍ତୁ ଫସଲବୀମା ପାଇଁ ପ୍ରିମିୟମ ପଇଠ କରିଥିଲେ ସୁଦ୍ଧା ଚାଷୀକୁ ମିଳୁନାହିଁ ଫସଲର କ୍ଷତିପୂରଣ । ଚାଷୀଙ୍କୁ ତାଙ୍କ ଅଧିକାର ପାଇଁ ଶେଷରେ କଟକ ହାଇକୋର୍ଟକୁ ଯିବାକୁ ପଡୁଛି । ତଥାପି ମଧ୍ୟ ଚାଷୀ ପାଇପାରୁନାହିଁ ତାର ଅଧିକାର ।

ଘଟଣା ୨୦୧୬ ମସିହା ଖରିଫ ଫସଲ ସମୟର । ସୋହେଳାରେ ଖରାମାଡ଼ ଓ ଅଦିନିଆ ବର୍ଷା ଜନିତ ବହୁ ଫସଲ ନଷ୍ଟ ହୋଇଯାଇଥିବା ବେଳେ ପ୍ରିମିୟମ ନେଇଥିବା ଓରିଏଣ୍ଟ ଫସଲ ବୀମା କମ୍ପାନୀ ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ପାଞ୍ଚୋଟି ପଞ୍ଚାୟତର ଶତାଧିକ ଚାଷୀଙ୍କୁ କ୍ଷତିପୂରଣ ଆଦୌ ଦେଇନଥିଲା । ବାରମ୍ବାର ଜିଲ୍ଲାପାଳଙ୍କ ନିକଟକୁ ଦୌଡ଼ିଲା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ୪୫% କ୍ଷତି ହୋଇଥିବା ପାଞ୍ଚଟି ପଞ୍ଚାୟତର ଚାଷୀମାନେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ବାଧ୍ୟ ହୋଇଥିଲେ ।

ତେବେ ୨୦୧୬ ମସିହାର କ୍ଷତିପୂରଣ ଅର୍ଥ ବାବଦକୁ ମାନନୀୟ ଉଚ୍ଚନ୍ୟାୟାଳୟ ବରଗଡ଼ ଜିଲ୍ଲାପାଳଙ୍କୁ ଚାଷୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ୨୦୧୯ ରେ ଆଦେଶ କରିଥିଲେ । କିଛିଦିନ ତଳେ ବୀମା କମ୍ପାନୀ ସହିତ ଜିଲ୍ଲାପାଳ ଏବଂ ଚାଷୀଙ୍କ ବୈଠକରେ ୪୦ % କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଫଇସଲା କରାଯାଇଥିଲା । ଏହାସହ ଏହାର ଶୁଣାଣୀ ଆଜି ଅର୍ଥାତ ଜୁଲାଇ 9 ରେ କରାଯିବ ବୋଲି କୁହାଯାଇଥିବାରୁ ସୋହେଲା ଅଞ୍ଚଳର ବହୁ ଚାଷୀ ଆଜି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ନିକଟକୁ ଆସି ପହଞ୍ଚିଥିଲେ ।

ଆଜିର ଫଇସଲା ସମ୍ପୂର୍ଣ୍ଣ ଓଲଟା ହୋଇଗଲା । ସେହି ଅଞ୍ଚଳର ସାତ ବର୍ଷର କ୍ଷତିର ଆକଳନକୁ ଆଧାର କରି କ୍ଷତିପୂରଣ ମାତ୍ର ୫% ଦିଆଯିବ ବୋଲି କୁହାଯାଇଥିଲା । ଫଳରେ ଚାଷୀମାନେ ନିରାଶ ହୋଇ ଜିଲ୍ଲାପାଳଙ୍କ ଅଫିସରୁ ଫେରିଥିଲେ । ଜିଲ୍ଲାର ଚାଷୀଙ୍କୁ ନିଜର ଅଧିକାର ପାଇଁ କୋର୍ଟକୁ ଦୌଡ଼ିବାକୁ ପଡୁଛି । ତଥାପି ନ୍ୟାୟ ପାଇପାରୁନଥିବା ଅଭିଯୋଗ ଆଣିଛନ୍ତି । ସରକାରଙ୍କ ଚାଷୀ ମାରଣ ନୀତିକୁ ପରିବର୍ତ୍ତନ କରିବା ଜରୁରୀ ହୋଇପଡିଛି । ଚାଷୀ ଗୋଟିଏ ଫସଲର ବୀମା ପ୍ରିମିୟମ ଭରୁଥିବା ବେଳେ ବିଗତ ସାତ ବର୍ଷର କ୍ଷୟକ୍ଷତି ଆକଳନ କରିବା କେତେଦୁର ଯଥାର୍ଥ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଜିଲ୍ଲାର ଚାଷୀଙ୍କ ସମସ୍ୟା କେବେ ମଧ୍ୟ ପିଛା ଛାଡୁନାହିଁ । ଫସଲବୀମା ପାଇଁ ପ୍ରିମିୟମ ପଇଠ କରିଥିଲେ ଶୁଦ୍ଧା ଚାଷୀକୁ ମିଳୁନାହିଁ ଫସଲ ର କ୍ଷତିପୂରଣ । କଟକ ହାଇକୋର୍ଟ କୁ ଯିବାକୁ ପଡୁଛି ଚାଷୀର ଅଧିକାର ପାଇଁ ତଥାପି ମଧ୍ୟ ଚାଷୀ ପାଇପାରୁନାହିଁ ତାର ଅଧିକାର ।
ଘଟଣା ୨୦୧୬ ମସିହା ଖରିଫ ଫସଲ ସମୟର । ସୋହେଳାରେ କରାମାଡ଼ ଓ ଅଦିନିଆ ବର୍ଷା ଜନିତ ବହୁ ଫସଲ ନଷ୍ଟ ହୋଇଯାଇଥିବା ବେଳେ ପ୍ରିମିୟମ ନେଇଥିବା ଓରିଏଣ୍ଟ ଫସଲ ବୀମା କମ୍ପାନୀ ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ପାଞ୍ଚୋଟି ପଞ୍ଚାୟତ ର ଶତାଧିକ ଚାଷୀଙ୍କୁ କ୍ଷତିପୂରଣ ଆଦୌ ଦେଇନଥିଲା । ବାରମ୍ବାର ଜିଲ୍ଲାପାଳ ଙ୍କ ନିକଟକୁ ଦୌଡ଼ିଲା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ୪୫% କ୍ଷତି ହୋଇଥିବା ପାଞ୍ଚଟି ପଞ୍ଚାୟତ ର ଚାଷୀ ମାନେ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଥିଲେ । ତେବେ ୨୦୧୬ ମସିହାର କ୍ଷତିପୂରଣ ଅର୍ଥ ବାବଦକୁ ମାନନୀୟ ଉଛ ନ୍ୟାୟାଳୟ ବରଗଡ଼ ଜିଲ୍ଲାପାଳଙ୍କୁ ଚାଷୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ୨୦୧୯ ରେ ଆଦେଶ କରିଥିଲେ ।

Body:ତେବେ କିଛି ଦିନତଳେ ବୀମା କମ୍ପାନୀ ସହିତ ଜିଲ୍ଲାପାଳ ଏବଂ ଚାଷୀଙ୍କ ବୈଠକି ରେ ୪୦ % କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ଫେସଲା କରାଯାଇଥିଲା ଏବଂ ଏହାର ଶୁଣାଣୀ ଆଜି କରାଯିବ ବୋଲି କୁହାଯାଇଥିବାରୁ ସୋହେଲା ଅଞ୍ଚଳର ବହୁ ଚାଷୀ ଆଜି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ନିକଟକୁ ଆସି ପହଞ୍ଚିଥିଲେ କିନ୍ତୁ ଆଜିର ଫେସଲା ସମ୍ପୂର୍ଣ୍ଣ ଓଲଟା ହୋଇଥିଲା । ସେହି ଅଞ୍ଚଳର ସାତ ବର୍ଷର କ୍ଷତିର ଆକଲନକୁ ଆଧାର କରି କ୍ଷତିପୂରଣ ମାତ୍ର ୫% ଦିଆଯିବ ବୋଲି କୁହାଯାଇଥିଲା । ଫଳରେ ଚାଷୀ ମାନେ ନିରାଶ ହୋଇ ଜିଲ୍ଲାପାଳ ଙ୍କ ଅଫିସ ଭିତରୁ ବହାରିଆସିଥିଲେ ।

ଜିଲ୍ଲାର ଚାଷୀଙ୍କୁ ନିଜର ଅଧିକାର ପାଇଁ କୋର୍ଟକୁ ଦୌଡ଼ିବାକୁ ପଡୁଛି ଏବଂ ତଥାପି ମଧ୍ୟ ନ୍ୟାୟ ପାଇପାରୁନଥିବା ଅଭିଯୋଗ ଆଣିଛନ୍ତି । ସରକାରଙ୍କ ଚାଷୀ ମାରଣ ନୀତି କୁ ପରିବର୍ତ୍ତନ କରିବା ଜରୁରୀ ହୋଇପଡିଛି । ଚାଷୀ ଗୋଟିଏ ଫସଲର ବୀମା ପ୍ରିମିୟମ ଭରୁଥିବା ବେଳେ ବିଗତ ସାତ ବର୍ଷର କ୍ଷୟ କ୍ଷତି ଆକଳନ କରିବା କେତେଦୁର ଯଥାର୍ଥ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।

ବାଇଟ ୧- ଟଙ୍କଧର ଝାଙ୍କର ( ଚାଷୀ )
ବାଇଟ ୨- ଘନଶ୍ୟାମ ପ୍ରଧାନ ( ଚାଷୀ )
ବାଇଟ ୩- ହୃଷିକେଶ ନାୟକ ( ଚାଷୀ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.