ETV Bharat / state

ନକଲି କୋରୋନା ଔଷଧ ତିଆରି କରି ହଟହଟା ଯୁବକ, ପ୍ରତିଷେଧକ ଟିକା ଜବତ

author img

By

Published : Sep 26, 2020, 4:33 PM IST

Updated : Sep 26, 2020, 4:46 PM IST

ବରଗଡ ଜିଲ୍ଲା ରୁଷଡା ଗ୍ରାମର ପ୍ରହଲ୍ଲାଦ ବିଶି ନାମକ ଜଣେ ଯୁବକଙ୍କ ଘରେ ଡ୍ରଗ୍ସ ଇନସ୍ପେକ୍ଟର ଚଢାଉ କରିଛନ୍ତି । କୋଭିଡ 19 ଲେଖା ଥିବା 12 ଗୋଟି ପ୍ରତିଷେଧକ ଟୀକା ଜବତ କରି ଭୁବନେଶ୍ବର ସ୍ଥିତ ଲେବୋରେଟୋରୀ କୁ ଯାଞ୍ଚ ପାଇଁ ପଠାଇଥିବା ଜଣାପଡିଛି ।

ନକଲି କୋରୋନା ପ୍ରତିଷେଧକ ତିଆରି କରି ଅଡୁଆରେ ଯୁବକ

ବରଗଡ: କୋରୋନା ମହାମାରୀ ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରତିଷେଧକ କିମ୍ବା ଔଷଧ ବଡ ବଡ ବୈଜ୍ଞାନିକ ମାନେ ମଧ୍ୟ ବାହାର କରିପାରିନାହାଁନ୍ତି । ହେଲେ ଏହି ସମୟରେ ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମର ଜଣେ 32 ବର୍ଷୀୟ ଯୁବକ କୋରୋନା ପାଇଁ ନକଲି ପ୍ରତିଷେଧକ ପ୍ରସ୍ତୁତ କରିଥିବା ଖବର ମିଳିଛି।

ଏହାପରେ ବରଗଡ ଡ୍ରଗ ଇନସ୍ପେକ୍ଟର ଓ ସମ୍ବଲପୁର ଡ୍ରଗ ଇନସ୍ପେକ୍ଟରଙ୍କ ମିଳତ ଉଦ୍ୟମରେ ଚଢାଉ କରାଯାଇ ଉକ୍ତ ବ୍ୟକ୍ତିଙ୍କ ଠାରୁ ବ୍ୟାପକ ମାତ୍ରାରେ କୋଭିଡ଼ 19 ଲେଖା ଥିବା ଔଷଧ ଜବତ କରିଛନ୍ତି ।

ନକଲି କୋରୋନା ପ୍ରତିଷେଧକ ତିଆରି କରି ଅଡୁଆରେ ପଡିଲେ ଯୁବକ

ବରଗଡ ଜିଲ୍ଲା ରୁଷଡା ଗ୍ରାମର ପ୍ରହଲ୍ଲାଦ ବିଶି ନାମକ ଜଣେ ଯୁବକଙ୍କ ଘରେ ଡ୍ରଗ୍ସ ଇନେସ୍ପେକ୍ଟର ଚଢାଉ କରି କୋଭିଡ 19 ଲେଖା ଥିବା 12 ଗୋଟି ପ୍ରତିଷେଧକ ଟୀକା ଜବତ କରି ଭୁବନେଶ୍ବର ସ୍ଥିତ ଲେବୋରେଟୋରୀ କୁ ଯାଞ୍ଚ ପାଇଁ ପଠାଇଥିବା ଜଣାପଡିଛି ।

ଏହି ପ୍ରତିଷେଧକ ସିସି ଉପରେ କୋଭିଡ 19 ଲେଖାଯାଇଥିବା ବେଳେ ଏହି ଘଟଣାରେ ନକଲି ଔଷଧ ତିଆରି କରୁଥିବା ଅଭିଯୋଗରେ ପ୍ରହଲ୍ଲାଦ ବିଶି ନାମକ ଯୁବକକୁ ନୋଟିସ ଜାରି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରହଲ୍ଲାଦ ବିଶି ନାମକ ଯୁବକ ପୂର୍ବରୁ ବନ୍ଧ୍ୟାଦୋଷ ଦୂରୀକରଣ ପାଇଁ ଔଷଧ ତିଆରି କରୁଥିବା କହୁଥିବା ବେଳେ ମହାମାରୀ ସମୟରେ ଏପରି ଦାବି ସମସ୍ତଙ୍କୁ ଚକିତ କରିଦେଇଛି । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ବରଗଡ଼ ଡ୍ରଗ୍ସ ଇନସ୍ପେକ୍ଟର ସସ୍ମିତା ଦେହୁରୀ ସୂଚନା ଦେଇଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Sep 26, 2020, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.