ETV Bharat / state

Attabira NAC Election: ଆଜି ପ୍ରଚାରର ଶେଷ ଦିନ, ଭୋଟରକୁ ଆକୃଷ୍ଟ କରିବା ପାଇଁ ଚାଲିଛି ପ୍ରୟାସ - ଅତାବିରା ଏନଏସି ନିର୍ବାଚନ

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହାତରେ ମାତ୍ର କେଇ ଘଣ୍ଟାର ସମୟ । ଅତାବିରା ଏନଏସି ନିର୍ବାଚନ ପାଇଁ ଆଜି ଶେଷ ଦିନ ହୋଇଥିବାରୁ ଜୋରସୋରରେ ଚାଲିଛି ପ୍ରଚାର । ଅଧିକ ପଢନ୍ତୁ

Attabira nac election
Attabira nac election
author img

By

Published : Mar 31, 2023, 1:23 PM IST

Attabira nac election

ବରଗଡ: ଆଉ ୨ଦିନ ପରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ଅତାବିରା ଏନଏସି ନିର୍ବାଚନ । ଆଜି ପ୍ରଚାରର ଶେଷ ଦିନ । ତେବେ ହାତରେ କମ ରହିଥିବା ଯୋଗୁଁ ପ୍ରତାରକୁ ଜୋରସୋର କରିଛନ୍ତି ତିନି ପ୍ରମୁଖ ଦଳ । ଗ୍ରୀଷ୍ମର ତାତି ସହ ଅତାବିରା ନିର୍ବାଚନ ତାତି ତାଳ ଦେଇ ବଢିବାରେ ଲାଗିଛି । ତେବେ ଗତକାଲି(ଗୁରୁବାର) ତିନି ଦଳ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିଲେ । ସମସ୍ତ ଦଳ ନିଜ ନିଜର ମୁଦ୍ଦା ନେଇ ଘରକୁ ଘର ଭୋଟ ପାଇଁ ଯାଉଥିବା ବେଳେ ଆସନ୍ତା ୫ତାରିଖରେ ଫଳାଫଳ ହିଁ କହିବ ଜନତା ଜନାର୍ଦ୍ଦନ କେଉଁ ଦଳ ଉପରେ ଆସ୍ଥା ଓ ଭରସା ରଖିଛନ୍ତି ।

ଆଜି ଅତାବିରା NAC ନିର୍ବାଚନର ପ୍ରଚାର ପ୍ରସାରର ଶେଷ ଦିନ । ଅତାବିରାର ୧୨ଗୋଟି ୱାର୍ଡରେ ସମସ୍ତ ଦଳ ପକ୍ଷରୁ ଦିନରାତି ଚାଲିଛି ଜୋରସୋର ପ୍ରଚାର ପ୍ରସାର । ବିଜେପି ଓ କଂଗ୍ରେସ ଦଳ ଅପେକ୍ଷା ପ୍ରଚାର ପ୍ରସାରରେ ବହୁ ଗୁଣ ଆଗରେ ରହିଛି ବିଜେଡି ଦଳ । ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ବିଜେଡି ଦଳ ତରଫରୁ ପ୍ରତିଦିନ ହେଭିୱେଟ ନେତାଙ୍କୁ ଆଣି ପ୍ରଚାର କରୁଛି । ଅତାବିରାର ୧୨ଗୋଟି ୱାର୍ଡ ମାନଙ୍କରେ ବିଜେଡି ଦଳ ପକ୍ଷରୁ ନେତା ଓ ମନ୍ତ୍ରୀଙ୍କ ସାଧାରଣ ସଭାରେ ସହିତ ଘରକୁ ଘର ଯାଇ ବିଜେଡି ସମର୍ଥିତ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷା ଜାରି ରଖିଛନ୍ତି ।

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଅତାବିରା ଅଞ୍ଚଳରେ ବର୍ତ୍ତମାନ ଚାଷୀମାନେ ନିଜ ନିଜର ଚାଷ କାମରେ ବ୍ୟସ୍ତ ରହିଥିବା ବେଳେ ଚାଷୀଙ୍କୁ ଆକୃଷ୍ଟ କରିବା ସହିତ ସଭା ସମିତି ମାନଙ୍କରେ ଭିଡ ଜମାଇବାକୁ ସମସ୍ତ ଦଳ ପ୍ରୟାସ କରୁଛନ୍ତି । ଚାଷୀମାନେ ସନ୍ଧ୍ୟା ସମୟରେ ନିଜ କାମଧାମ ସାରି ଘରକୁ ଫେରୁଥିବା ବେଳେ ନେତା ଓ ମନ୍ତ୍ରୀମାନେ ମଧ୍ୟ ସନ୍ଧ୍ୟା ସମୟକୁ ପ୍ରଚାର ପ୍ରସାର ପାଇଁ ଅଧିକ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳିଛି ।

ଚଳିତ ବର୍ଷ ଅତାବିରା NAC ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳ ବ୍ୟତୀତ ଆମ ଆଦମୀ ପାର୍ଟି ମଧ୍ୟ ନିଜର ପ୍ରାର୍ଥୀକୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି । ପୂର୍ବ ବିଜେଡି ଦଳର ପ୍ରାର୍ଥୀ ବିଜୟୀ ହୋଇ ବିଜେଡି ଦଳ ଅତାବିରା NACକୁ ଅକ୍ତିଆର କରିଥିଲା । ତେବେ ଚଳିତ NAC ନିର୍ବାଚନ ଆସନ୍ତା ଅପ୍ରେଲ 3 ତାରିଖରେ ହେବାକୁ ଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଦଳ ଅଧ୍ୟକ୍ଷ ପଦବୀ ସହିତ ସମୁଦାୟ ଆସନ ଅକ୍ତିଆର କରିବ ବୋଲି ଆଶାବାଦୀ ରହିଛି ।

ତେବେ ସମସ୍ତ ଆସନ ଅକ୍ତିଆର କରିବାର ଲକ୍ଷ ନେଇ ବିଜେଡି ଦଳ ଦିନରାତି ଲାଗିପଡିଛନ୍ତି ପ୍ରଚାର ପ୍ରସାର ପାଇଁ । ବିରୋଧୀ ଦଳ ଲୋକଙ୍କ ପାଖକୁ ରାସ୍ତା ସମସ୍ୟା, ଚାଷୀ ସମସ୍ୟା, ବେରୋଜଗାର ସମସ୍ୟା ଓ ବ୍ୟାପକ ଦୁର୍ନୀତିକୁ ଟାର୍ଗେଟ କରି ଭୋଟ ହାତେଇବାକୁ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ବିଜେଡି ଦଳ ପକ୍ଷରୁ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ଜନସାଧାରଣଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଅନୁରୋଧ କରାଯାଉଛି ।

ଆସନ୍ତା ଅପ୍ରେଲ ୩ତାରିଖରେ ହେବାକୁ ଯାଉଛି ଅତାବିରା NAC ନିର୍ବାଚନ ଏବଂ ଏଥିପାଇଁ ଅତାବିରା ନିର୍ବାଚନ ମଣ୍ଡଳୀରେ ଗତ ୨୮ଫେବୃଆରୀରୁ ଆସନ୍ତା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ମଡେଲ କୋର୍ଟ ଅଫ କଣ୍ଡକ୍ଟ ଲାଗିସାରିଛି । ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ଦଳରୁ ବନମାଳୀ ବରିହା, ବିଜେପି ଦଳରୁ ଲକ୍ଷ୍ମୀ ବେହେରା, କଂଗ୍ରେସ ଦଳରୁ ସବିତା ଭୁଏ ଓ ଆମ ଆଦମୀ ପାର୍ଟିରୁ ସାମନ୍ତ ଭୁଏ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.