ବରଗଡ: ରବିବାର ଥିଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ହେଲେ ଏଥର ନୂଆଁଖାଇରେ ନଥିଲା ପୂର୍ବବର୍ଷଗୁଡିକ ପରି ଲୋକଙ୍କ ମନରେ ଖୁସି ଓ ଉତ୍ସାହ । ମହାମାରୀ କୋରୋନାର କବଳରେ କେତେ ଯେ ପରିବାର ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଅନେକ ଲୋକ ଏବେ ମଧ୍ୟ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘରକୁ ଫେରିଲେ ଯାଇ ଜୀବନ ଫେରି ପାଇଲା ପରି ଅନୁଭବ କରୁଥିବା ପରିବାର ଲୋକେ କିପରି ଅବା ନୂଆଁଖାଇ ପର୍ବକୁ ପାଳନ କରିବେ ।
ସମସ୍ତଙ୍କ ମନରେ ମହାମାରୀର ଭୟ ଘାରି ରହିଛି, ଆଗକୁ କାହାର କଣ ହେବ କେଜାଣେ ସେଥିପାଇଁ କିଏ ଏଥର ନୂଆଁଖାଇ ଶେଷଥର ବୋଲି ପାଳନ କରିଛି ତ ଆଉ କିଏ ଭଗବାନଙ୍କୁ ଗୁହାରି କରି ମହାମାରୀ ଠାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ନୂଆଁଖାଇ ତିହାର ଭଗବାନଙ୍କ ଠାରେ ମାନସିକ କରିଛି । ସମ୍ପୂର୍ଣ୍ଣ ଭାବରେ କହିବାକୁ ଗଲେ ଏଥର ଫିକା ପଡିଯାଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ।
![ବରଗଡରେ କୋରୋନା ଭୟ ପାଇଁ ଫିକା ପଡିଲା ନୂଆଖାଇ](https://etvbharatimages.akamaized.net/etvbharat/prod-images/od-bar-fikanuakhai-specialstory-7203682_23082020221751_2308f_1598201271_880.png)
ପୂର୍ବ ବର୍ଷ ପରି ଏଥର ଦେଖିବାକୁ ମିଳିନଥିଲା ନୂଆଁଖାଇ ଆଗରୁ ସେପରି ଗହଳି , ନୂଆଁଖାଇ ପାଇଁ ନଥିଲା ପ୍ରବାସୀଙ୍କ ଘର ବାହୁଡା, ନଥିଲା ଗାଁ ଅଗଣାରେ ପୂର୍ବପରି ବନ୍ଧୁ ମିଳନ ଏବଂ ନୂଆଁଖାଇ ଭେଟ ଘାଟ । ନଥିଲା ସାମୂହିକ ଓ ସାଂସ୍କୃତିକ କୌଣସି କାର୍ଯ୍ୟକ୍ରମ ନଥିଲା ଲୋକଙ୍କ ମନରେ ହସଖୁସି ନଥିଲା । କେବଳ ଥିଲା ଲୋକଙ୍କ ମଧ୍ୟରେ କୋରୋନା ଭୟ । ଏହି ମହାମାରୀ ଭୟ ଭିତରେ ଫିକା ପଡିଯାଇଥିଲା ଚଳିତ ବର୍ଷର ନୂଆଁଖାଇ ତିହାର ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ