ETV Bharat / state

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ - Bargarh news

ବର୍ଷାରେ ବେହାଲ ବରଗଡ । ଲଗାଣ ବର୍ଷା ପ୍ରଭାବରେ ବରଗଡ-ଅମ୍ବାପାଲି ଯୋଗାଯୋଗ ବିଚ୍ଛିନ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 29, 2019, 8:58 PM IST

Updated : Jul 29, 2019, 9:36 PM IST

ବରଗଡ଼: ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି । ମୌସୁମୀର ପ୍ରଥମ ବର୍ଷା ପରେ ଦୀର୍ଘ ଦିନ ଧରି ବର୍ଷା ଉଭାନ ହୋଇଯାଇଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ଯାହାଫଳରେ ବରଗଡ ସହର ଦେଇ ଯାଇଥିବା ଜିରା ନଦୀର ଜଳସ୍ତର ବଢି ଅମ୍ବାପାଲି ଓ ବରଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଲଗାଣ ବର୍ଷା ପ୍ରଭାବରେ ପ୍ରଥମ ଥର ପାଇଁ ଜିରା ନଦୀର ଜଳସ୍ତର ବଢିଛି । ତେବେ ନଦୀର ପୁରୁଣା ବ୍ରିଜ ଭଙ୍ଗା ଯାଇ ନୂତନ ବ୍ରିଜ ନିର୍ମାଣ କରାଯାଉ ଥିବାବେଳେ ଯାତାୟତ ନିମନ୍ତେ ନିର୍ମିତ ଅସ୍ଥାୟୀ ରାସ୍ତାରେ ପାଣି ବହୁଥିବାରୁ ଅମ୍ବାପାଲି-ବରଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଯାହାଦ୍ବାରା ବରଗଡ ଓ ଅମ୍ବାପାଲିର ହଜାର ହଜାର ଲୋକଙ୍କ ଯାତାୟତ ଠପ୍‌ ହୋଇପଡ଼ିଛି ଏବଂ ଲୋକେ 6 କିଲୋମିଟର ବୁଲି ବରଗଡ଼ ଟାଉନ ଭିତରକୁ ଆସୁଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ଲାଗିରହିଛି ଲଗାତାର ବର୍ଷା । ମୌସୁମୀ ର ପ୍ରଥମ ବର୍ଷା ପରେ ଦୀର୍ଘ ଦିନ ଧରି ବର୍ଷା ଉଭାନ ହୋଇଯାଇଥିବା ବେଲବ ଏବେ ପୁଣି ଆରମ୍ଭ ହୋଇଯାଇଛି ପ୍ରବଳ ବର୍ଷା । ଗତ ରାତିରୁ ପ୍ରବଳ ବର୍ଷା ଲଗାତାର ଲାଗିରହିଥିବା କାରଣରୁ ଚଳିତ ବର୍ଷାରେ ପ୍ରଥମ ଥର ବରଗଡ଼ ସହର ଦେଇ ଯାଇଥିବା ଜିରାନଦୀର ଜଳସ୍ତର ବଢ଼ିବାର ଦେଖାଯାଇଛି । ତେବେ ଜିରାନଦୀର ପୁରୁଣା ବ୍ରିଜ ଭଙ୍ଗା ଯାଇ ନୂତନ ବ୍ରିଜ ନିର୍ମାଣ କରାଯାଉଥିବା ବେଳେ ଅସ୍ଥାୟୀ ରାସ୍ତା ଉପରେ ଖୁବ ଜୋରରେ ପାଣି ଯାଉଥିବା ଯୋଗୁ ଅମ୍ବାପାଲି – ବରଗଡ଼ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

Body: ଇଂରେଜ ଶାସନ ଅମଳରୁ ବରଗଡ ଜୀରା ନଦୀ ଉପରେ ନିର୍ମିତ ହୋଇଥିବା ଲୁହାର ବ୍ରିଜ ଭାଙ୍ଗିବା ଅବସ୍ଥାରେ ଥିବାରୁ ତାହାକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସେହି ସ୍ଥାନରେ ନୂତନ ପୋଲ ନିିର୍ମାଣ ଚାଲିଛି ଏବଂ ଲୋକଙ୍କ ଯାତାୟାତ ପାଇଁ ନିର୍ମିତ ହୋଇଥିବା ଅସ୍ଥାୟୀ ରାସ୍ତାରେ ଅମ୍ବାପାଲି , ବରପାଲି ଓ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ମାତ୍ର ଏବେ ଏହି ରାସ୍ତା ଉପରେ ଏବେ ପାଣି ବହୁଥିବା ଯୋଗୁ ଯାତାୟତ ଠପ୍‌ ହୋଇପଡ଼ିଛି ଏବଂ ଲୋକେ 6 କିଲୋମିଟର ବୁଲିକି ବରଗଡ଼ ଟାଉନ ଭିତରକୁ ଆସୁଥିବା ବେଳେ ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି ।Conclusion:
Last Updated : Jul 29, 2019, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.