ETV Bharat / state

ଡାକ୍ତରାଣୀଙ୍କ ଆକ୍ରୋଶର ଶିକାର ହୋଇ ଚାକିରି ହରାଇଲେ ସଫେଇ କର୍ମଚାରୀ - ଡାକ୍ତରାଣୀଙ୍କ ମୋବାଇଲ ବ୍ୟବହାର ବରଗଡ

ଡାକ୍ତରଖାନାରେ ରୋଗୀସେବା ନ କରି ମୋବାଇଲରେ କଥା ହେଉଥିବା ଅଭିଯୋଗ କରିବା ପରେ ସଫେଇ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଲେ ଡାକ୍ତରାଣୀ । ଏପରି ଏକ ଘଟଣା ବରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର କରୁଥିଲେ ଡାକ୍ତରାଣୀ: ଅଭିଯୋଗ ପରେ ସଫେଇ କର୍ମଚାରୀଙ୍କୁ କଲେ ବିଦା

author img

By

Published : Jan 17, 2021, 5:49 PM IST

ବରଗଡ: ଡାକ୍ତରାଣୀଙ୍କ କର୍ତ୍ତବ୍ୟରେ ଅବହେଳା । ଅବହେଳା ତ ଅବହେଳା ସେଥିରେ ଦାଦାଗିରି ମଧ୍ୟ । ରୋଗୀସେବା ନକରି ଫୋନରେ କଥା ହେଉଥିବା ନେଇ ଜଣେ ସଫେଇ କର୍ମଚାରୀ ରୋଗୀଙ୍କୁ କହିଦେବାରୁ ତାଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି ଡାକ୍ତରାଣୀ । ଏପରି ଏକ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଭୁକ୍ତା ସ୍ବାସ୍ଥ୍ୟ ଅଧିକାରୀଙ୍କ ନାଁରେ ।

ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର କରୁଥିଲେ ଡାକ୍ତରାଣୀ: ଅଭିଯୋଗ ପରେ ସଫେଇ କର୍ମଚାରୀଙ୍କୁ କଲେ ବିଦା

ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଆମ୍ବାଭୋନା ବ୍ଲକ ଭୁକ୍ତା ସ୍ବାସ୍ଥ୍ଯ ଅଧିକାରୀ ତଥା ଡାକ୍ତରାଣୀ ହିତାକାଂକ୍ଷୀ ପ୍ରଧାନଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିଛି । ଭୁକ୍ତା ସରକାରୀ ଡାକ୍ତରଖାନାରେ ଠିକା କର୍ମଚାରୀ ଭାବରେ ନିଯୋଜିତ ଜଣେ ଦଳିତ ସଫେଇ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଜାତିକୁ ନେଇ ଆକ୍ଷେପ କରିଥିବା ଏବଂ ବେଆଇନ ଭାବରେ ଘରୋଇ କାମରେ ନିଯୋଜିତ କରାଉଥିବା ନେଇ ଆମ୍ବାଭୋନା ଥାନାରେ ସଫେଇ କର୍ମଚାରୀ ଲଲିତ କଂସା ଏତଲା ଦେଇଛନ୍ତି । ଏଥିସହ ଡାକ୍ତରାଣୀ ଜଣକ ରୋଗୀସେବା ନ କରି ମୋବାଇଲେ କଥାହେଉଥିଲେ ବୋଲି ଲଲିତ ରୋଗୀଙ୍କୁ କହିଦେବାରୁ ଡାକ୍ତରାଣୀ ତାଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଏହି ଭିଡିଓ ଭାଇରାଲ ହେବାପରେ ଘଟଣାର ସତ୍ୟତା ପଦାକୁ ଆସିଛି । ବରଗଡ ଜିଲ୍ଲା ଦଳିତ ସମାଜ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ଯଦି ଲଳିତ କଂସାଙ୍କୁ ନ୍ୟାୟ ନମିଳେ ତେବେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି |ଅନ୍ୟପଟେ ଲଲିତ 2019 ମସିହାରୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିଲେ । ପରିବାରର ଏକମାତ୍ର ରୋଜଗାରିଆ ପୁଅ ହେଉଛନ୍ତି ଲଲିତ । ବର୍ତ୍ତମାନ ଚାକିରି ଚାଲି ଯିବାପରେ ସେ ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ସେପଟେ ଡାକ୍ତରଖାନା ସିଡିଏମଓ କହିଛନ୍ତି ଯେ, ଏନେଇ ଆମ ପାଖକୁ କୌଣସି ଖବର ଆସିନାହିଁ, ଆସିଲେ ନିଶ୍ଚିତ ପଦକ୍ଷେପ ନେବୁ । ଯଦି ଏପରି ଘଟିଥାଏ ତାହେଲେ ସମାଧାନ କରାଯିବ, ଯିଏ ଯେଉଁପରି କାମ କରୁଥିଲେ ସେହିଭଳି କାମ କରିବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.