ETV Bharat / state

ଲକଡାଉନରେ ଖାଲି ରକ୍ତଭଣ୍ଡାର, ସାହାଯ୍ୟ ପାଇଁ ଆଗେଇଲେ ସ୍ଥାନୀୟ ଅନୁଷ୍ଠାନ - ଲକଡାଉନରେ ରକ୍ତ ସଙ୍କଟ

କୋରୋନା ମହାମାରୀ ଯୋଗୁଁ ସାରା ଦେଶ ଲକଡାଉନ ଥିବା ବେଳେ କେବଳ ସ୍ବାସ୍ଥ୍ୟ ସେବାକୁ ଛାଡି ସବୁ କିଛି ବନ୍ଦ ହୋଇଛି । ହେଲେ ଏହି ଲକଡାଉନର ପ୍ରଭାବ ବରଗଡର ରକ୍ତ ଭଣ୍ଡାରରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

bargarh latest news, lockdown in bargarh, blood banks getting empty in lockdown, blood deficity in lockdown, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ଲକଡାଉନ, ଲକଡାଉନରେ ରକ୍ତ ସଙ୍କଟ, ଲକଡାଉନରେ ଖାଲି ରକ୍ତ ଭଣ୍ଡାର
ଲକଡାଉନରେ ଖାଲି ରକ୍ତଭଣ୍ଡାର, ସାହାଯ୍ୟ ପାଇଁ ଆଗେଇଲେ ସ୍ଥାନୀୟ ଅନୁଷ୍ଠାନ
author img

By

Published : Apr 8, 2020, 1:38 AM IST

Updated : Apr 8, 2020, 11:36 AM IST

ବରଗଡ: କୋରୋନା ମହାମାରୀ ଯୋଗୁଁ ସାରା ଦେଶ ଲକଡାଉନ ଥିବା ବେଳେ କେବଳ ସ୍ବାସ୍ଥ୍ୟ ସେବାକୁ ଛାଡି ସବୁ କିଛି ବନ୍ଦ ହୋଇଛି । ହେଲେ ଏହି ଲକଡାଉନର ପ୍ରଭାବ ବରଗଡର ରକ୍ତ ଭଣ୍ଡାରରେ ଦେଖିବାକୁ ମିଳିଛି । ସାମାଜିକ ଦୂରୀକରଣ ଯୋଗୁଁ ବନ୍ଦ ହୋଇଛି ରକ୍ତ ସଂଗ୍ରହ ଶିବିର । ଅନ୍ୟପଟେ କୋରୋନା ସଂକ୍ରମଣ ଭୟରେ ରକ୍ତଦାତାମାନେ ମଧ୍ୟ ଡାକ୍ତରଖାନାରେ ପାଦ ଦେବାକୁ ଭୟ କରୁଛନ୍ତି । ଫଳରେ ବରଗଡ଼ ରକ୍ତଭଣ୍ଡାରରେ ଦେଖା ଦେଇଛି ରକ୍ତ ସଙ୍କଟ ଏବଂ ରକ୍ତ ନପାଇ ଚାଲିଯାଉଛି ବହୁ ରୋଗୀଙ୍କ ଜୀବନ ।

ଲକଡାଉନରେ ଖାଲି ରକ୍ତଭଣ୍ଡାର, ସାହାଯ୍ୟ ପାଇଁ ଆଗେଇଲେ ସ୍ଥାନୀୟ ଅନୁଷ୍ଠାନ

ଏପରି ପରିସ୍ଥିତିରେ ବରଗଡର ‘ଫର’ ଅନୁଷ୍ଠାନ ପକ୍ଷରୁ ପ୍ରତିଦିନ ବିଭିନ୍ନ ଗ୍ରୁପର ରକ୍ତ ଦାନ କରାଯିବା ପ୍ରକ୍ରିୟାକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି । ଏଥିସହ ଅନ୍ୟମାନଙ୍କ ପାଇଁ ଏହା ଏକ ପ୍ରେରଣା ସାଜିଛି । ଅନ୍ୟପଟେ ବରଗଡର ବିଜେପି ଦଳ ପକ୍ଷରୁ ମଧ୍ୟ ବରଗଡ ରକ୍ତ ଭଣ୍ଡାରରେ ଅଭାବ ରହିଥିବା ରକ୍ତକୁ ଭରଣ କରିବା ପାଇଁ ରକ୍ତଦାନ ଶିବିର କରାଯାଇଛି ।

ଲକଡାଉନ ସମୟରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ରକ୍ତର ଅଭାବକୁ ଦୂର କରିବା ପାଇଁ ବରଗଡ଼ ରକ୍ତଭଣ୍ଡାରରେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀଙ୍କ ସହିତ ଦଳର କାର୍ଯ୍ୟକର୍ତ୍ତାମାନେ ରକ୍ତଦାନ କରିଥିଲେ । ସାମାଜିକ ଦୂରତା ପାଳନ କରି 5 ଦିନ ପର୍ଯ୍ୟନ୍ତ ଏହି ରକ୍ତଦାନ ଶିବିର କରାଯିବାର ଯୋଜନା ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Apr 8, 2020, 11:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.