ETV Bharat / state

ବରଗଡ଼ରେ 8 ଘଣ୍ଟିଆ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ, ବିଭାଗୀୟ ଅଧିକାରୀଙ୍କୁ ବିଜେପିର ଦାବିପତ୍ର - ବିଦ୍ୟୁତ କାଟ

ବରଗଡ଼ ସହରରେ 8 ଘଣ୍ଟା ବିଦ୍ୟୁତ କାଟ ଜନ ଅସନ୍ତୋଷ ଦେଖାଦେଇଛି । ରାସ୍ତା କାମ ଆଳରେ ପ୍ରତିଦିନ 8 ଘଣ୍ଟା ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବି ପତ୍ର ଦେଇଛି ଜିଲ୍ଲା ବିଜେପି । ଅଧିକ ପଢ଼ନ୍ତୁ....

ବରଗଡରେ 8 ଘଣ୍ଟିଆ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ, ବିଭାଗୀୟ ଅଧିକାରୀଙ୍କୁ ବିଜେପିର ଦାବିପତ୍ର

author img

By

Published : Nov 5, 2020, 8:36 PM IST

Updated : Nov 5, 2020, 9:27 PM IST

ବରଗଡ଼: ବରଗଡ଼ ସହରରେ ରାସ୍ତା କାମ ଆଳରେ ପ୍ରତିଦିନ 8 ଘଣ୍ଟା ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବି ପତ୍ର ଦିଆଯାଇଛି । ଏହାର ସ୍ଥାୟୀ ନିରାକରଣ କିମ୍ବା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟି।

ବରଗଡ଼ରେ 8 ଘଣ୍ଟିଆ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ, ବିଭାଗୀୟ ଅଧିକାରୀଙ୍କୁ ବିଜେପିର ଦାବିପତ୍ର

ବରଗଡ଼ ସହରର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସଡ଼କ ନବୀକରଣ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଦିନ ସକାଳ 9ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରୁଛି ବିଭାଗ । ଏହାକୁ ନେଇ ଅସନ୍ତୋଷ ଜାହିର କରିଛି ବରଗଡ଼ ଜିଲ୍ଲା ବିଜେପି। ଏହାର ପ୍ରତିବାଦରେ ଆଜି(ଗୁରୁବାର) ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଛି ବିଜେପି । ଏଭଳି ବିଦ୍ୟୁତ କାଟ ନ କରିବାକୁ ଦାବି କରିଛି ବିଜେପି ।

ଯେଉଁ ଅଞ୍ଚଳରେ ରାସ୍ତା କାର୍ଯ୍ୟ ହେଉଛି, ସେହି ଅଞ୍ଚଳରେ କେବଳ ବିଦ୍ୟୁତ କାଟ କରିବାକୁ ଦାବି କରାଯାଇଛି । ଏହାସହ 8 ଘଣ୍ଟା ବଦଳରେ ଯେତିକି ସମୟ ଆବଶ୍ୟକ କେବଳ ସେତିକି ସମୟ ବିଦ୍ୟୁତ କାଟ କରାଯାଉ ବୋଲି ଦାବି କରିଛି ବିଜେପି । ସେପଟେ ଏହି ସମସ୍ୟାର ବିକଳ୍ପ ସମାଧାନ ଖୋଜି ବାହାର କରିବାକୁ ପ୍ରତିଶୃତି ଦେଇଛନ୍ତି ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଏହାସହ ସହରର ବିଭିନ୍ନ ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟକୁ ପରିବର୍ତ୍ତନ କରି ନୂତନ ଖୁଣ୍ଟ ଲଗାଇବା ପାଇଁ ଜରୁରୀ ପଦକ୍ଷେପ ନିଆଯିବା ନେଇ ସେ ବିଜେପି ସହ ଆଲୋଚନା କରିଛନ୍ତି।

ବରଗଡ଼ ସହରରେ ପ୍ରତିଦିନ 8 ଘଣ୍ଟା ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏହାକୁ ନେଇ ବରଗଡ଼ ସହରରେ ବହୁ ଅସନ୍ତୋଷ ଦେଖା ଦେଇଥିଲା।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Nov 5, 2020, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.