ETV Bharat / state

Padmapur bypoll: ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ

author img

By

Published : Nov 12, 2022, 10:58 AM IST

Updated : Nov 12, 2022, 2:20 PM IST

ପଦ୍ମପୁର ଉପନିର୍ବାଚନ । ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କଲା ବିଜେପି । ଅଧିକ ପଢନ୍ତୁ

Padmapur by poll: ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା । ବିଜେପି ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ(BJP declared Pradip Purohit name as Padampur candidate) । ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଛି । ବର୍ତ୍ତମାନ ପୁରୋହିତ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି । ତେବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ(Pradip Purohit) ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେବେ ଏବଂ ଆସନ୍ତା ୧୪ ତାରିଖରେ ସେ ନାମାଙ୍କନ ଦାଖଲ କରିବେ । ଏନେଇ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପୂର୍ବରୁ ସୂଚନା ଦେଇଥିଲେ । ବିଜେପି ପକ୍ଷରୁ ଆଜି ତାଙ୍କର ନାମ ଘୋଷଣା ହୋଇଥିବା ବେଳେ ଏଯାଏଁ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ, ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ ଦାବିକଲା କଂଗ୍ରେସ

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ(Padmapur bypoll) ହେବ । ଏଥିପାଇଁ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ୧୭ ତାରିଖରେ ନାମାଙ୍କନ ଦାଖଲ ଶେଷ ଦିନ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହାପରେ ଡିସେମ୍ବର ୫ରେ ମତଦାନ ହୋଇ ୮ ତାରିଖରେ ଭୋଟ ଗଣତି ହେବ ।

ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ (BJD MLA Bijaya Ranjan Bariha)ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ଅକ୍ଟୋବର ୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ରଞ୍ଜନଙ୍କ ଦେହାନ୍ତ ହୋଇଥିଲା । ବିଜୟ ପଦ୍ମପୁର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ । ପୁଣି ଥରେ ପ୍ରଦୀପଙ୍କୁ ବିଜୟ ୨୦୧୯ରେ ପରାସ୍ତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 12, 2022, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.