ETV Bharat / state

ବରଗଡ ସ୍ବେଚ୍ଛାସେବୀ ଓ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ନିଷ୍ଠା ପରିବାର - ବରଗଡ ଖବର

ରବିବାର ବିଶ୍ୱ ରକ୍ତଦାତା ଦିବସ ଓ ନିଷ୍ଠା ପରିବାରର ୧୧ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ନିଷ୍ଠା ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜିତ ହୋଇଯାଇଛି । ବରଗଡର ବହୁ କୋରୋନା ଯୋଦ୍ଧା ତଥା ସ୍ଵେଚ୍ଛାସେବୀ ମାନଙ୍କୁ ଏହି ଉତ୍ସବରେ ସମ୍ମାନିତ ମଧ୍ୟ କରାଯାଇଥିଲା ।

Bargarh volunteers and the Corona warriors were honored by the nistha family
ବରଗଡ ସ୍ବେଚ୍ଛାସେବୀ ଓ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ନିଷ୍ଠା ପରିବାର
author img

By

Published : Jun 14, 2020, 8:26 PM IST

ବରଗଡ: ରବିବାର ବିଶ୍ୱ ରକ୍ତଦାତା ଦିବସ ଓ ନିଷ୍ଠା ପରିବାରର ୧୧ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ନିଷ୍ଠା ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିରର ଆୟୋଜିତ ହୋଇଯାଇଛି । ବରଗଡର ବହୁ କୋରୋନା ଯୋଦ୍ଧା ତଥା ସ୍ଵେଚ୍ଛାସେବୀ ମାନଙ୍କୁ ଏହି ଉତ୍ସବରେ ସମ୍ମାନିତ ମଧ୍ୟ କରାଯାଇଥିଲା ।

ବରଗଡ ସ୍ବେଚ୍ଛାସେବୀ ଓ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ନିଷ୍ଠା ପରିବାର

ଜିଲ୍ଲାର ସଂକଳ୍ପ ପରିବାରର ଯେଉଁ ଅନୁଷ୍ଠାନ ଲକଡାଉନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲଗାତାର ବହୁ ଗରିବ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲା ରବିବାର ନିଷ୍ଠା ପରିବାର ସେହି ସଂକଳ୍ପ ପରିବାରକୁ କୋରୋନା ବୀର ସମ୍ମାନରେ ସମ୍ମାନିତ କରିଛି । ସେହିପରି ବହୁ ସ୍ବେଚ୍ଛାସେବୀମାନଙ୍କୁ କୋରୋନା ବୀର ସମ୍ମାନ ଦିଆଯାଇଥିବା ବେଳେ ବରଗଡର ଦୁଇ ଡାକ୍ତର ଦମ୍ପତିଙ୍କୁ ମଧ୍ୟ ତାଙ୍କର ସମାଜସେବା ପାଇଁ ସମ୍ମାନିତ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହିତ ବହୁ ସମାଜସେବୀ ଉପସ୍ଥିତ ଥିଲେ । ତେବେ ନିଷ୍ଠା ପରିବାର ପକ୍ଷରୁ ସମାଜସେବୀ ମାନଙ୍କୁ କରାଯାଇଥିବା ଏପରି ସମ୍ମାନିତ କାର୍ଯ୍ୟକ୍ରମ ସମାଜସେବୀଙ୍କୁ ଉତ୍ସାହିତ କରିବା ସହିତ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହେବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.