ETV Bharat / state

ସମାଜସେବୀ ହେବ ତ ଏମିତି: 30 ଟଙ୍କାରେ ଯୋଗାଉଛନ୍ତି ଆମ୍ବୁଲାନ୍ସ ସେବା

ଯୁବ ସମାଜସେବୀ ବୁଲୁ ମେହେରଙ୍କ ନିଆରା ଉଦ୍ୟମ । ରୋଗୀଙ୍କ ପାଇଁ ନିଜ କାରକୁ ସଜାଇଲେ ଆମ୍ବୁଲାନ୍ସ ।

author img

By

Published : Oct 26, 2019, 9:51 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: କୁହାଯାଏ ମାନବ ସେବା ହେଉଛି ମାଧବ ସେବା । ଆଉ ମାନବ ସେବା କରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । ଏବେ ରାଜ୍ୟରେ ରୋଗୀମାନେ ଆମ୍ବୁଲାନ୍ସ ନପାଇ ଅନେକ ଦୁର୍ଦ୍ଦଶା ଭୋଗୁଥିବାବେଳେ ଠିକ ଏତିକି ବେଳେ ଜଣେ ଯୁବ ସମାଜସେବୀଙ୍କ ନିଆରା ସମାଜସେବା ଏବେ ସ୍ଥାନୀୟ ଅଞ୍ଚଳ ସମେତ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏମିତିକି ଏକ ନିଆରା ସମାଜସେବା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବିଜେପୁରରେ । ବିଜେପୁରର ବୁଲୁ ମେହେର ପେଶାରେ ଜଣେ ବ୍ୟବସାୟୀ, ନିଶା ସମାଜ ସେବା । ବୁଲୁଙ୍କର ଏକ ଫେନ୍ସି ଦୋକାନ ଅଛି । ଦୋକାନରେ ପରିବାର ଲୋକ ସହଯୋଗ କରୁଥିବାବେଳେ ବୁଲୁ ନିଜର ଏକ ନାନୋ କାରରେ ରୋଗୀସେବା କରୁଛନ୍ତି । ନିଜର ନାନୋ କାରକୁ ବୁଲୁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି । ଏହାସହ ବିଜେପୁର ଅଞ୍ଚଳର ରୋଗୀଙ୍କୁ ମାତ୍ର 30 ଟଙ୍କାରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି । ଗୋଟିଏ ପଟେ ସରକାରୀ ଆମ୍ବୁଲାନ୍ସ ସେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସୁବିଧା ମିଳୁନି ବିଭିନ୍ନ ସମୟରେ । ଏପରି ସ୍ଥଳେ ଜଣେ ସମାଜସେବୀ ନିଜ ଉଦ୍ୟମରେ ସାମାନ୍ୟ କିଛି ପଇସା ନେଇ ନିଜ ବ୍ୟକ୍ତିଗତ କାରକୁ ଆମ୍ବୁଲାନ୍ସରେ ପରିଣତ କରି ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ନିଶ୍ଚିତ ଭାବେ ଉଦାହରଣ । ଏହାସହ ଏହି ସେବାକୁ କେମିତି ଅଧିକରୁ ଅଧିକ ଲୋକ ଜାଣିପାରିବେ, ସେଥିପାଇଁ ବୁଲୁ ଷ୍ଟାର ନାମରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ମାଗଣା ଏମବୁଲେନ୍ସ ସେବା ସତ୍ତ୍ୱେ ବହୁ ରୋଗୀ ଠିକ ସମୟରେ ଡାକ୍ତରଖାନା ପହଞ୍ଚିପାରୁନଥିବା ଦେଖି ନିଆଁରା ପଦକ୍ଷେପ ନେଇଛନ୍ତି ବିଜେପୁର ର ଜଣେ ଯୁବକ । ନିଜ କାରରେ ମାତ୍ର ୩୦ ଟଙ୍କାରେ ଡାକ୍ତରଖାନାକୁ ରୋଗୀଙ୍କୁ ପହଞ୍ଚାଇ ଏମବୁଲେନ୍ସ ପରି ସେବା ଯୋଗାଉଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ର ବୁଲୁ ମେହେର ।

Body:ବହୁ ଚର୍ଚ୍ଚିତ ବରଗଡ଼ ଜିଲ୍ଲାର ବିଜେପୁର ରେ ଏବେ ଚର୍ଚ୍ଚାରେ ଅଛନ୍ତି ବୁଲୁ ମେହେର । ରୋଗୀଙ୍କୁ ଏମବୁଲେନ୍ସ ପରି ସେବା ଦେଇ ନିଜ କାରରେ ଡାକ୍ତରଖାନାକୁ ପହଞ୍ଚାଇ ଲୋକଙ୍କ ମଧ୍ୟରେ ପ୍ରଶଂସନୀୟ ହୋଇପାରିଛନ୍ତି ବୁଲୁ ମେହେର । ପେଶାରେ ସେ ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ଏକ ଫେନ୍ସି ଦୋକାନ ଅଛି । ବୁଲୁଙ୍କୁ ତାଙ୍କ ପରିବାର ଲୋକେ ତାଙ୍କ ବ୍ୟବସାୟରେ ସାହାଯ୍ୟ କରୁଥିବା ବେଲେ ବୁଲୁ ନିଜକୁ ସମାଜସେବାରେ ନିୟୋଜିତ କରି ବେଶ ଖୁଶି ଅନୁଭବ କରନ୍ତି ।
ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଲୋକେ ଠିକ ସମୟରେ ଏମବୁଲେନ୍ସ ସେବା ପାଇବାରେ ବଞ୍ଚିତ ହେଉଥିବାରୁ ରୋଗୀଙ୍କ ଦୁର୍ଦଶା ଦେଖିନପାରି ବୁଲୁ ନିଜେ ଏକ ନାନୋ କାର ରେ ରୋଗୀଙ୍କୁ ମାତ୍ର ୩୦ ଟଙ୍କାରେ ବିଜେପୁର ଡାକ୍ତରଖାନାକୁ ପହଞ୍ଚାଇବାର ସେବା ଆରମ୍ଭ କରିଦେଇଥିଲେ । ସେ ନିଜକୁ ବୁଲୁ ଷ୍ଟାର ବୋଲି ପରିଚିତ କରିଛନ୍ତି ଏବଂ ବିଜେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ସେବାର ଲାଭ ନେବାପାଇଁ ପୋଷ୍ଟର ମାନ ଲଗାଇଛନ୍ତି । ବିଜେପୁରବାସୀ ବୁଲୁ ମେହେରଙ୍କର ଏପରି ଚିନ୍ତାଧାରାକୁ ପ୍ରଶଂସା କରିଥିବା ବେଳେ ଅଞ୍ଚଳର ବହୁ ଗରିବ ରୋଗୀଙ୍କ ପାଇଁ ବରଦାନ ସ୍ବରୂପ ହୋଇଛି ବୁଲୁ ମେହେରଙ୍କ ଏହି ପ୍ରୟାସ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.