ETV Bharat / state

ମୁକ୍ତା ଯୋଜନାରେ ବରଗଡକୁ 12 କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ

‘ମୁକ୍ତା’ ଯୋଜନାରେ ବରଗଡ଼ ସହର ପାଇଁ 145ଟି ପ୍ରକଳ୍ପ ନିମନ୍ତେ 12 କୋଟି 14ଲକ୍ଷ ଟଙ୍କା ଅନୁମୋଦନ କରିଥିବାରୁ ବରଗଡ଼ର ଜନସାଧାରଣ, ବୁଦ୍ଧିଜୀବୀ ତଥା ବିଧାୟକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

author img

By

Published : Nov 20, 2021, 7:08 AM IST

145ଟି ପ୍ରକଳ୍ପ ପାଇଁ ଟଙ୍କାର ଅନୁମୋଦନ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ

ବରଗଡ଼: ‘ମୁକ୍ତା’ ଯୋଜନା ଦ୍ୱାରା ବରଗଡ଼ ସହରବାସୀଙ୍କ ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବତାର ରୂପ ଦେଇଛନ୍ତି । ବରଗଡ଼ ସହର ପାଇଁ 145ଟି ପ୍ରକଳ୍ପ ନିମନ୍ତେ 12 କୋଟି 14ଲକ୍ଷ ଟଙ୍କା ଅନୁମୋଦନ କରିଥିବାରୁ ବରଗଡ଼ର ଜନସାଧାରଣ, ବୁଦ୍ଧିଜୀବୀ ତଥା ବିଧାୟକଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ତେବେ ଏନେଇ ଆଜି ବରଗଡ଼ ସାମ୍ବାଦିକ ଭବନ ଠାରେ ବରଗଡ଼ ବିଜେଡ଼ି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରାଯାଇଥିଲା । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହି ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତ୍ୟଜ୍ଞତା ଜଣାଇବା ସହିତ ବରଗଡ଼ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇବାଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୁକ୍ତା’ ଯୋଜନା ଦ୍ୱାରା ଆଜି(ଶୁକ୍ରବାର) ବରଗଡ଼ ସହରବାସୀଙ୍କ ସ୍ବପ୍ନ ବାସ୍ତବତାର ରୂପ ନେବା ସହ ବରଗଡ଼ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି ଅନୁଦାନ ରାଶି ମୁଖ୍ୟତଃ ବରଗଡ଼ ସହରର କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡ଼ା ଉଦ୍ୟାନ, ରାସ୍ତା, ଜଳାଶୟ, ଖେଳ ପଡ଼ିଆ, ଶୌଚାଳୟ, ରାସ୍ତା ଓ ଡ୍ରେନ ଆଦି କାର୍ଯ୍ୟ ପାଇଁ ଏହି ବୃହତ ଯୋଜନା କରାଯାଇଛି । ଉକ୍ତ ଉନ୍ନୟନମୂଳକ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ବରଗଡ଼ ସହରର ପ୍ରତ୍ୟେକ ଜନସାଧାରଣ, ବୁଦ୍ଧିଜୀବୀ ଓ ବିଧାୟକଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.