ETV Bharat / state

ଦୃଷ୍ଟିବାଧକଙ୍କ ପାଇଁ ବରଦାନ ସାଜିଲା ଆର୍ଟ ଅଫ ଲିଭିଙ୍ଗ ଶିବିର - Art of living workshop

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଟ ଅଫ ଲିଭିଙ୍ଗର ଏହି ଶିବିର ଭଗବାନଙ୍କ ବରଦାନ ସ୍ବରୂପ ହୋଇଛି। ଯାହାକି ସେମାନଙ୍କର ଜୀବନ ପଥରେ ଏକ ନୂଆମୋଡ ଆଣିଦେଇଛି । ଅଧିକ ଖବର ପଢନ୍ତୁ...

BLIND CHILDREN
ଦୃଷ୍ଟିହୀନଙ୍କ ବରଦାନ ସାଜିଲା ଆର୍ଟ ଅଫ ଲିଭିଙ୍ଗ ଶିବିର
author img

By

Published : Feb 26, 2020, 8:45 PM IST

ବରଗଡ: ଜନ୍ମରୁ ଦୃଷ୍ଟିବାଧକ, ଆଖିକୁ ଦେଖାଯାଉ ନାହିଁ। କେବେ ଆଖି ଚିହ୍ନିଛି ରଙ୍ଗ ନା କେବେ ଦେଖିଛି କୌଣସି ଜିନିଷର ଆକୃତି। ହେଲେ ହାତ ଲଗାଇ ସମସ୍ତ ରଙ୍ଗକୁ ଜାଣିପାରୁଛନ୍ତି ବରଗଡ ବାପୁଜୀ ଭିନ୍ନକ୍ଷମ ସ୍କୁଲର ଛୋଟ ଛୋଟ ପିଲା ମାନେ। ମାତ୍ର ଦୁଇ ଦିନର ପ୍ରଶିକ୍ଷଣ ପରେ ଆଶ୍ଚର୍ଯ୍ୟଜନକ ପ୍ରତିଭା ଦେଖାଉଛନ୍ତି ଏହି ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯାହା ବରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦୃଷ୍ଟିହୀନଙ୍କ ବରଦାନ ସାଜିଲା ଆର୍ଟ ଅଫ ଲିଭିଙ୍ଗ ଶିବିର

ସୂଚନା ଅନୁସାରେ, ବରଗଡ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ହୋଇଥିବା ଦୁଇଦିନିଆ ଯୋଗଭ୍ୟାସ ଶିବିର। ଏଥିରେ ପିଲାମାନଙ୍କ ପାଖରେ ଆଶ୍ଚର୍ଯ୍ୟ ଚକିତ ଫଳାଫଳ ଦେଖିବାକୁ ମିଳିଛି।

ଦୃଷ୍ଟିହୀନଙ୍କ ପାଇଁ ଭିନ୍ନ ଧରଣର ସାମଗ୍ରୀ ଦିଆଯାଇଥାଏ ପାଠପଢିବା ପାଇଁ, ସେମାନେ ହାତରେ ଛୁଇଁ ଅନୁଭବ କରି ଜାଣିଥାନ୍ତି ଅକ୍ଷର ଏବଂ ନମ୍ବର , ହେଲେ ଏହି ଶିବିରରେ ଯୋଗଦାନ କଲାପରେ ଦୃଷ୍ଟିହୀନ ମଧ୍ୟ ବିଭିନ୍ନ ରଙ୍ଗ ଚିହ୍ନିବା ସହିତ ଅକ୍ଷର ଓ ନମ୍ବର ଜାଣିପାରୁଛନ୍ତି |

ତେବେ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଟ ଅଫ ଲିଭିଙ୍ଗର ଏହି ଶିବିର ଭଗବାନଙ୍କ ବରଦାନ ସ୍ବରୂପ ହୋଇଛି। ଯାହାକି ସେମାନଙ୍କର ଜୀବନ ପଥରେ ଏକ ନୂଆଁ ମୋଡ ଆଣିଦେଇଛି | ଦୃଷ୍ଟିହୀନଙ୍କୁ ଏପରି ପ୍ରଶିକ୍ଷଣ ସବୁଆଡେ ଦିଆଗଲେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇବା ସଙ୍ଗେ ସଙ୍ଗେ ନିଜ ଜୀବନର ଏକ ନୂତନ ଆଲୋକ ପାଇପାରିବେ ଏବଂ ବିନା ଆଖିରେ ମଧ୍ୟ ପ୍ରକୃତିର ସପ୍ତ ରଙ୍ଗକୁ ଦେଖିପାରିବେ |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.