ETV Bharat / state

ଆନ୍ଦୋଳନମୁହାଁ ବ୍ୟାଙ୍କ କର୍ମଚାରୀ, ହନ୍ତସନ୍ତ ଗ୍ରାହକ - ଅଲ ଓଡିଶା ସେଣ୍ଟ୍ରାଲ କପୋରେଟିଭ ବ୍ୟାଙ୍କ

ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ଲଗାତର 5 ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ଆଗକୁ ପଢନ୍ତୁ

ଆନ୍ଦୋଳନମୁହାଁ ବ୍ୟାଙ୍କ କର୍ମଚାରୀ, ହନ୍ତସନ୍ତ ଗ୍ରାହକ

author img

By ETV Bharat Odisha Team

Published : Oct 28, 2023, 2:29 PM IST

ଆନ୍ଦୋଳନମୁହାଁ ବ୍ୟାଙ୍କ କର୍ମଚାରୀ, ହନ୍ତସନ୍ତ ଗ୍ରାହକ

ବରଗଡ଼/ବୌଦ୍ଧ: କାର୍ଯ୍ୟବନ୍ଦ ଆନ୍ଦୋଳନରେ ସମବାୟ ବ୍ୟାଙ୍କ କର୍ମଚାରୀ । ଅଲ ଓଡିଶା ସେଣ୍ଟ୍ରାଲ କପୋରେଟିଭ ବ୍ୟାଙ୍କ ଏମ୍ପ୍ଲୋଇ ଫେଡେରେସନର ଡାକରା କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି କର୍ମଚାରୀ । 5 ଦଫା ଦାବିରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ଅନ୍ୟପଟେ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ..କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ, ବ୍ୟାଙ୍କରେ ପଡ଼ିଛି ତାଲା

ପାଞ୍ଚ ଦଫା ଦାବିରେ ତିନି ଦିନ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସମବାୟ ବ୍ୟାଙ୍କ କର୍ମଚାରୀ । ଅଲ ଓଡିଶା ସେଣ୍ଟ୍ରାଲ କପୋରେଟିଭ ବ୍ୟାଙ୍କ ଏମ୍ପ୍ଲୋଇ ଫେଡେରେସନର ଡାକରା କ୍ରମେ ବ୍ୟାଙ୍କ ଆଗରେ ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି କର୍ମଚାରୀ । ଗତ 25 ତାରିଖରୁ ବ୍ୟାଙ୍କ ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଚାଷୀ ତଥା ସ୍ଥାନୀୟ ଲୋକେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ 3 ଦିନ ହେଲା ସମବାୟ ବ୍ୟାଙ୍କ ଗୁଡିକ ସଂପୂର୍ଣ୍ଣ ବନ୍ଦ ହୋଇପଡିଥିବା ବେଳେ ଆଜି ମାସର ଶେଷ ଶନିବାର ଓ ଆସନ୍ତାକାଲି ରବିବାର ହୋଇଥିବାରୁ ପୁଣି ଦୁଇଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଲଗାତାର 5 ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ..7 ଦଫା ଦାବି ନେଇ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ

ବିଶେଷ ଭାବରେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କୁ ପିଛିଲା ଭାବରେ ଗତ ୨୦୧୬ ମସିହା ଠାରୁ ସପ୍ତମ ବେତନ ଆଧାରରେ ପ୍ରାପ୍ୟ ପ୍ରଦାନ ସହିତ ୨୦୧୪ ମସିହା ଠାରୁ କାର୍ଯ୍ୟ କରୁଥିବା ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ପେନସନ ଲାଗୁ ନଥିବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର କର୍ପସ ଫଣ୍ଡ ଗଠନ ପାଇଁ ଦାବି କରାଯାଇଛି । ଏହାଛଡା ସମବାୟ ବ୍ୟାଙ୍କ ପୁନର୍ବିନ୍ୟାସ ନେଇ ମଧ୍ୟ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ସମବାୟ ବ୍ୟାଙ୍କର କର୍ମଚାରୀ ମାନେ ଆନ୍ଦୋଳନ ଜାରି ରଖିଥିବାରୁ ଉଭୟ ଜିଲ୍ଲାର ସମସ୍ତ ସମବାୟ ବ୍ୟାଙ୍କ ବନ୍ଦ ରହିଛି ।

କର୍ମଚାରୀଙ୍କ ସହିତ ସରକାରଙ୍କ ଆଲୋଚନା ଆରମ୍ଭ ହୋଇଥିଲେ ମଧ୍ୟ ତାହା ଅଦ୍ୟାବଧି ସଫଳ ହୋଇ ନଥିବା ସୂଚନା ମିଳିଛି । ସେପଟେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ସମସ୍ୟାର ସମାଧାନ ନହେଲେ ଆଗାମୀ ୧୪ ତାରିଖଠାରୁ କର୍ମଚାରୀ ମାନେ ସମୂହ ଛୁଟିରେ ରହିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବରଗଡ଼/ ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.