ବରଗଡ଼: ଯୁବତୀଙ୍କୁ ଅପହରଣ ପରେ ନିର୍ମମ ହତ୍ୟା ଘଟଣାରେ ଅପରାଧୀକୁ ଦଣ୍ଡ ଦେବାକୁ ଦାବି କରିଛି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା । ଏହି ପରିପ୍ରେକ୍ଷୀରେ ଗୋଣ୍ଡୱାନା ଗୋଣ୍ଡ ମହାସଭାର ଶତାଧିକ ମହିଳା ଓ ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ଜିଲ୍ଲାପାଳଙ୍କ ଠାରେ ଦାବି ଜଣାଇବା ସହିତ ଧାରଣା ଦେଇ ମୃତ ଯୁବତୀଙ୍କ ନ୍ୟାୟ ଦାବି କରିଛି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ।
ଏହା ମଧ୍ୟ ପଢ଼ନ୍ତୁ: କିନ୍ନରଙ୍କ ଟାର୍ଗେଟରେ ନିଶା ମହାରଣା, ସୋସିଆଲ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ନେଇ ଥାନାରେ ଅଭିଯୋଗ
ସୂଚନା ଥାଉକି, ଗତ 15 ମାର୍ଚ୍ଚରେ ବିଜେପୁର ଥାନା ଅନ୍ତର୍ଗତ ସାଇପାଳି ଗ୍ରାମର କ୍ଷୀରୋଦ ଛତ୍ରିଆଙ୍କ 25 ବର୍ଷୀୟ ଝିଅ ପଦ୍ମିନୀ ଛତ୍ରିଆ ନିଖୋଜ ଥିବା ନେଇ ବିଜେପୁର ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ମାତ୍ର ତିନି ଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନଥିଲା । ଘଟଣାର ତିନିଦିନ ପରେ ସାଇପାଳି ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ପଦ୍ମିନୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ତଦନ୍ତ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସର ଗଣତନ୍ତ୍ର ବଞ୍ଚାଅ ରାଲିରେ ଏକାଠି ହେଲେ ୧୨ ଦଳ, ରାଜ୍ୟପାଳଙ୍କୁ ଭେଟିଲା ସର୍ବଦଳୀୟ କମିଟି
ପଦ୍ମିନୀ ଛତ୍ରିଆକୁ ପ୍ରଥମେ ଅପହରଣ କରାଯାଇଥିଲା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିବା ନିଜେ ସ୍ବୀକାର କରିଥିଲା ଅଭିଯୁକ୍ତ । ତେବେ ଅଭିଯୁକ୍ତ ଜଣକ ସେହି ଗ୍ରାମର ଚନ୍ଦ୍ରଶେଖର ସେଠ । ପୋଲିସ ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ନେଇ ବିଜେପୁର ଥାନାରେ ପଦ୍ମିନୀଙ୍କ ଭାଇ ଏତଲା ଦେଇଥିବା ବେଳେ IPC 1860 ଅନୁଯାୟୀ 364, 365 ଦଫାରେ କେସ ରୁଜୁ ହୋଇଛି ଏବଂ ଅଭିଯୁକ୍ତକୁ ଜେଲ ପଠାଯାଇଛି । ତେବେ ପଦ୍ମିନୀଙ୍କ ହତ୍ୟାକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ବୋଲି ଦାବି କରିଛି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା । ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି । ଅଭିଯୁକ୍ତକୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ଯୁବତୀଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।
ଇଟିଭି ଭାରତ, ବରଗଡ଼