ETV Bharat / state

ଚାଉଳ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆମ୍ ଆଦମି ପାର୍ଟି - AAP

ବରଗଡ ଆମ ଆଦମିର ଏକ ପ୍ରତିନିଧି ଦଳ ବରଗଡ ଏଡିଏମ୍‌ ମିର୍ଧା ତୁଡୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣାର ସଠିକ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ।

aam-aadmi-party-aap-has-demanded-a-high-level-probe-into-the-rice-scam
ଚାଉଳ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆମ୍‌ ଆଦମି ପାର୍ଟି
author img

By

Published : Apr 28, 2020, 4:28 PM IST

ବରଗଡ: ଗତ ୨୧ ଏପ୍ରିଲରେ ବରଗଡ ରେଲୱେ ଷ୍ଟେସନର ୱାଗନରେ ଚାଉଳ ଜାଗାରେ ଖୁଦ ପଠାଯାଉଥିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କିମ୍ବା କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ବରଗଡ ଆମ ଆଦମି ପକ୍ଷରୁ ଦାବି କରାଯାଇଛି । ବରଗଡ ଆମ ଆଦମିର ଏକ ପ୍ରତିନିଧି ଦଳ ବରଗଡ ଏଡିଏମ୍‌ ମିର୍ଧା ତୁଡୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣାର ସଠିକ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ।

ଚାଉଳ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଆମ୍ ଆଦମି ପାର୍ଟି

ବର୍ତ୍ତମାନ କୋରୋନା ମହାମାରୀ ପାଇଁ ଓଡିଶାରୁ ପ୍ରଚୁର ମାତ୍ରାରେ ଚାଉଳ ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଏଥିରେ ବଡ ଧରଣର ଘୋଟାଲା ସାମ୍ନାକୁ ଆସିଥିଲା । କେନ୍ଦପାଳି ସ୍ଥିତ ପଣ୍ୟାଗାରରୁ ଚାଉଳ ଟ୍ରକ ମାଧ୍ୟମରେ ରେଲୱେ ଷ୍ଟେସନ ଆସିବା ବାଟରେ ଏହା ଖୁଦ ବସ୍ତାରେ ପରିଣତ ହୋଇଯାଇଥିଲା ଏବଂ ଏହି ଘଟଣାରେ ବିଭାଗୀୟ ଅଧିକାରୀ, ପରିବହନ ସଂସ୍ଥା ଓ ବଡବଡିଆ ଲୋକଙ୍କ ହାତଥିବା ବେଳେ ଏହି ଘଟଣାରେ ଆନ୍ତରାଜ୍ୟ ସମ୍ପୃକ୍ତି ରହିଥିବାରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏଥିରେ ମହାଘୋଟାଲାର ସତ୍ୟାସତ୍ୟ ସାମନାକୁ ଆସିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.