ETV Bharat / state

କ୍ୟାନ୍ସରରେ ଆଖି ହରାଇଲା କୁନି ଝିଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

author img

By

Published : Jan 11, 2022, 6:20 PM IST

କ୍ୟାନ୍ସର (cancer )ରୋଗରେ ଆଖି ହରାଇଲା ବରଗଡ଼ ନିର୍ବାଚନ ମଣ୍ଡଳୀ କୁସନପୁରୀ ଗ୍ରାମର ବିବେକ ବାଗଙ୍କ 5 ବର୍ଷର କୁନି ଶିଶୁ । ଶେଷରେ ଆର୍ଥିକ ସହାୟତା ନେଇ ଗରିବ ମା’ ବାପା ଜିଲ୍ଲାପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

କ୍ୟାନ୍ସର ରୋଗରେ ଆଖି ହରାଇଲା କୁନି ଝିଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବରଗଡ଼: କ୍ୟାନ୍ସର ରୋଗରେ ଆଖି ହରାଇଲା 5 ବର୍ଷର କୁନି ଶିଶୁ । ଆଖିରେ କ୍ୟାନ୍ସର ହେବା କାରଣରୁ ଜୀବନ ବଞ୍ଚାଇବାକୁ ଆଖି ସିନା କାଢି ଦିଆଗଲା, ମାତ୍ର ଏବେ ଗରିବ ମା’ ବାପାଙ୍କ ପାଖରେ ଆଉ ସମ୍ବଳ ନାହିଁ ଶିଶୁଟିକୁ ଭୁବନେଶ୍ବରସ୍ଥିତ ଡାକ୍ତରଖାନାକୁ ରୁଟିନ ଚେକଅପ ପାଇଁ ନେବାକୁ । ଶେଷରେ ଗରିବ ମା’ ବାପା ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଅନ୍ୟପଟେ ଶିଶୁର ସହାୟତା ପାଇଁ ବାପା ନେହୁରା ହୋଇ ଜନସାଧାରଣଙ୍କୁ ଗୁହାରି କରିଛନ୍ତି ।

ତେବେ ବରଗଡ଼ ନିର୍ବାଚନ ମଣ୍ଡଳୀ ତଥା ବରପାଲି ବ୍ଲକ କୁସନପୁରୀ ଗ୍ରାମର ବିବେକ ବାଗ ଓ ମିନତୀ ବାଗଙ୍କ 5 ବର୍ଷର କୁନି ଶିଶୁ ଆଖିରେ କ୍ୟାନ୍ସର ହେବାରୁ ବହୁ କଷ୍ଟରେ ଅର୍ଥ ଯୋଗାଡ କରି ଚିକିତ୍ସା କରାଇଥିଲେ । ରାସ୍ତା କଡରେ ଜଳଖିଆ ଦୋକାନ କରି ପରିବାର ପୋଷଣ କରୁଥିବା ବିବେକ ଘରର ସର୍ବସ୍ବ ବିକ୍ରି କରିଦେଇ ଶିଶୁଟିର ଅସ୍ତ୍ରୋପଚାର ଓ କେମୋ ଚିକିତ୍ସା କରାଇଥିଲେ ଭୁବନେଶ୍ବରସ୍ଥିତ ଏମସ ହସ୍ପିଟାଲରେ ।

ଏବେ ପରିବାର ପୋଷଣ ପାଇଁ ଦୁଇବେଳା ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଛି ବିବେକଙ୍କ ପକ୍ଷରେ । ପୁଣି ଝିଅର ଚିକିତ୍ସା ପାଇଁ ଭୁବନେଶ୍ବର ଯିବାକୁ ହାତରେ ପଇସା ନଥିବାରୁ ଶିଶୁଟିକୁ ନେଇ ଡାକ୍ତରଖାନା ବି ଯାଇପାରୁନାହାନ୍ତି। ଏପରି ପରିସ୍ଥିତିରେ ଗରିବ ଅସହାୟ ବାପା ଜିଲ୍ଲା ପ୍ରଶାସନ ନିକଟକୁ ସହାୟତା ପାଇଁ ଆସିଥିବାବେଳେ ଜନସାଧାରଣଙ୍କୁ ମଧ୍ୟ ସାହାଯ୍ୟର ହାତ ବଢାଇବା ପାଇଁ ଅନୁରୋଧ କରିଛନ୍ତି |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.