ବରଗଡ: ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ବରଗଡ ବନ୍ଦ ଡାକରା । ବରଗଡ ଟାଉନ ଥାନା ହାଜତ ମୃତ୍ୟୁ ମାମଲା ଓ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏହି ବନ୍ଦ ଡାକରା ଦେଇଛି ବିଜେପି ।
ଏନେଇ ଆଜି ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଯାଇଥିବା ବେଳେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିବ । ଏହାର ପ୍ରଭାବରେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଜଣାପଡିଛି ।