ETV Bharat / state

୬୦ତମ ସାହାଣୀ କପ ଫୁଟବଲ: ସୁନ୍ଦରଗଡ ଚମ୍ପିଆନ - ସାହାଣୀ କପ ସୁନ୍ଦରଗଡ ଚମ୍ପିଆନ

ଶେଷ ହୋଇଛି ୬୦ତମ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଫାଇନାଲ ମୁକାବିଲାରେ ସୁନ୍ଦରଗଡ 2-0 ଗୋଲରେ ରାଉରକେଲାକୁ ହରାଇ ଚମ୍ପିଆନ ହୋଇଛି । ଆଗକୁ ପଢନ୍ତୁ...

ସୁନ୍ଦରଗଡ ଚମ୍ପିଆନ
ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ
author img

By

Published : Dec 14, 2019, 12:52 AM IST

ବରଗଡ: ଡିସେମ୍ବର ୩ ତାରିଖରୁ ବରଗଡ଼ରେ ଖେଳାଯାଉଥିବା ୬୦ତମ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି । ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି ସୁନ୍ଦରଗଡ଼ । ଫାଇନାଲ ମୁକାବିଲାରେ ରାଉରକେଲାକୁ ୨ - ୦ ଗୋଲରେ ପରାସ୍ତ କରିଛି ସୁନ୍ଦରଗଡ ଟିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ
ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୬୦ରୁ ଅଧିକ ଦଳ ଭାଗ ନେଇଥିଲେ । ତେବେ ବରଗଡ଼ରେ ସେମିଫାଇନାଲ ଖେଳରେ ସୁନ୍ଦରଗଡ଼ ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ଢେଙ୍କାନାଳରେ ଖେଳାଯାଇଥିବା 2ୟ ସେମିଫାଇନାଲରେ ରାଉରକେଲା ବିଜୟୀ ହୋଇ ଫାଇନାଲକୁ ଉନ୍ନିତ ହୋଇଥିଲା । ତେବେ ଉଭୟ ଦଳ ମଧ୍ୟରେ ଆଜି ବରଗଡ଼ ଲେଙ୍ଗୁମିଶ୍ର ସ୍ଥିତ ଖେଳପଡ଼ିଆ ଠାରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଗ୍ୟାଲେରୀରେ ଫୁଟବଲ ପ୍ରେମୀଙ୍କ ଖଚାଖଚ ଭିଡ ଦେଖିବାକୁ ମିିଳିଥିଲା । ଦର୍ଶକ ମାନେ ଉଭୟ ଦଳର ଖେଳର ଭରପୁର ମଜା ଉଠାଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:୬୦ ତମ ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣର ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି ସୁନ୍ଦରଗଡ଼ ଦଳ । ସୁନ୍ଦରଗଡ଼ ଦଳ ରାଉରକେଲା ଠାରୁ ଛଡାଇ ନେଇଛି ସାହାଣୀ କପ । ସୁନ୍ଦରଗଡ଼ ଦଳ ରାଉରକେଲା ଦଳକୁ ୨ - ୦ ଗୋଳରେ ପରାଜିତ କରିଛି ।

Body:ଡିସେମ୍ବର ୩ ତାରିଖରୁ ବରଗଡ଼ ରେ ଚାଲିଥିଲା ସହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏବଂ ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟର ୬୦ ରୁ ଅଧିକ ଫୁଟବଲ ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ବରଗଡ଼ରେ ସେମିଫାଇନାଲ ଖେଳରେ ସୁନ୍ଦରଗଡ଼ ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କେଇଥିବା ବେଳେ ଢେଙ୍କାନାଳରେ ଚାଲିଥିବା ସେମିଫାଇନାଲ ଖେଳରେ ରାଉରକେଲା ଦଳ ବିଜୟ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ତେବେ ଉଭୟ ଦଳ ମଧ୍ୟରେ ଆଜି ବରଗଡ଼ ଲେଙ୍ଗୁମିଶ୍ର ସ୍ଥିତ ଖେଳାପଡ଼ିଆ ଠାରେ ପ୍ରତିଯୋଗିତା ହୋଇଥିଲା । ଫୁଟବଲ ପ୍ରେମୀଙ୍କ ଭିଡରେ ଗେଲେରୀ ଫୁଲ ହୋଇଯାଇଥିଲା । ଦର୍ଶକ ମାନେ ଉଭୟ ଦଳର ଉତ୍କୃଷ୍ଟ ଧରଣର ଖେଳକୁ ଭରପୁର ମଜା ଉଠାଇଥିଲେ । ସହାଣୀ କପର ଫାଇନାଲ ମ୍ୟାଚରେ ରାଉରକେଲା ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସୁନ୍ଦରଗଡ଼ ଦଳ ବିଜୟୀ ହୋଇଥିଲା ଏବଂ ସହାଣୀ କପ ଅକ୍ତିଆର କରିଥିଲା ।

ବାଇଟ ୧- ଅରବିନ୍ଦ ଲାକ୍ରା ( ରାଉରକେଲା, ଟିମ )
ବାଇଟ ୨- ଡ଼. ଶ୍ରୀକର ମିଶ୍ର ( ସଭାପତି, ଫାଓ )
ବାଇଟ ୩- ସାର୍ତ୍ତିକ ଦାସ (ଦର୍ଶକ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.