ବରଗଡ : ଜିଲ୍ଲାରେ ଆଜି(ବୁଧବାର) ଶେଷ ପର୍ଯ୍ୟାୟର ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଆଜିର ଶେଷ ପର୍ଯ୍ୟାୟ ମତଦାନରେ ବରଗଡ ବ୍ଲକର 27 ଗୋଟି ପଞ୍ଚାୟତର ସମୁଦାୟ 1 ଲକ୍ଷ 26 ହଜାର 997 ଭୋଟର ମତଦାନ କରିଛନ୍ତି । ତେବେ ଏହି ମତଦାନ ପାଇଁ ସମୁଦାୟ 361 ଗୋଟି ବୁଥରେ ମତଦାନର ଆୟୋଜନ କରାଯାଇଥିବା ବେଳେ 2 ଗୋଟି ପିଙ୍କ ବୁଥର ମଧ୍ୟ ଆୟୋଜନ କରାଯାଇଥିଲା ।
ବରଡୋଲ ପଞ୍ଚାଯତ ଠାରେ ପିଙ୍କ ବୁଥ ସହିତ ରହିଥିବା ଆଦର୍ଶ ବୁଥରେ ଖୁବ ସୁନ୍ଦର ସୁସଜ୍ଜିତ ଓ ସୁରକ୍ଷିତ ଭାବେ ମତଦାନ କରାଯାଇଥିଲା । ବରଗଡ଼ ବ୍ଲକରେ ପଞ୍ଚାୟତ ନିର୍ବାଚନର ମତଦାନ ହୋଇଯାଇଥିବା ବେଳେ ବରଡୋଳ ଗ୍ରାମପଞ୍ଚାୟତ ଠାରେ ଆୟୋଜିତ ହୋଇଥିଲା ପିଙ୍କ ବୁଥ ଯେଉଁ ବୁଥଟି କେବଳ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ବୁଥଟି ରଙ୍ଗୋଲି ଓ ପିଙ୍କ କଲରର ବେଳୁନ ସହିତ ସଜ୍ଜିତ ହୋଇଥିଲା ।
ବୁଥ ଭିତରେ ରହିଥିବା ମହିଳା ପୋଲିଙ୍ଗ ଅଫିସର ଠାରୁ ଆରମ୍ଭ କରି ନିର୍ବାଚନ ପାଇଁ ନିୟୋଜିତ ସମସ୍ତ କର୍ମଚାରୀ ଏପରିକି ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ମାନେ ମଧ୍ୟ ମହିଳା ରହିଥିଲେ । ପିଙ୍କ ବୁଥଟି ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ କରାଯାଇଥିବା ବେଳେ ଏହି ପିଙ୍କ ବୁଥକୁ ନେଇ ମହିଳା ଭୋଟର ମାନଙ୍କ ସହିତ ନିର୍ବାଚନୀ କାର୍ଯ୍ୟରେ ନିଯୋଜିତ ମହିଳା କର୍ମଚାରୀମାନେ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ