ETV Bharat / state

ନେତାଙ୍କୁ ପାଞ୍ଚଟି ପ୍ରଶ୍ନ: ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ

ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚଳବାସୀଙ୍କ ହକ୍‌ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ।

author img

By

Published : Apr 4, 2019, 11:44 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ନିର୍ବାଚନ ମୁଣ୍ଡ ଉପରେ। ପ୍ରଚାର ଜୋରଦାର, ଭୋଟ ଭିକ୍ଷାରେ ବ୍ୟସ୍ତ ପ୍ରମୁଖ ରାଜନୈତିକ ଦଳର ବିଧାୟକ ଓ ସାସଂଦ ପ୍ରାର୍ଥୀ। ବିଧାୟକ ହେଲେ କଣ ସବୁ କରିବେ, କେଉଁ ସମସ୍ୟାର ସମାଧାନ କରିବେ ତଥା ଅଞ୍ଚଳବାସୀଙ୍କ ସ୍ବାର୍ଥ, ହିତସାଧନ ପାଇଁ କେଉଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ରଖୁଛନ୍ତି ପ୍ରାର୍ଥୀ । ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇ ଅଞ୍ଚବାସୀଙ୍କ ହକ୍‌ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବିଜେଡି ସରକାରର ୧୯ ବର୍ଷର ଶାସନରେ ଖଣି ଖଦାନ ଲୁଟ , ଚିଟଫଣ୍ଡ , ଭ୍ରଷ୍ଟାଚାର, ସ୍ବାସ୍ଥ୍ୟ ଓ ଶିକ୍ଷାର ଅବ୍ୟବସ୍ଥା ରାଜ୍ୟରେ ରହିଥିବା କଥା କହିଛନ୍ତି ଇରାଶିଷ । ଏହାସହ ବେଳେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ସାରା ଦେଶରେ ଗାଁ ଗାଁରେ ପହଞ୍ଚୁଥିବା ବିକାଶମୂଳକ ଯୋଜନା , ମୋଦିଙ୍କ ଦେଶପ୍ରିତୀକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି କହିଛନ୍ତି । ଦେଶରେ ବିଜେପିର ସଫଳତା ଓ ବିଜେଡି ଦଳର ବିଫଳତାକୁ ନେଇ ଘରେ ଘରେ ଲୋକଙ୍କ ଠାରେ ପହଞ୍ଛାଇ ନିର୍ବାଚନି ମଇଦାନକୁ ଇରାଶିଷ ଓଲ୍ଲାଇଥିବା କହିଛନ୍ତି ଇରାଶିଷ ।

ରାଜନୈତିକ ହିଂସାର ଚକ୍ରାନ୍ତରେ ଫସିଯାଇଥିଲେ ଇରାଶିଷ ଓ ତାଙ୍କୁ ବହୁ ମାସ ଧରି ବରଗଡ ଜେଲ ଭିତରେ ରହିବାକୁ ପଡିଥିଲା | ତେବେ ଅଳ୍ପ କିଛି ଦିନ ତଳେ ସେ ସୁପ୍ରିମ କୋର୍ଟରୁ ବେଳ ପାଇ ଜେଲରୁ ମୁକୁଳିଥିବା ବେଳେ ବିଜେପି ଦଳ ଇରାଶିଷଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଛି | ଉଚ୍ଚଶିକ୍ଷିତ ଇରାଶିଷ ଆଚାର୍ଯ୍ୟ ପ୍ରଫେସର ଚାକିରି ଛାଡି ରାଜନୀତିକୁ ଆସିବା ପରେ ତାଙ୍କୁ ଜେଲର ହାୱା ମଧ୍ୟ ଦେଖିବାକୁ ପଡିସାରିଲାଣି ଯାହାକି ବିଜେଡ଼ିର ହିଂସାତ୍ମକ ରାଜନୀତିର ପରିଚୟ ଏବଂ ସେ ଭଟଲି ବିଧାନସଭାରେ ବିଜେଡି ଦଳର ଦାଦାଗିରି ଓ ଗୁଣ୍ଡାରାଜକୁ ନିପାତ କରିବା ସହିତ ଅଞ୍ଚଳକୁ ହିଂସାମୁକ୍ତ କରିବେ ବୋଲି ସେ କହିଛନ୍ତି |

ସୂଚନା ଯୋଗ୍ୟ ଯେ ରାଜନୈତିକ ଦୃଷ୍ଟି କୋଣରୁ ଭଟଲି ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ସର୍ବାଧିକ ରହିଛି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଦବଦବା ରହିଛି । ସେ ୩୭୫୮୧ ଅଧିକ ଭୋଟରେ ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ | ତେବେ ଚଳିତ ସାଧାରଣ ନିର୍ବାଚନରେ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ ସିଂଙ୍କ ସହିତ କଡା ଟକ୍କର ଦେବା ପାଇଁ ବିଜେପି ଜଣେ ନୂଆଁ ମୁହଁକୁ ମୈଦାନକୁ ଆଣିଛି। ଏଥର ଯୁବ ନେତା ଇରାଶିଷ ଆଚାର୍ଯ୍ୟଙ୍କୁ ପ୍ରତିଦ୍ଵନ୍ଦୀ ଭାବେ ଛିଡା କରିଛି ବିଜେପି | ଇରାଶିଷ ଭଟଲି ବ୍ଲକର ଜଣେ ଡାକ୍ତରଙ୍କ ପୁଅ ହୋଇଥିବା ବେଳେ ସେ ବିଦେଶର ପାଠ ପଢି ଓଡିଶାରେ ଜଣେ ପ୍ରଫେସର ଭାବରେ ଚାକିରି କରୁଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକଳାପରୁ ପ୍ରେରିତ ହୋଇ ନିଜେ ତାଙ୍କ ଚାକିରିକୁ ଛାଡି ଦେଇ ବିଜେପି ଦଳରେ ନିଜର ରାଜନୀତି ଆରମ୍ଭ କରିଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.