ଟିଭି ଫାଟି ପ୍ରାଣ ହରାଇଲା ୩ ବର୍ଷର ଶିଶୁ , ଗର୍ଭବତୀ ମାଆ ଗୁରୁତର - ବରଗଡ ଖବର
ଘରେ ନିଆଁ ଲାଗିଯାଇ 3 ବର୍ଷର ଶିଶୁ ଓ ଗର୍ଭବତୀ ମାଆ ସହିତ ତିନିଜଣ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ମାତ୍ର ବୁଧବାର 3 ବର୍ଷର ଶିଶୁର ଚିକିତ୍ସିଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
![ଟିଭି ଫାଟି ପ୍ରାଣ ହରାଇଲା ୩ ବର୍ଷର ଶିଶୁ , ଗର୍ଭବତୀ ମାଆ ଗୁରୁତର ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଲା ୩ ବର୍ଷର ଶିଶୁ , ଗର୍ଭବତୀ ମାଆ ଗୁରୁତର](https://etvbharatimages.akamaized.net/etvbharat/prod-images/768-512-7659043-966-7659043-1592410098451.jpg?imwidth=3840)
ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଲା ୩ ବର୍ଷର ଶିଶୁ , ଗର୍ଭବତୀ ମାଆ ଗୁରୁତର
ବରଗଡ: ଗତ 14 ତାରିଖରେ ପଦ୍ମପୁର ଉପଖଣ୍ତ ବୁଡେନ ଥାନା ଅନ୍ତର୍ଗତ ଅନ୍ତର୍ଲ୍ଲା ଗ୍ରାମରେ ସଟସର୍କିଟ ଘଟିଥିଲା । ଫଳରେ ଘରେ ନିଆଁ ଲାଗିଯାଇ 3 ବର୍ଷର ଶିଶୁ ଓ ଗର୍ଭବତୀ ମାଆ ସହିତ ତିନିଜଣ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ । ମାତ୍ର ବୁଧବାର 3 ବର୍ଷର ଶିଶୁର ଚିକିତ୍ସିଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।ନିଆଁ ଲାଗି ଟିଭି ଫାଟି ଗର୍ଭବତୀ ମାଆ ସହ ତିନି ଜଣ ଗୁରୁତର ହୋଇ ପଦ୍ମପୁର ଚିକିତ୍ସାଳୟରେ ଭର୍ତ୍ତୀ ହୋଇଥିଲେ । ପଦ୍ମପୁରଠାରୁ ସେମାନଙ୍କୁ ବରଗଡ ଜିଲ୍ଲା ଚିକିତ୍ସାଳୟ ଏବଂ ସେଠାରୁ ବୁର୍ଲ୍ଲା ବଡ ଚିକିତ୍ସାଳୟକୁ ପଠାଯାଇଥିଲା । ମଙ୍ଗଳବାର ତିନି ବର୍ଷର ଶିଶୁ ଚିନ୍ମୟ ଜଟିଳ ପରିସ୍ଥିତିରେ ଥିବା ଜଣା ପଡିବା ବେଳେ ସନ୍ଧ୍ୟା 5.30ସମୟରେ ତାର ନିଧନ ହୋଇଥିଲା । ବୁଧବାର ସକାଳୁ ଚିନ୍ମୟର ମୃତଦେହ ବ୍ୟବଚ୍ଛେଦ ପରେ ଘରକୁ ପଠାଯାଇଥିଲା ।ଚିନ୍ମୟର ପିତା ସୁନିଲ ଦେହେରୀ ମଧ୍ୟ ଗୁରୁତର ଅଛନ୍ତି ହେଲେ ଶିଶୁର ପ୍ରାଣ ହରାଇବା ଘଟଣା ସୁନୀଲ ମର୍ମାହତ କରି ଦେଇଛି । ଏପଟେ ଗର୍ଭବତୀ ସ୍ତ୍ରୀ ଯାଜ୍ଞସେନି ଦେହେରୀ ମଧ୍ୟ ଗୁରୁତର ଅଛନ୍ତି । ଟ୍ରାକ୍ଟର ଡ୍ରାଇଭର ଭାବେ ଜୀବନ ଜୀବିକା ନିର୍ବାହ କରି ଘର ଚଳାଉଥିବା ସୁନୀଲ ବର୍ତ୍ତମାନ ଦୁଃଖରେ ମର୍ମାହତ ହୋଇ ଯାଇଛନ୍ତି । ସୁନୀଲଙ୍କୁ ସରକାରୀ ସହାୟତା ମିଳିବା ନେଇ ପ୍ରଶାସନ ନିକଟରେ ପ୍ରର୍ଥନା କରିଛନ୍ତି ଗ୍ରାମବାସୀ ।ବରଗଡରୁ ରାଜେସ ସରାପ, ଇଟିଭି ଭାରତ