ETV Bharat / state

ବାନ୍ଧଶିଳ୍ପ ପାଇଁ ଝିଲମିଣ୍ଡାକୁ ମିଳିଛି ରାଷ୍ଟ୍ରପତି ପୁରସ୍କାର, ତଥାପି ମିଳିନି ଶିଳ୍ପୀ ଗାଁ ମାନ୍ୟତା - ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୁଣାକାରଗ୍ରାମ ଝିଲମିଣ୍ଡା

14 ଜଣ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୁଣାକାରଙ୍କ ଗ୍ରାମ ଝିଲମିଣ୍ଡା । ଗାଁକୁ ଶିଳ୍ପୀ ଗାଁର ମାନ୍ୟତା ଦେବାକୁ ସରକାରଙ୍କୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

14 ଜଣ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୁଣାକାରଙ୍କ ଗ୍ରାମ ଝିଲମିଣ୍ଡା

author img

By

Published : Apr 8, 2023, 8:35 PM IST

14 ଜଣ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୁଣାକାରଙ୍କ ଗ୍ରାମ ଝିଲମିଣ୍ଡା

ବରଗଡ: ଓଡିଶା ନିଜ ବାନ୍ଧକଳା ପାଇଁ ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବାନ୍ଧକଳା ନାଁ ଉଠିଲେ ଆମମାନଙ୍କ ମନରେ ପଶ୍ଚିମ ଓଡିଶାର ବରପାଲି, ସୋନପୁର ଓ ବରଗଡ଼ କଥା ଉଠେ । ଏହା ବ୍ୟତିତ ଯେଉଁ ଗ୍ରାମ ଗୁଡ଼ିକର ସମ୍ବଲପୁରୀ ବାନ୍ଧଶିଳ୍ପ ପାଇଁ ଲୋକପ୍ରିୟତା ଓ ସମ୍ମାନ ସାଉଁଟିବାରେ ଉଲ୍ଲେଖନୀୟ ଭୂମିକା ରହିଛି ସେଥିରୁ ବରଗଡ଼ ଜିଲ୍ଲାର ଏକ ଆଭ୍ୟନ୍ତରୀଣ ଗାଁ ଝିଲିମିଣ୍ଡା ଅନ୍ୟତମ । ହେଲେ ଗାଁକୁ ଆଜି ପର୍ଯ୍ୟନ୍ତ ସରକାର ଶିଳ୍ପୀ ଗାଁର ମାନ୍ୟତା ଦେଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଉପାନ୍ତ ଅଞ୍ଚଳରେ ଏହି ଗାଁ ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ୧୪ ଜଣ ବାନ୍ଧଶିଳ୍ପୀ ରାଷ୍ଟ୍ରପତି ପୁରସ୍କାର ପାଇ କେବଳ ଅଞ୍ଚଳ ନୁହେଁ ବରଗଡ ଏବଂ ଓଡ଼ିଶାକୁ ଗୌରାନ୍ୱିତ କରିଛନ୍ତି । କୌଣସି ସରକାରୀ ସହାୟତା ବିନା ସେମାନେ ଯେଉଁ ସଫଳତା ପାଇଛନ୍ତି ତାହା ସୁଖଦ ବିସ୍ମୟ ନିଶ୍ଚୟ ।

ସମ୍ବଲପୁର ଜିଲ୍ଲାର ନୁହେଁ ଓଡ଼ିଶାର ପ୍ରଥମ ବାନ୍ଧଶିଳ୍ପୀ ଭାବେ ଝିଲିମିଣ୍ଡା ଗାଁର ବାବାଜୀ ମେହେର ପ୍ରଥମେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବାନ୍ଧଶଳ୍ପୀ । ବାବାଜୀ ମେହେରଙ୍କ ଠାରୁ ଝିଲିମିଣ୍ଡାରେ ବାନ୍ଧଶିଳ୍ପୀଙ୍କ ଉତ୍ସାହ ବଢ଼ିବା ସହ ଦୀର୍ଘ ୨୬ ବର୍ଷ ମଧ୍ୟରେ ୧୪ ଜଣ ବୁଣାକାର ଏହି ସମ୍ମାନଜନକ ପୁରସ୍କାର ପାଇ ନିଜ ଗାଁ, ଜିଲ୍ଲା ଓ ରାଜ୍ୟକୁ ଗୌରାନ୍ୱିତ କରିଛନ୍ତି । ଗ୍ରାମର ଛୋଟରୁ ବଡ଼, ପୁଅ ଠାରୁ ଝିଅ ସମସ୍ତେ ଏହି ସାଧନାରେ ଲାଗିଛନ୍ତି । ଏହି ଗାଁର ଶିଳ୍ପୀ ମାନେ ଲୁପ୍ତପ୍ରାୟ ବାନ୍ଧକଳାକୁ ପୁନର୍ଜୀବିତ କରିବାରେ ଯେତିକି ସିଦ୍ଧହସ୍ତ, ବାନ୍ଧକଳାରେ ପରୀକ୍ଷା ନିରୀକ୍ଷା କରି ଏଥିରେ ନାନା ନୂତନତ୍ୱ ପ୍ରଦର୍ଶନ କରିବାରେ ସେତିକି ପାରଙ୍ଗମ ।

ପୁରସ୍କାର ପାଇଥିବା ଶାଢୀ ଗୁଡ଼ିକ ଏହି ଶିଳ୍ପୀ ମାନେ ବିକ୍ରି ନକରି ଯତ୍ନର ସହ ସାଇତି ରଖିଛନ୍ତି ଏବଂ ଗାଁକୁ ଆସୁଥିବା ଅତିଥି ମାନଙ୍କୁ ଏହି ଶାଢ଼ୀ ପ୍ରଦର୍ଶନ କରିବାର ଏକ ପରମ୍ପରା ମଧ୍ୟ ସୃଷ୍ଟି କରିଛନ୍ତି । ସେଥିପାଇଁ ବାନ୍ଧଶିଳ୍ପୀ କହିଛନ୍ତି, ‘‘ଗାଁ ଝିଲିମିଣ୍ଡାକୁ ଏକ ଶିଳ୍ପୀ ଗାଁର ମାନ୍ୟତା ଦିଆଯାଉ ବୋଲି ରାଜ୍ୟ ସରକାରଙ୍କ ଠାରେ ବାରମ୍ବାର ଦାବି ଜଣାଇଛନ୍ତି ଗ୍ରାମବାସୀ । ସାରା ଓଡିଶାରେ ଝିଲିମିଣ୍ଡା ଏକ ମାତ୍ର ଗ୍ରାମ ଯେଉଁ ଗ୍ରାମର 14 ଜଣ ବୁଣାକାର ରାଷ୍ଟ୍ରପତି ପୁରସ୍କାରରେ ପୁରସ୍କୃତ ହୋଇ ଗ୍ରାମର ମର୍ଯ୍ୟାଦା ବଢାଇ ବୁଣାକାର ସମାଜରେ ଉଦାହରଣ ସାଜିଛନ୍ତି । ତେଣୁ ସରକାର ବୁଣାକାରମାନଙ୍କୁ ସମ୍ମାନ ଦେଇ ଏହି ଗାଁକୁ ଶିଳ୍ପୀ ଗାଁର ମାନ୍ୟତା ଦେବାକୁ ଦାବି କରିଛନ୍ତି ।’’

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.