ବରଗଡ: ଜିଲ୍ଲାରେ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ । ଦଶମ ଓ ଯୁକ୍ତ ଦୁଇର ସାତ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହ ଅର୍ଥ ପ୍ରଦାନ କରାଯାଇଛି |
ବରଗଡ ଜିଲ୍ଲାର ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହୋଇଥିବା ସରସ୍ଵତୀ ଶିଶୁମନ୍ଦିରର ଅନ୍ଵେଷ ସାହୁ ଓ ପ୍ରବୀଣ କୁମାର ସାହୁ, ସିବିଏସଇ ଟପ୍ପର ହୋଇଥିବା ବରଗଡ ବିକାଶ ରେସିଡେନ୍ସିଆଲ ସ୍କୁଲର ଅନ୍ଵେଷା ଭୋଇ, ବଂଶିକା ଅଗ୍ରୱାଲ ଓ ଓମ କୁମାର ରଥ , A.E.Mission English Medium School ର ICSC ଟପ୍ପର ହୋଇଥିବା ଅଙ୍କିତ ଅଗ୍ରୱାଲ ଓ ନନ୍ଦିନୀ ଦାଶଙ୍କୁ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ |
ଅନ୍ୟପଟେ ବରଗଡ ପ୍ରେସ କ୍ଲବ , ଇନର ହ୍ବିଲ କ୍ଲବ ଓ ମନ୍ଜିଲ ଅନୁଷ୍ଠାନ ପକ୍ଷରୁ ମଧ୍ୟ ମ୍ୟାଟ୍ରିକ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଟ୍ରଫି ଓ ଆର୍ଥିକ ରାଶି ପୁରସ୍କାର ଆକାରରେ ଦିଆଯାଇଥିଲା | ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛବ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଉଜ୍ବଲ ଭବିଷ୍ୟତ ପାଇଁ କାମନା କରିଥିଲେ |
ବରଗଡରୁ ରାଜେସ ସରାପ,ଇଟିଭି ଭାରତ