ବାଲେଶ୍ବର :ଏକତରଫା ପ୍ରେମରେ ଅସଫଳ ହେବାରୁ ନାବାଳିକାର ଗଳାକଟି ଦେଲା ଯୁବକ । ଏମିତି ଅଭାବନୀୟ ଘଟଣା ବାଲେଶ୍ବର ସହରରେ ଘଟିଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣା ଅନୁସାରେ, ସ୍ଥାନୀୟ ନୁଆବଜାର ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ଅସଫଳ ହୋଇଥିଲା। ଶେଷରେ ନାବାଳିକା ଟିଉସନରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ସମ୍ପୃକ୍ତ ଯୁବକ ।
ଆକ୍ରମଣରେ ନାବାଳିକାର ବେକ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣାରେ ସହଦେଵଖୁଣ୍ଟା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ