ETV Bharat / state

ଶୋଭାଯାତ୍ରାରେ ବାଣ ଫୁଟାଇବା ବେଳେ ଅଘଟଣ, ମୁହଁରେ ବାଣ ଫୁଟି ଯୁବକ ଗୁରୁତର

author img

By

Published : Nov 4, 2022, 5:32 PM IST

ଶୋଭାଯାତ୍ରାରେ ଅଘଟଣ । ମୁହଁରେ ବାଣ ଫୁଟି ଯୁବକ ଗୁରୁତର । ଶୋଭାଯାତ୍ରାରେ ବାଣ ଫୁଟାଇବା ବେଳେ ଯୁବକଙ୍କ ମୁହଁରେ ଫୁଟିଲା ବାଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ମୁହଁରେ ବାଣ ଫୁଟି ଯୁବକ ଗୁରୁତର
ମୁହଁରେ ବାଣ ଫୁଟି ଯୁବକ ଗୁରୁତର

ବାଲେଶ୍ବର: ଶୋଭାଯାତ୍ରାରେ ଅଘଟଣ । ବାଣ ଫୁଟାଇବା ବେଳେ ମୁହଁରେ ଫୁଟିଲା ବାଣ । ଗୁରୁତର ଅବସ୍ଥାରେ ଯବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ । ଆହତ ଯୁବକ ଜଣଙ୍କ ହେଉଛନ୍ତି କ୍ଷୀରପଦା ଗ୍ରାମର ଶେଖ ସକରାଉଦ୍ଦିନ ।

ମୁହଁରେ ବାଣ ଫୁଟି ଯୁବକ ଗୁରୁତର

ମିଳିଥିବା ସୂଚନାଅନୁଯାୟୀ ଖଇରା ବ୍ଲକ କ୍ଷୀରପଦା ଗ୍ରାମରେ ଆଜି ଏକ ଶୋଭାଯାତ୍ରା ଚାଲିଥିଲା । ଏହି ଶୋଭାଯାତ୍ରାରେ ଶେଖ ସକରାଉଦ୍ଦିନ ସାମିଲ ହୋଇ ରକେଟ ବାଣ ଫୁଟାଉଥିଲେ । ଏହି ସମୟରେ ରକେଟଟି ଉପରକୁ ଯିବା ପରିବର୍ତ୍ତେ ତାଙ୍କ ମୁହଁରେ ଫୁଟିଯାଇଥିଲା । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବକଙ୍କ ଚିକିତ୍ସା ଜାରି ରହିଛି ।

ବାଲେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.