ବାଲେଶ୍ବର: ସାମାନ୍ୟ ଭୁଲ ପାଇଁ ନିଜ ନାତିକୁ ଅତି ନିର୍ମମ ଭାବେ ମାଡ ମାରିଛି ନିର୍ଦ୍ଦୟ ଜେଜେ ମା । ଗୋଇଠା ବିଧା ସାଙ୍ଗକୁ ପାଦରେ ଦଳି 7 ବର୍ଷକୁ ନାତିକୁ କରିଚାଲିଛନ୍ତି ଅତ୍ୟାଚାର । ଘଟଣାଟି ହେଉଛି ବାଲେଶ୍ବର ବସ୍ତା ବ୍ଲକର ଭେଲାର ପଞ୍ଚାୟତର ।
ପିଲାଟିର ବାପା ମାଆ ମୁମ୍ବାଇରେ ରହି କାମ କରୁଥିବା ବେଳେ ପିଲାଟାକୁ ଜେଜେ ମାଆ ବୃନ୍ଦାବତୀଙ୍କ ପାଖେ ଛାଡିଥିଲେ । ତେବେ ଜେଜେ ମାଆ ପିଲାଟାକୁ ଭଲ ପାଇବା ଓ ସ୍ନେହ ଆଦର କରିବା ବଦଳରେ ତାର ସାାମନ୍ୟ ଭୁଲ ପାଇଁ ମାଡ ମାରୁଥିବାର ଦେଖିବାକୁ ମିଳିଛି । ଘଟଣାଟି ଗତକାଲିର ହୋଇଥିବା ବେଳେ ଭିଡିଓଟି ଭାଇରାଲ ହୋଇଛି ।
ଜେଜେମା ନାତିକୁ ନିର୍ଦ୍ଦୟ ମାଡ଼ ମାରିବା ଘଟଣାରେ ସିଡବ୍ଲୁସି ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । ଭିଡିଓ ଭାଇରାଲ ପରେ ସିଡବ୍ଲୁସି ନିଜ ଆଡୁ ବସ୍ତା ଥାନାରେ ଅଭିଯୋଗ କରିଥିଲା। ବସ୍ତା ପୋଲିସ ଅଭିଯୋଗ ପାଇ ସମ୍ପୃକ୍ତ ଜେଜେ ମା ବୃନ୍ଦାବତୀ ଚଣ୍ଡଙ୍କୁ ଗିରଫ କରିଛି । ଅନ୍ୟପଟେ ଶିଶୁକୁ ସିଡବ୍ଲୁସି ନିଜ ହେପାଯତରେ ରଖିଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ