ETV Bharat / state

ୱାର୍ଡସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

author img

By

Published : Mar 11, 2023, 2:19 PM IST

ବାଲେଶ୍ୱର ଖଇରା ବ୍ଲକ ଡାଲଙ୍ଗ ଗ୍ରାମର ୬ନଂ ୱାର୍ଡର ୱାର୍ଡସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଅଧିକ ପଢନ୍ତୁ

Ward member attacked over past enmity
Ward member attacked over past enmity
Ward member attacked over past enmity

ବାଲେଶ୍ବର: ଜିଲ୍ଲାରେ ଧୀରେ ଧୀରେ ବିଗିଡିବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି । ୱାର୍ଡସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ । ୱାର୍ଡସଭ୍ୟଙ୍କୁ ମାଡ ମାରିବା ସହ ଗାଡି ପୋଡିଦେଲେ ଦୁର୍ବୃତ୍ତ । ଆକ୍ରମଣର ଶିକାର ହୋଇଥିବା ୱାର୍ଡ ସଭ୍ୟ ହେଉଛନ୍ତି ଖଇରା ବ୍ଲକ ଡାଲଙ୍ଗ ଗ୍ରାମର ୬ନଂ ୱାର୍ଡର ଦୀପକ ପାଣିଗ୍ରାହୀ ।

ମିଳିଥିବା ସୂଚନା ଅନୁସାରେ, ୱାର୍ଡସଭ୍ୟ ଦୀପକ ପାଣିଗ୍ରାହୀ ଜଳଦା ପଞ୍ଚାୟତର ସମ୍ପେଇ ଗ୍ରାମକୁ ଏକ ଝଗଡା ସମାଧାନ ପାଇଁ ଯାଇଥିଲେ । ସେଠାରୁ ସମାଧାନ ସଭା ସାରି ଘରକୁ ଫେରିବା ବେଳେ ତୁଟ ମୁନିପଦା ନିକଟରେ 7ରୁ ଅଧିକ ଯୁବକ ମୁହଁରେ କପଡା ବାନ୍ଧି ହଠାତ ଦୀପକଙ୍କୁ ଭୁଜାଲି ଓ ଲୁହା ପାଇପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଦୀପକ ସେଠାରୁ ପ୍ରାଣ ବିକଳରେ ଦୌଡ଼ି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏହାପରେ ଦୀପକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଇରା ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକେ । ଆକ୍ରମଣରେ ଦୀପକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଖଇରା ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ଖଇରା ପୋଲିସ । ଅନ୍ୟପଟେ କିଛି ଦିନ ତଳେ ତୁଡ଼ିଗଡିଆ ବଜାରରେ କୌଣସି ଏକ ଗଣ୍ଡଗୋଳକୁ ନେଇ ତୁଟ ଗ୍ରାମର କିଛି ଯୁବକଙ୍କ ସହିତ ଦୀପକଙ୍କର ମଧ୍ୟ ସାମାନ୍ୟ ଝଗଡା ହୋଇଥିଲା । ସେହି ଘଟଣାକୁ ନେଇ ଦୀପକକୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ତେବେ ଗତ କିଛିଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟ ବଢି ଚାଲିଛି ।

ଗତ ଫେବୃଆରୀ 20 ତାରିଖରେ ସହଦେଵଖୁଣ୍ଟା ଥାନା ଅଧିନ ଭୀମପୁରା ଅଞ୍ଚଳରେ ସ୍ୱାମୀ ତାର ଦ୍ଵିତୀୟ ପତ୍ନୀକୁ ଏସିଡ ଆକ୍ରମଣ କରିବା ସହ ସମ୍ପୃକ୍ତ ଯୁବତୀଙ୍କ ସମେତ 4 ଜଣ ଗୁରୁତର ହୋଇଥିଲେ । ଏସିଡ୍‌ ପୀଡିତା 7 ଦିନ ଚିକିତ୍ସିତ ହେବାପରେ ଶେଷରେ ଆଖି ବୁଜିଥିଲେ। ସେହିପରି ଗତ 10 ତାରିଖରେ ସୋର ଅଞ୍ଚଳରେ ଗଣ୍ଡଗୋଳର ସୂତ୍ରପାତ ହେବାପରେ ଦୁର୍ବୃତ୍ତମାନେ ତିନିରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଲୋକମାନଙ୍କୁ ଭୟଭୀତ କରାଇଥିଲେ । ପୁଣି ଖନ୍ତାପଡ଼ା ଅଞ୍ଚଳରେ ମଧ୍ୟ ଏକ କଦଳୀ ଗଛ କାଟିବାକୁ ନେଇ ପଡୋଶୀଙ୍କ ଆକ୍ରମଣରେ ଗୋଟିଏ ପରିବାରର 4 ଜଣ ଗୁରୁତର ହୋଇଛନ୍ତି ।

ସମସ୍ତେ ଏବେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଅଛନ୍ତି । ଗୋଟିଏ ପଟେ ବାଲେଶ୍ଵରରେ ଏସପି ସାଗରିକା ନାଥ ଯୋଗଦେବା ପରେ ବିଭିନ୍ନ ଅପରେସନ ମାଧ୍ୟମରେ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ପଦକ୍ଷେପ ନେଉଛନ୍ତି । ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଜିଲ୍ଲା ପୋଲିସ କେଉଁ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.