ETV Bharat / state

ଗାଁକୁ ରାସ୍ତା ନଥିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

author img

By

Published : Jul 14, 2022, 10:00 PM IST

ବାଲେଶ୍ବରରେ ଗାଁକୁ ରାସ୍ତା ନଥିବାରୁ ବିଡିଓଙ୍କୁ ଅଟକ ରଖିଲେ ଅସନ୍ତୁଷ୍ଟ ଗ୍ରାମବାସୀ । ଅଧିକ ପଢନ୍ତୁ

ଗାଁକୁ ରାସ୍ତା ନଥିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଗାଁକୁ ରାସ୍ତା ନଥିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ବର: ଗାଁକୁ ରାସ୍ତା ନଥିବାରୁ ବିଡିଓଙ୍କୁ ଅଟକ ରଖିଲେ ଅସନ୍ତୁଷ୍ଟ ଗ୍ରାମବାସୀ । ବିଡ଼ିଓଙ୍କୁ ଅଟକ ରଖି ତୁରନ୍ତ ରାସ୍ତା ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ବାରକୋଣା ଗାଁରେ ।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ଗାଁକୁ ଗମନା ଗମନ ଉପଯୋଗୀ ରାସ୍ତା ନଥିବାରୁ ଜଣେ ୬୧ ବର୍ଷିୟ ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ଡାକ୍ତରଖାନାକୁ ନେବାକୁ ପଡିଥିଲା । ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ବହୁ କଷ୍ଟରେ ରୋଗୀଙ୍କୁ ଖଟିଆରେ ବୁହା ଯାଇଥିଲା । ଏହି ଘଟଣାରେ ଜଳେଶ୍ଵର ବିଡିଓ ଉକ୍ତ ଗାଁକୁ ତଦନ୍ତ ପାଇଁ ଯାଇଥିବା ବେଳେ ବିଡିଓଙ୍କୁ ଗ୍ରାମବାସୀମାନେ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅଟକ ରଖିଥିବା ଜଣାପଡିଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିବା ଯୋଗୁଁ ଜଳେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛି । ଯଥାଶୀଘ୍ର ରାସ୍ତା କାମ ପାଇଁ ବିଡିଓ ଲିଖିତ ପ୍ରତିଶୃତି ଦିଅନ୍ତୁ ବୋଲି ଅଡି ବସିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.