ETV Bharat / state

ବଢୁଛି ଘରୋଇ ଋଣ ଲଗାଣକାରୀ ସଂସ୍ଥାର ଜୁଲମ ! - ବାଲେଶ୍ଵର ଜିଲ୍ଲା ଔପଦା ଥାନା

ଫାଇନାନ୍ସ କମ୍ପାନୀ ଗୁଡିକର ଅର୍ଥ ଆଦାୟ ଜୁଲମ ବଢ଼ିବାରେ ଲାଗିଛି। ଅର୍ଥ ଆଦାୟ ପାଇଁ କମ୍ପାନୀ କର୍ମଚାରୀମାନେ ଦବଙ୍ଗଗିରି କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏମିତି ଏକ ଜୁଲମ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଗୋସେଇ ପାଟଣା ଗ୍ରାମରେ।

ବଢୁଛି ଘରୋଇ ଋଣ ଲଗାଣକାରୀ ସଂସ୍ଥାର ଜୁଲମ !
ବଢୁଛି ଘରୋଇ ଋଣ ଲଗାଣକାରୀ ସଂସ୍ଥାର ଜୁଲମ !
author img

By

Published : Oct 4, 2020, 6:59 PM IST

ବାଲେଶ୍ବର: ଫାଇନାନ୍ସ କମ୍ପାନୀ ଗୁଡିକର ଅର୍ଥ ଆଦାୟ ଜୁଲମ ବଢ଼ିବାରେ ଲାଗିଛି। ଅର୍ଥ ଆଦାୟ ପାଇଁ କମ୍ପାନୀ କର୍ମଚାରୀମାନେ ଦବଙ୍ଗଗିରି କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏମିତି ଏକ ଜୁଲମ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଗୋସେଇଁ ପାଟଣା ଗ୍ରାମରେ।

ବଢୁଛି ଘରୋଇ ଋଣ ଲଗାଣକାରୀ ସଂସ୍ଥାର ଜୁଲମ !

ଗ୍ରାମର ଶ୍ରୀଧର ବେହେରା ଓ ତାଙ୍କ ସ୍ତ୍ରୀ ରଜନୀ ଏକ ଘରୋଇ ଫାଇନାନ୍ସ ଠାରୁ ମହିଳା ଗ୍ରୁପ ମାଧ୍ୟମରେ ୨୦ ହଜାର ଟଙ୍କା ଋଣ କରିଥିଲେ। ଧାରାବାହିକ ଭାବରେ ଉଭୟ ୫ଟି କିସ୍ତି ପ୍ରଦାନ କରିଥିଲେ। ମାର୍ଚ୍ଚ ମାସ ଠାରୁ କୋରୋନା ମହାମାରୀ ଯୋଗୁଁ କାମ ଧନ୍ଦା ନଥିବାରୁ ଋଣ ସୁଝିବାକୁ ସମର୍ଥ ନଥିଲେ ରଜନୀ ।

ଫାଇନାନ୍ସ କମ୍ପାନୀର କର୍ମଚାରୀ ଓ ଗ୍ରୁପର କିଛି ମହିଳା ରଜନୀଙ୍କ ଘରେ ଋଣ କିସ୍ତି ପାଇଁ ପହଞ୍ଚି ଥିଲେ। ଏହି ସମୟରେ ରଜନୀ ଓ ତାଙ୍କ ସ୍ବାମୀ ଶ୍ରୀଧର ଘରେ ନଥିବାବେଳେ ମହିଳା ଗ୍ରୁପ ସଦସ୍ୟା ଓ ଫାଇନାନ୍ସ କମ୍ପାନୀର କର୍ମଚାରୀ ଘରେ ଥିବା ଝିଅ ପ୍ରମିଳାଙ୍କୁ ଟଙ୍କା ମାଗିବା ସହ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ଶ୍ରୀଧର ଗ୍ରୁପର ସମ୍ପାଦକଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ କ୍ରମେ ମାରପିଟ ଆରମ୍ଭ ହୋଇଥିଲା। କମ୍ପାନୀ କର୍ମଚାରୀ ଓ ମହିଳା ଗ୍ରୁପ ଶ୍ରୀଧରଙ୍କ ଘର ଜାଳିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଶ୍ରୀଧର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.