ବାଲେଶ୍ଵର: କୋରୋନାର ଦ୍ଵିତୀୟ ଲହର ଯୋଗୁଁ ପ୍ରତି ଶନିବାର ଓ ରବିବାର ରାଜ୍ୟ ସାରା ସଟଡାଉନ ଘୋଷଣା କରାଯାଇଛି । ଚଳିତ ବର୍ଷର ଦ୍ଵିତୀୟ ସପ୍ତାହାନ୍ତ ସଟଡାଉନକୁ ନେଇ ବାଲେଶ୍ଵରରେ ଚେକିଂ କଡାକଡି ।
ଅମାନିଆଙ୍କୁ ସାବାଡ ପାଇଁ ପ୍ରତି ଛକ ଛକରେ ପୋଲିସ ପହରା ଦେଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସୀମାରେ ମଧ୍ୟ ଚେକିଂ କରାଯାଉଛି । ପୂର୍ବଥର ଅପେକ୍ଷା ଚଳିତ ଥର ଲୋକମାନେ ସଚେତନ ହୋଇଛନ୍ତି ।
ଲୋକମାନେ ଘରୁ ଅତ୍ୟାବଶ୍ୟକ କାମରେ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି । ସପ୍ତାହାନ୍ତ ସଟଡାଉନ ଯୋଗୁଁ ରାସ୍ତାଘାଟ ମଧ୍ୟ ଖାଁ ଖାଁ ରହିଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ