ETV Bharat / state

ମଦ ବିକ୍ରିକୁ ବିରୋଧ କରିବାରୁ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ - ମଦ ବିକ୍ରିକୁ ବିରୋଧ କରି ଆକ୍ରମଣର ଶିକାର ଶିକ୍ଷକ

ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନ ଗୋଆପାଳ ଗ୍ରାମରେ ମଦ ବିକ୍ରିକୁ କେନ୍ଦ୍ର କରି ଜଣେ ଶିକ୍ଷକଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
author img

By

Published : Jan 12, 2021, 11:18 AM IST

ବାଲେଶ୍ବର: ମଦ ବିକ୍ରିକୁ କେନ୍ଦ୍ର କରି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧିନ ଗୋଆପାଳ ଗ୍ରାମରେ ମଦ ବିକ୍ରିକୁ କେନ୍ଦ୍ର କରି ଜଣେ ଶିକ୍ଷକଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ମଦ ବିକ୍ରିକୁ ବିରୋଧ କରିବାରୁ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନାଅନୁସାରେ,ଗୋଆପାଳ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ପାଖରେ ଅକ୍ଷୟ ମହାରଣା ନାମକ ଜଣେ ବ୍ୟକ୍ତି ମଦ ଦୋକାନ କରି ମଦ ବିକ୍ରି କରୁଥିଲେ। ଯାହା ପାଠ ପଢିବାକୁ ଯାଉଥିବା ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବା ନେଇ ସେହି ଗ୍ରାମର ଗୋପାଳ ଜେନା ବାରମ୍ବାର ମଦ ବିକ୍ରିକୁ ବିରୋଧ କରି ଆସୁଥିଲେ। ଗୋପାଳଙ୍କର ଏହାକୁ ବିରୋଧ କରିବାରୁ ଅକ୍ଷୟ ମହାରଣା ଓ ତାର ଜଣେ ସହଯୋଗୀ ଗୋପାଳଙ୍କୁ ଏକ କାଠ ଫାଳିଆରେ ମୁଣ୍ଡକୁ ବାଡେଇବା ସହ ଭୁଜାଲି ଓ ଲୁହା ରଡ଼ରେ ଆକ୍ରାମଣ କରିଛନ୍ତି । ଏହା ପରେ ତାଙ୍କୁ ନାଳରେ ଫିଙ୍ଗି ଦେଇଛନ୍ତି ।

ନାଳରେ ଗୋପାଳଙ୍କୁ ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେବାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଖଇରା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋପାଳ ସୁଆଁପଦା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.