ETV Bharat / state

ପୁରୁବାଇ କନ୍ୟାଶ୍ରମରେ ବ୍ୟାପୁଛି ମସ୍ତିଷ୍କ ଜ୍ବର ! ଛାତ୍ରୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

author img

By

Published : Feb 20, 2023, 12:52 PM IST

ବାଲେଶ୍ୱର ସୋରରେ ଗାନ୍ଧୀ ସେବା ସଙ୍ଘ, ପୁରୁବାଇ କନ୍ୟାଶ୍ରମ ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି l ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

purubai Kanyashram
purubai Kanyashram
purubai Kanyashram

ବାଲେଶ୍ବର: ଜିଲ୍ଲା ସୋର ପୁରବାଇ କନ୍ୟାଶ୍ରମରେ ଛାତ୍ରୀ ଅସୁସ୍ଥ ଘଟଣା । ୨୫ରୁ ଊର୍ଦ୍ଧ୍ବ ଛାତ୍ରୀ ଗୁରୁତର ହେବା ସହ ଜଣକର ମୃତ୍ୟୁ ହେବାପରେ ତତ୍ପରତା ଦେଖାଇଛି ପ୍ରଶାସନ । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ସେନେଇ ରକ୍ତ ପରୀକ୍ଷା କରିବା ପାଇଁ ଦିଆଯାଇଛି । ଥଣ୍ଡା ସହ ମୁଣ୍ଡବିନ୍ଧା, ଡ୍ରାଉଜି, କମ୍ବଲସନ୍ ଭଳି ଲକ୍ଷଣ ଦେଖାଯାଉଥିବାରୁ ମସ୍ତିଷ୍କ ଜ୍ବର ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି ।

ଗତ 17 ତାରିଖ ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ ପ୍ରଶାସନ ଏହାକୁ ନେଇ ତତ୍ପରତା ପ୍ରକାଶ କରିବା ସହ ପୁରୁବାଇ ଆଶ୍ରମରେ ପହଞ୍ଚି ତଦନ୍ତ କରିଥିଲେ । ମୃତ୍ୟୁବରଣ କରିଥିବା ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ କେଉଁ କାରଣରୁ ହେଲା ସେନେଇ ପରୀକ୍ଷା ପାଇଁ କଟକ ପଠାଯାଇଥିବା ବେଳେ ପିଲାଙ୍କ ଲକ୍ଷଣରୁ ମସ୍ତିଷ୍କ ପ୍ରଦାହ ରୋଗ ବୋଲି ଅନୁମାନ କରାଯାଉଥିବା ନେଇ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏପଟେ ଛାତ୍ରୀ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 25ରୁ ଊର୍ଦ୍ଧ୍ଵ ଛାତ୍ରୀ ଆକ୍ରାନ୍ତ ହୋଇ ସୋର ଓ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ଡାକ୍ତରଖାନାରେ ପହଞ୍ଚି ରାଜ୍ୟ ସ୍ବସ୍ଥ୍ୟ ବିଭାଗ ନିର୍ଦେଶକ ତଦନ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୌହାଟୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି: ସ୍ବାମୀ ଓ ଶାଶୁକୁ ହତ୍ୟା କରି ଫ୍ରିଜରେ ରଖିଲା ସ୍ତ୍ରୀ

ସୂଚନାଅନୁସାରେ, ଗୁରୁବାର ରାତିରେ ୩ ଜଣ ଅନ୍ତେବାସୀ ବାନ୍ତି କରିଥିଲେ । ଫଳରେ ସେମାନଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା । ରବିବାର ଦିନ ବିଳମ୍ବିତ ରାତିରେ କିଛି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେମାନଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିରଞ୍ଜନ ମିଶ୍ର, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ଆଶ୍ରମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ଡାକ୍ତରୀ ଦଳ ଆଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ଆଜି ସୁଦ୍ଧା ବାଲେଶ୍ୱର ସୋର ସିଏସିରେ 16 ଜଣ ଏବଂ ଡିଏଚଚ 8 ଜଣ ରୋଗୀଙ୍କୁ ସେଠାରେ ଚିକିତ୍ସା କରାଯାଉଛି l ଏହାସହ ସେବାଶ୍ରମର ସ୍ଥିତି ବିଷୟରେ ଅନୁଧ୍ୟାନ କରାଯାଉଛି । ବିଶେଷ ଭାବରେ ଅଳିଆ ସଫା କରିବା ସହ ଡ୍ରେନେଜର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି l ଏହି ବିଷୟରେ ଜିଲ୍ଲାପାଳଙ୍କ ସହ ପୁଙ୍କାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ l

ସେ କହିଛନ୍ତି, "ମୁଖ୍ୟତଃ ଭାଇରାଲ ଅରିଜିନ ସନ୍ଦେହ କରାଯାଉଛି । ଭାଇରାଲ ପ୍ୟାନେଲ ପାଇଁ RMRC ଓ SCBକୁ ପଠାଯାଇଛି । 2ଦିନ ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ଅଛି l କାଳେ ଏକାଠି ରହୁଥିବା ସମସ୍ତ ପିଲାଙ୍କୁ ବ୍ୟାପିଯିବାର ସମ୍ଭାବନା ରହିଛି ତେଣୁ ସେଠାରେ ଏକ ମେଡିକାଲ ଟିମକୁ ସେଠାରେ ନିୟୋଜିତ କରାଯାଇଛି l ହଷ୍ଟେଲରେ ଖାଇବା ଉପରେ ମଧ୍ୟ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସଚେତନ କରାଯାଇଛି l ସୋର୍ସ ରିଡକ୍ସନ କାମ ମଧ୍ୟ ଚାଲିଛି l"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.